ପାଟଣା: ବର୍ଷର ଶେଷ ଦିନରେ ବିହାରରେ ମୁଖ୍ୟମନ୍ତ୍ରୀ ସମେତ ଅନ୍ୟ ମନ୍ତ୍ରୀଙ୍କର ସମ୍ପତ୍ତି ସାର୍ବଜନୀନ କରାଯାଇଛି। ପ୍ରକାଶିତ ତାଲିକା ଅନୁସାରେ ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସମ୍ପତ୍ତି ପୂର୍ବ ବର୍ଷ ଅପେକ୍ଷା କମି ଯାଇଛି। ନୀତିଶ କୁମାରଙ୍କ ନଗଦ ରାଶି ୪୬,୫୫୦ରୁ କମି ୪୨,୫୦୦ରେ ପହଞ୍ଚିଛି। ଏହାସହ ତାଙ୍କର ଜମା ରାଶି ୪୪ ହଜାରରୁ କମି ୪୨ ହଜାରରେ ପହଞ୍ଚିଛି। ନୀତିଶଙ୍କ ପାଖରେ ୮ଟି ଗାଈ ଓ ୬ଟି ବାଛୁରୀ ମଧ୍ୟ ରହିଛନ୍ତି।
ନୀତିଶ କୁମାରଙ୍କ ପାଖରେ ବର୍ତ୍ତମାନ ୨୩ ଲକ୍ଷ ଟଙ୍କାର ସ୍ଥାବର ଓ ୪୦ ଲକ୍ଷ ଟଙ୍କାର ଅସ୍ଥାବର ସମ୍ପତ୍ତି ଅଛି। ଏହି ସମ୍ପତ୍ତି ମଧ୍ୟରେ ଦିଲ୍ଲୀ ଦ୍ୱାରିକାରେ ଥିବା ଏକ ଫ୍ଲାଟ୍ ରହିଛି।
ନୀତିଶଙ୍କ ପୁଅ ନିଶାନ୍ତ ୮୦ ଲକ୍ଷ ଟଙ୍କା ଜମାରାଶି ରଖିଥିବା ବେଳେ ତାଙ୍କ ଏକ କୋଟି ୪୮ ଲକ୍ଷ ଟଙ୍କାର ସ୍ଥାବର ସମ୍ପତ୍ତି ରହିଛି।
ସେହିପରି ବିହାରର ଉପ ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦିଙ୍କର ମଧ୍ୟ ସମ୍ପତ୍ତି ତାଲିକା ସାର୍ବଜନୀନ କରାଯାଇଛି। ପ୍ରକାଶିତ ତାଲିକା ଅନୁସାରେ ସୁଶୀଲ ମୋଦିଙ୍କ ପାଖରେ ଏକ କୋଟି ୪୦ ଲକ୍ଷର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ରହିଛି। ତାଙ୍କ ସ୍ତ୍ରୀଙ୍କର ୧ କୋଟି ୫୧ ଲକ୍ଷ ଟଙ୍କାର ସ୍ଥାବର-ଅସ୍ଥାବର ସମ୍ପତ୍ତି ରହିଛି। ସୁଶୀଲ ମୋଦି ପ୍ରାୟ ୧୭ ଳକ୍ଷ ଟଙ୍କା ଋଣ କରିଛନ୍ତି। ନଏଡାରେ ତାଙ୍କର ଏକ ଫ୍ଲାଟ୍ ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।