ସଂରକ୍ଷଣ ଆଳରେ ଯୋଗ୍ୟତାକୁ ଅଣଦେଖା କରିହେବନି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଚାକିରି କ୍ଷେତ୍ରରେ ସଂରକ୍ଷଣ କଥା କହି ମେଧାବୀ ଆଶାୟୀଙ୍କୁ ଅଣଦେଖା କରିହେବନି। ଶୁକ୍ରବାର ୟୁପିର ମହିଳା କନେଷ୍ଟବଳ ନିଯୁକ୍ତି ପ୍ରସଙ୍ଗରେ ରାୟ ଶୁଣାଇବା ବେଳେ ସୁପ୍ରିମକୋର୍ଟ ଏହା କହିଛନ୍ତି। ଜଷ୍ଟିସ ଉଦୟ ଲଳିତଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ କହିଛନ୍ତି ଯେ ଖାଲି ଥିବା ପଦବୀ ପୂରଣ କରିବା ବେଳେ ଯୋଗ୍ୟତା ଉପରେ ଧ୍ୟାନ ଦେବା ଦରକାର। ଯୋଗ୍ୟ ବ୍ୟକ୍ତି ମଧ୍ୟ ଜାତି ବଦଳରେ ନିଜ ଟ୍ୟାଲେଣ୍ଟ ଉପରେ ଫୋକସ କରିବା ଦରକାର। ସୁପ୍ରିମକୋର୍ଟ ଏହା ମଧ୍ୟ କହିଛନ୍ତି […]

SupremeCourt

SupremeCourt

Subhransu Sekhar
  • Published: Saturday, 19 December 2020
  • Updated: 19 December 2020, 02:21 PM IST

Sports

Latest News

ନୂଆଦିଲ୍ଲୀ: ଚାକିରି କ୍ଷେତ୍ରରେ ସଂରକ୍ଷଣ କଥା କହି ମେଧାବୀ ଆଶାୟୀଙ୍କୁ ଅଣଦେଖା କରିହେବନି। ଶୁକ୍ରବାର ୟୁପିର ମହିଳା କନେଷ୍ଟବଳ ନିଯୁକ୍ତି ପ୍ରସଙ୍ଗରେ ରାୟ ଶୁଣାଇବା ବେଳେ ସୁପ୍ରିମକୋର୍ଟ ଏହା କହିଛନ୍ତି।

ଜଷ୍ଟିସ ଉଦୟ ଲଳିତଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ କହିଛନ୍ତି ଯେ ଖାଲି ଥିବା ପଦବୀ ପୂରଣ କରିବା ବେଳେ ଯୋଗ୍ୟତା ଉପରେ ଧ୍ୟାନ ଦେବା ଦରକାର। ଯୋଗ୍ୟ ବ୍ୟକ୍ତି ମଧ୍ୟ ଜାତି ବଦଳରେ ନିଜ ଟ୍ୟାଲେଣ୍ଟ ଉପରେ ଫୋକସ କରିବା ଦରକାର।

ସୁପ୍ରିମକୋର୍ଟ ଏହା ମଧ୍ୟ କହିଛନ୍ତି ଯେ କୌଣସି ପଦବୀ ପାଇଁ ପ୍ରତିଯୋଗିତା ହେବା ଦରକାର। ଏହି ପ୍ରତିଯୋଗିତା ଯୋଗ୍ୟତା ଭିତ୍ତିରେ ହେବା ଦରକାର। ଚାକିରିରେ ସଂରକ୍ଷଣ ବ୍ୟବସ୍ଥା ରହିବା ଦରକାର। ହେଲେ ଏତେ ବି କଡାକଡି ହେବା ଠିକ୍ ନୁହେଁ।

ସେହିପରି ଜଷ୍ଟିସ ଭଟ୍ଟ କହିଛନ୍ତି ଯେ ସାମ୍ପ୍ରଦାୟିକ ସଂରକ୍ଷଣ ହେଲେ ପ୍ରତ୍ୟେକ ବର୍ଗର ସଂରକ୍ଷଣ ସୀମିତ ରହିବ। ଯେଉଁଥିପାଇଁ ଯୋଗ୍ୟତା ଅଣଦେଖା ହେବ। ତେଣୁ ଯେଉଁ ଚାକିରି ପାଇଁ ପରୀକ୍ଷା ଜରିଆରେ ପ୍ରତିଯୋଗିତା ହେଉଛି ସେ ସ୍ଥାନରେ ଏକମାତ୍ର ସର୍ତ୍ତ ଯୋଗ୍ୟତା ରହିବା ଦରକାର।

ଜଷ୍ଟିସ୍ ଲଲିତ କହିଛନ୍ତି ଯେ ଏକ ନିର୍ଦ୍ଦିଷ୍ଟ ବର୍ଗରେ ଏକ ଖାଲି ପଦବୀ ପୂରଣ କରିବାକୁ କମ୍ ଯୋଗ୍ୟ ପ୍ରାର୍ଥୀଙ୍କୁ ଅନୁମତି ଦିଆଯାଇପାରିବ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos