ମିଛ ପ୍ରତିଶ୍ରୁତି ଦେଇ ଶାସନ କରୁଛନ୍ତି ମୋଦି ଓ ମମତା: ରାହୁଲ ଗାନ୍ଧୀ

କୋଲକାତା: ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ଓ କେନ୍ଦ୍ରରେ ତାଙ୍କର ବନ୍ଧୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମିଛ ପ୍ରତିଶ୍ରୁତି ଦେଇ ଶାସନ କରୁଛନ୍ତି ବୋଲି କହିଛନ୍ତି କଂଗ୍ରେସ ଉପ-ସଭାପତି ରାହୁଲ ଗାନ୍ଧୀ। ଆଜି କୋଲକାତାର ହାୱଡାରେ ଏକ ନିର୍ବାଚନ ରାଲିକୁ ସମ୍ବୋଧିତ କରି ସେ ଏକଥା କହିଥିଲେ। ରାଲିରେ ରାହୁଲ ଗାନ୍ଧୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କଡ଼ା ସମାଲୋଚନା କରିଥିଲେ। ସେ କହିଥିଲେ,“ମମତାଙ୍କ ଶାସନ କାଳରେ ହୋଇଥିବା ସବୁ ଗଡ଼ବଡ଼ ଏବେ ଧୀରେ ଧୀରେ ଗୋଟି ଗୋଟି କରି […]

rahul-gandhi

rahul-gandhi

Rakesh Mallick
  • Published: Saturday, 23 April 2016
  • Updated: 23 April 2016, 10:54 AM IST

Sports

Latest News

rahul-gandhiକୋଲକାତା: ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ଓ କେନ୍ଦ୍ରରେ ତାଙ୍କର ବନ୍ଧୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମିଛ ପ୍ରତିଶ୍ରୁତି ଦେଇ ଶାସନ କରୁଛନ୍ତି ବୋଲି କହିଛନ୍ତି କଂଗ୍ରେସ ଉପ-ସଭାପତି ରାହୁଲ ଗାନ୍ଧୀ। ଆଜି କୋଲକାତାର ହାୱଡାରେ ଏକ ନିର୍ବାଚନ ରାଲିକୁ ସମ୍ବୋଧିତ କରି ସେ ଏକଥା କହିଥିଲେ।

ରାଲିରେ ରାହୁଲ ଗାନ୍ଧୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କଡ଼ା ସମାଲୋଚନା କରିଥିଲେ। ସେ କହିଥିଲେ,“ମମତାଙ୍କ ଶାସନ କାଳରେ ହୋଇଥିବା ସବୁ ଗଡ଼ବଡ଼ ଏବେ ଧୀରେ ଧୀରେ ଗୋଟି ଗୋଟି କରି ଲୋକଲୋଚନକୁ ଆସୁଛି। ନିକଟରେ ଭୁଶୁଡ଼ି ପଡ଼ିଥିବା ଫ୍ଲାଇଓଭରର ନିର୍ମାଣ ଦାୟିତ୍ୱ ତୃଣମୂଳ କଂଗ୍ରେସର ଜଣେ ନେତାଙ୍କୁ ଦିଆଯାଇଥିଲା। ଏଥିରୁ ପ୍ରମାଣିତ ହେଉଛି ଯେ ପଶ୍ଚିମବଙ୍ଗରେ ମିଳିତ ସ୍ୱାର୍ଥପର ଗୋଷ୍ଠୀଙ୍କ ଶାସନ ଚାଲିଛି।”

୨୯୪ ଆସନ ବିଶିଷ୍ଟ ପଶ୍ଚିମବଙ୍ଗ ବିଧାନସଭା ପାଇଁ ଏପ୍ରିଲ୍ ୪ ତାରିଖରୁ ନିର୍ବାଚନ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଏପ୍ରିଲ୍ ୪ ଓ ଏପ୍ରିଲ୍ ୧୧ରେ ଦୁଇଟି ଚରଣରେ ହୋଇଥିଲା। ଏପ୍ରିଲ୍ ୧୭ ଓ ୨୧ରେ ଯଥାକ୍ରମେ ଦ୍ୱିତୀୟ ଓ ତୃଥୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଥିବା ବେଳେ ଏପ୍ରିଲ୍ ୨୫ ତାରିଖରେ ଚତୁର୍ଥ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ। ଏପ୍ରିଲ୍ ୩୦ରେ ପଞ୍ଚମ ଓ ମେ’ ୫ରେ ଷଷ୍ଠ ପର୍ଯ୍ୟାୟ ଭୋଟ୍ ଗ୍ରହଣ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos