ଚଣ୍ଡିଗଡ: ପଞ୍ଜାବ ଗୁରୁଦାସପୁର ଜିଲ୍ଲାରେ ବାଟଲାରେ ଥିବା ଏକ ବାଣ କାରଖାନାରେ ବିସ୍ଫୋରଣ ହୋଇଛି। ଏଥିରେ ୧୭ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଆହତ ହୋଇଛନ୍ତି। କାରଖାନାର ଦୁଇଟି ଘରେ ୫୦ରୁ ଅଧିକ ଲୋକ ଫଶି ରହିଥିବା ମଧ୍ୟ ସୂଚନା ରହିଛି। ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବାଣ ବିସ୍ପୋରଣର ଶବ୍ଦ ଏତେ ଜୋର ଥିଲା ଯେ କାରଖାନା ନିକଟରେ ଥିବା ଲୋକମାନେ ମଧ୍ୟ ଭୟଭୀତ ହୋଇଯାଇଥିଲେ।
Gurdaspur: Fire breaks out at a fire-crackers factory in Batala; fire tenders present at the spot. More details awaited. #Punjab pic.twitter.com/bp5P5Xq88y
— ANI (@ANI) September 4, 2019
ଘଟଣାସ୍ଥଳରେ ସ୍ଥାନୀୟ ପ୍ରଶାସନ ଏବଂ ଦମକଳବାହିନୀ ପହଞ୍ଚି ଲୋକଙ୍କୁ ଉଦ୍ଧାର କରିବା ପାଇଁ ସମସ୍ତ ପ୍ରକାର ଚେଷ୍ଟା ଚଳାଇଛନ୍ତି। ବାଣ ବିସ୍ଫୋରଣ ଯୋଗୁଁ ପ୍ରବଳ ଧୂଆଁ ବାହାରୁଛି ଏଥିପାଇଁ କାରଖାନା ଭିତରେ ଥିବା ଲୋକଙ୍କୁ ଉଦ୍ଧାର କରିବାରେ ଅସୁବିଧା ହେଉଥିବା ସୂଚନା ରହିଛି। ଅପରାହ୍ନ ୪ଟା ସମୟରେ ବାଣ କାରଖାନାରେ ବିସ୍ଫୋରଣ ହୋଇଥିବା ସୂଚନା ରହିଛି। ବିସ୍ପୋରଣ ପଛର କାରଣ ଜଣାପଡ଼ି ନାହିଁ। ପଞ୍ଜାବ୍ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ କାର୍ଯ୍ୟାଳୟ ଏହି ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।