'ଭାରତ କଂଗ୍ରେସ ମୁକ୍ତ ହେଲେ ଦାରିଦ୍ର୍ୟମୁକ୍ତ ହେବ'

ଜୟପୁର, ରାଜସ୍ଥାନ: ରାଜସ୍ଥାନର ବିକେନର ଜିଲ୍ଲାରେ ନିର୍ବାଚନୀ ପ୍ରଚାର ବେଳେ କଂଗ୍ରେସ ଉପରେ ଜୋରଦାର ବର୍ଷିଛନ୍ତି ଉତ୍ତର ପ୍ରଦେଶ ଲକ୍ଷ୍ନୌ ଲୋକସଭା ଆସନର ବିଜେପି ପ୍ରାର୍ଥୀ ତଥା କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ। ସେ କହିଛନ୍ତି ଦେଶରୁ କଂଗ୍ରେସ ହଟିଲେ ଦାରିଦ୍ର୍ୟ ହଟିବ। କଂଗ୍ରେସ ୬୦ ବର୍ଷ ଶାସନ କରି ଅନେକ ପ୍ରତିଶ୍ରୁତି ଦେଶବାସୀଙ୍କୁ ଦେଇଛି। ହେଲେ କୌଣସି ପ୍ରତିଶ୍ରୁତି ପୂରଣ କରିନାହିଁ। ତେଣୁ ଯଦି କେହି ପ୍ରତିଶ୍ରୁତି କିପରି ପାଳନ ହୁଏ ଶିଖିବା ପାଇଁ ଚାହୁଁଛନ୍ତି, […]

Subhransu Sekhar
  • Published: Monday, 22 April 2019
  • Updated: 22 April 2019, 07:20 PM IST

ଜୟପୁର, ରାଜସ୍ଥାନ: ରାଜସ୍ଥାନର ବିକେନର ଜିଲ୍ଲାରେ ନିର୍ବାଚନୀ ପ୍ରଚାର ବେଳେ କଂଗ୍ରେସ ଉପରେ ଜୋରଦାର ବର୍ଷିଛନ୍ତି ଉତ୍ତର ପ୍ରଦେଶ ଲକ୍ଷ୍ନୌ ଲୋକସଭା ଆସନର ବିଜେପି ପ୍ରାର୍ଥୀ ତଥା କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ। ସେ କହିଛନ୍ତି ଦେଶରୁ କଂଗ୍ରେସ ହଟିଲେ ଦାରିଦ୍ର୍ୟ ହଟିବ। କଂଗ୍ରେସ ୬୦ ବର୍ଷ ଶାସନ କରି ଅନେକ ପ୍ରତିଶ୍ରୁତି ଦେଶବାସୀଙ୍କୁ ଦେଇଛି। ହେଲେ କୌଣସି ପ୍ରତିଶ୍ରୁତି ପୂରଣ କରିନାହିଁ। ତେଣୁ ଯଦି କେହି ପ୍ରତିଶ୍ରୁତି କିପରି ପାଳନ ହୁଏ ଶିଖିବା ପାଇଁ ଚାହୁଁଛନ୍ତି, ତାହେଲେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଖରୁ ଶିକ୍ଷାଲାଭ କରିବା ଉଚିତ ବୋଲି ରାଜନାଥ ସିଂହ କହିଛନ୍ତି। 

 

ରାଜସ୍ଥାନର ବିକନେର ଜିଲ୍ଲାର କୋଲୟଟ ଲୋକସଭା ଆସନର ବିଜେପି ପ୍ରାର୍ଥୀ ରାମ ମେଘୱାଲଙ୍କ ପାଇଁ ପ୍ରଚାର କରି କଂଗ୍ରେସ ଉପରେ ଏପରି ବର୍ଷିଛନ୍ତି ରାଜନାଥ ସିଂହ।

 

ବାଲାକୋଟ ଏୟାର ଷ୍ଟ୍ରାଇକକୁ ନେଇ ରାଜନାଥ ସିଂହ କହିଛନ୍ତି ଆଉ ଭାରତ ଦୁର୍ବଳ ହୋଇ ରହିନାହିଁ। ସାରା ଦେଶ ଭାରତର ଆତଙ୍କବାଦୀ ବିରୋଧୀ କାର୍ଯ୍ୟାନୁଷ୍ଠାନକୁ ସମର୍ଥନ କରୁଥିବା ବେଳେ କିଛି ଲୋକ କେବଳ ପ୍ରଶ୍ନ କରିବାରେ ମାତିଛନ୍ତି।

 

ଇନ୍ଦିରା ଗାନ୍ଧିଙ୍କ ସରକାର ୧୯୭୧ରେ ପାକିସ୍ତାନ ଉପରେ ଆକ୍ରମଣ କରିଥିବାରୁ ସେତେବେଳର ବିରୋଧୀ ଦଳର ନେତା ବାଜପେୟୀ ଇନ୍ଦିରାଙ୍କୁ ପ୍ରଶଂସାରେ ପୋତି ପକାଇଥିଲେ। ହେଲେ ନରେନ୍ଦ୍ର ମୋଦିଙ୍କୁ ବାଲାକୋଟ ଏୟାର ଷ୍ଟ୍ରାଇକ ପାଇଁ କାହିଁକି ପ୍ରଶଂସା କରାଯିବନି ବୋଲି ପ୍ରଶ୍ନ କରିଛନ୍ତି ରାଜନାଥ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos