ସଲମାନଙ୍କ ବିରୋଧରେ ମିଥ୍ୟା ସତ୍ୟପାଠ ମାମଲା ଖାରଜ

ଜୟପୁର: ବଲିଉଡ ସୁପରଷ୍ଟାର ସଲମାନ ଖାନ୍ କୃଷ୍ଣସାର ମୃଗ ଶିକାର ମାମଲାରେ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ଅଭିଯୋଗ କରି ରାଜସ୍ଥାନ ସରକାର ୨୦୦୬ରେ ଯୋଧପୁର କୋର୍ଟରେ ଯେଉଁ ମାମଲା ରୁଜୁ କରିଥିଲେ ତା’ର ଆଜି ଶୁଣାଣି କରି ଯୋଧପୁର କୋର୍ଟ ଶୁଣାଣି କରି ମାମଲାକୁ ଖାରଜ କରି ଦେଇଛନ୍ତି। ସୂଚନାଯୋଗ୍ୟ ଯେ ୧୯୯୮ ମସିହାରେ ଅଭିନେତା ସଲମାନ୍ ଖାନ୍ ‘ହମ୍ ସାଥ୍ ସାଥ୍ ହୈ’ ଫିଲ୍ମର ଶୁଟିଂ ବେଳେ କୃଷ୍ଣସାର ମୃଗ ଶିକାର ମାମଲାରେ ତାଙ୍କ […]

salman khan

salman khan

Subhransu Sekhar
  • Published: Monday, 17 June 2019
  • Updated: 17 June 2019, 06:32 PM IST

ଜୟପୁର: ବଲିଉଡ ସୁପରଷ୍ଟାର ସଲମାନ ଖାନ୍ କୃଷ୍ଣସାର ମୃଗ ଶିକାର ମାମଲାରେ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ଅଭିଯୋଗ କରି ରାଜସ୍ଥାନ ସରକାର ୨୦୦୬ରେ ଯୋଧପୁର କୋର୍ଟରେ ଯେଉଁ ମାମଲା ରୁଜୁ କରିଥିଲେ ତା'ର ଆଜି ଶୁଣାଣି କରି ଯୋଧପୁର କୋର୍ଟ ଶୁଣାଣି କରି ମାମଲାକୁ ଖାରଜ କରି ଦେଇଛନ୍ତି।

ସୂଚନାଯୋଗ୍ୟ ଯେ ୧୯୯୮ ମସିହାରେ ଅଭିନେତା ସଲମାନ୍ ଖାନ୍ ‘ହମ୍ ସାଥ୍ ସାଥ୍ ହୈ’ ଫିଲ୍ମର ଶୁଟିଂ ବେଳେ କୃଷ୍ଣସାର ମୃଗ ଶିକାର ମାମଲାରେ ତାଙ୍କ ନାମରେ ପୃଥକ ପୃଥକ ତିନୋଟି ମାମଲା ରୁଜୁ କରାଯାଇଥିଲା। ଯେଉଁଥିରେ ବେଆଇନ ଭାବେ ଅସ୍ତ୍ରଶସ୍ତ୍ର ରଖିବା ମାମଲା ମଧ୍ୟ ଥିଲା। ଏହି ମାମଲାରେ ସଲମାନ ନିଜର ସତ୍ୟପାଠରେ ଦର୍ଶାଇଥିଲେ ଯେ ବନ୍ଧୁକ ରଖିବା ପାଇଁ ମିଳିଥିବା ଲାଇସେନ୍ସ ସେ ହଜାଇ ଦେଇଛନ୍ତି, ତେଣୁ ସେ କୋର୍ଟରେ ଏହା ଦାଖଲ କରିପାରୁ ନାହାନ୍ତି। କିନ୍ତୁ ସଲମାନ ଖାନ କୋର୍ଟକୁ ଭୁଲ ତଥ୍ୟ ଦେଇଥିଲେ, ଅସଲରେ ସେ ତାଙ୍କ ବନ୍ଧୁକ ଲାଇସେନ୍ସର ନବୀକରଣ ପାଇଁ ଆବେଦନ କରିଥିଲେ ବୋଲି ରାଜସ୍ଥାନ ସରକାର ଦର୍ଶାଇ ଯୋଧପୁର କୋର୍ଟର ଦ୍ୱାରସ୍ଥ ହୋଇଥିଲେ।

ତେଣୁ ଭାରତୀୟ ଦଣ୍ଡବିଧାନର ୩୪୦ ଆଧାରରେ ସଲମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରିଥିଲେ ରାଜ୍ୟ ସରକାର।

ସଲମାନଙ୍କ ଓକିଲ ସାରସ୍ୱତ ଖବର ସରବରାହ ସଂସ୍ଥା ଆଇଏଏନଏସକୁ ପ୍ରତିକ୍ରିୟା ଦେଇ କହିଛନ୍ତି ସଲମାନ କୋର୍ଟଙ୍କୁ ଭୁଲ ତଥ୍ୟ ଦେବା ତାଙ୍କର ଉଦ୍ଦେଶ୍ୟ ନଥିଲା। କୃଷ୍ଣସାର ମୃଗ ଶିକାର ନେଇ ମାମଲା ରୁଜୁ ହେବା ପରେ ସଲମାନଙ୍କୁ ତାଙ୍କ ବନ୍ଧୁକର ଲାଇସେନ୍ସ ଦାଖଲ କରିବାକୁ କୁହାଯାଇଥିଲା। କିନ୍ତୁ ସଲମାନ ତାଙ୍କ ଘରେ ଯେତେବେଳେ ଲାଇସେନ୍ସ ଖୋଜିଥିଲେ ମଧ୍ୟ  ପାଇନଥିଲେ।

ଏ ନେଇ ମୁମ୍ୱାଇ ସ୍ଥିତ ବାନ୍ଦ୍ରା ପୁଲିସ ଷ୍ଟେସନରେ ଏକ ଏଫଆଇଆର ମଧ୍ୟ ଦାଖଲ କରିଥିଲେ। ପରବର୍ତ୍ତୀ ସମୟରେ ସଲମାନ ଖାନ ପୁଣି ନୂଆ ବନ୍ଧୁକ ଲାଇସେନ୍ସ ପାଇଥିଲେ। ଯାହାକୁ ନେଇ ରାଜସ୍ଥାନ ସରକାର ସଲମାନ ଖାନ୍ କୋର୍ଟକୁ ମିଛ ସତ୍ୟପାଠ ଦେଇଥିବା ଦର୍ଶାଇ ମାମଲା ରୁଜୁ କରିଥିଲେ ବୋଲି ସଲମାନଙ୍କ ଓକିଲ କହିଛନ୍ତି।

ମାମଲା ରୁଜୁ ହେବା ପରେ ସଲମାନ ଆବଶ୍ୟକ ପ୍ରମାଣପତ୍ର କୋର୍ଟଙ୍କ ଆଗରେ ରଖିଥିଲେ। ଏହାପରେ ଗ୍ରାମାଞ୍ଚଳ କୋର୍ଟର ସିଜିଏମ ବିଚାରପତି ଅଙ୍କିତ୍ ରମନ ସରକାରଙ୍କ ଦ୍ୱାରା ଦାୟର ହୋଇଥିବା ଆବେଦନକୁ ଖାରଜ କରିଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos