ଆନ୍ଦୋଳନରତ ଚାଷୀଙ୍କ ମନୋବଳ ବଢ଼ାଇବାକୁ କବିତା ଶେୟାର କଲେ ରାହୁଲ୍
ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣିଥରେ କୃଷି ଆଇନକୁ ନେଇ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ଏହି ଅବସରରେ ସେ ଏକ କବିତା ଟ୍ୱିଟ୍ କରି ଶେୟାର କରିଛନ୍ତି। ଦ୍ୱାରକପ୍ରସାଦ ମହେଶ୍ୱରୀଙ୍କ ପ୍ରସିଦ୍ଧ କବିତା ‘ବୀର ତୁମେ ଆଗେଇ ଚାଲ’ କବିତାକୁ ଶେୟାର କରିଛନ୍ତି।
ଏହା ପୂର୍ବରୁ ଶନିବାର ରାହୁଲ ଗାନ୍ଧୀ କହିଥିଲେ ସରକାରଙ୍କୁ ଚାଷୀଙ୍କ କଥା ଶୁଣିବାକୁ ହେବ। କୃଷି ଆଇନ ପ୍ରତ୍ୟାହାର କରିବାକୁ ହେବ। କେନ୍ଦ୍ର ସରକାରଙ୍କୁ କୃଷି ଆଇନକୁ ବିରୋଧ କରି ଚାଷୀ ଏବେ ଆନ୍ଦୋଳନରେ ବସିଛନ୍ତି। ଶୀତ, କାକରରେ ମାସେ ହେବ ଦିଲ୍ଲୀ ସୀମାରେ ଆନ୍ଦୋଳନରେ ବସିଛନ୍ତି। ତିନି କୃଷି ଆଇନକୁ ପ୍ରତ୍ୟାହାର ଦାବିରେ ଅଡି ବସିଛନ୍ତି ଚାଷୀ।
वीर तुम बढ़े चलो
धीर तुम बढ़े चलो
वॉटर गन की बौछार हो
या गीदड़ भभकी हज़ार हो
तुम निडर डरो नहीं
तुम निडर डटो वहीं
वीर तुम बढ़े चलो
अन्नदाता तुम बढ़े चलो! pic.twitter.com/MqsuS9QxEj— Rahul Gandhi (@RahulGandhi) December 27, 2020
ଅନ୍ୟପଟେ କୃଷି ଆଇନକୁ ବିରୋଧ କରୁଥିବା କଂଗ୍ରେସ ଉଦ୍ଦେଶ୍ୟରେ ଟ୍ୱିଟ୍ କରିଛନ୍ତି ବିଜେପି ସଭାପତି ଜେପି ନଡ୍ଡା। ଯେଉଁ କୃଷି ଆଇନକୁ ଦିନେ କଂଗ୍ରେସ ସମର୍ଥନ କରୁଥିଲା ଏବେ ସେହି କୃଷି ଆଇନକୁ ବିରୋଧ କରୁଛି ବୋଲି ଜେପି ନଡ୍ଡା କହିଛନ୍ତି। ଏହି ଭିଡିଓରେ ଲୋକସଭାରେ ରାହୁଲ୍ ଗାନ୍ଧୀ ଫୁଡ୍ ପାର୍କ ବାବଦରେ କହୁଥିଲେ। ରାହୁଲ ଗାନ୍ଧୀ ଆମେଥିରେ ଫୁଡ୍ ପାର୍କ ପାଇଁ କହିଥିଲେ। ଏହି ଭିଡିଓ ୨୦୧୫ ମସିହାର।
ये क्या जादू हो रहा है राहुल जी?
पहले आप जिस चीज़ की वकालत कर रहे थे, अब उसका ही विरोध कर रहे है।
देश हित, किसान हित से आपका कुछ
लेना-देना नही है।आपको सिर्फ़ राजनीति करनी है।लेकिन आपका दुर्भाग्य है कि अब आपका पाखंड नही चलेगा। देश की जनता और किसान आपका दोहरा चरित्र जान चुके है। pic.twitter.com/Uu2mDfBuIT— Jagat Prakash Nadda (@JPNadda) December 27, 2020
ଭିଡିଓରେ ରାହୁଲ ଗାନ୍ଧୀ କହିଛନ୍ତି ଯେ ଫୁଡ୍ ପାର୍କ ଚାଷୀଙ୍କ ଅଧିକାର ପାଇଁ ଲଢ଼େଇ। କିନ୍ତୁ ସରକାର ଏହାକୁ ଅଣଦେଖା କରୁଛନ୍ତି। ଚାଷୀଙ୍କ ଠାରୁ ଆଳୁ ୨ ଟଙ୍କାରେ କିଣିବା ପରେ ସେମାନଙ୍କୁ ୧୦ ଟଙ୍କାରେ ବିକ୍ରି କରାଯାଏ। ଯାହା ସେମାନଙ୍କ ପ୍ରତି ଅନ୍ୟାୟ। ରାହୁଲ ଆହୁରି ମଧ୍ୟ କହିଛନ୍ତି ଯେ ଚାଷୀ ଏବଂ ଗ୍ରାହକଙ୍କ ମଧ୍ୟରେ ଥିବା ମିଡିଲ୍ ମ୍ୟାନ ମାନଙ୍କୁ ହଟାଇବା ଦରକାର।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।