କଂଗ୍ରେସ ବିଧାୟକଙ୍କ ପରଲୋକ
ଜୟପୁର: ରାଜସ୍ଥାନର କଂଗ୍ରେସ ବିଧାୟକ ଗଜେନ୍ଦ୍ର ସିଂହ ଶକ୍ତାୱତଙ୍କର ଆଜି ପରଲୋକ ହୋଇଯାଇଛି। କରୋନାଭାଇରସ୍ ସଂକ୍ରମଣ ପରେ ଦିଲ୍ଲୀରେ ତାଙ୍କର ଚିକିତ୍ସା ଚାଲିଥିଲା। ଡାକ୍ତର ବହୁ ପ୍ରୟାସ କରିଥିଲେ ହେଁ, ତାଙ୍କୁ ବଞ୍ଚାଇପାରିନଥିଲେ। ଫଳରେ ଆଜି ସକାଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ପରଲୋକରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଶୋକ ପ୍ରକାଶ କରିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଗଜେନ୍ଦ୍ର ସିଂହଙ୍କ ଅକାଳ ବିୟୋଗରେ ମୁଁ ଗଭୀର ସମବେଦନା ଜଣାଉଛି। ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ। ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଗତ ୧୫ ଦିନ ଧରି ପରିବାରବର୍ଗ ଓ ଡାକ୍ତରଙ୍କ ସଂସ୍ପର୍ଶରେ ଥିଲି। ଏଭଳି ଏକ କଠିନ ସମୟରେ ଭଗବାନ ତାଙ୍କ ପରିବାର ଲୋକଙ୍କୁ ଶକ୍ତି ଏବଂ ଦିବଙ୍ଗତ ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ। ସେହିପରି ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ୍ ପାଇଲଟ୍ ମଧ୍ୟ ଗଜେନ୍ଦ୍ରଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି।
ईश्वर से प्रार्थना है शोकाकुल परिजनों को इस बेहद कठिन समय में सम्बल दें एवं दिवंगत आत्मा को शांति प्रदान करें। #Rajasthan
— Ashok Gehlot (@ashokgehlot51) January 20, 2021
ଗଜେନ୍ଦ୍ର ସିଂହ ଉଦୟପୁରର ବଲ୍ଲଭନଗର ବିଧାନସଭା ଆସନରେ ବିଜୟୀ ହୋଇଥିଲେ। ତାଙ୍କ ପିତା ଗୁଲାବ ସିଂହ ଶକ୍ତାୱତ ରାଜସ୍ଥାନ କଂଗ୍ରେସର ବରିଷ୍ଠ ନେତା ଥିଲେ। ସେ କଂଗ୍ରେସ ସରକାରରେ ଗୃହମନ୍ତ୍ରୀ ଥିଲେ। ଶେଖାୱତଙ୍କ ଦେହାନ୍ତ ପରେ ଉଦୟପୁର ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।