ଅଯୋଧ୍ୟା: ରାମ ନବମୀ ପୂର୍ବରୁ ନୂଆ ସ୍ଥାନକୁ ଯିବେ ରାମଲାଲା

ନୂଆଦିଲ୍ଲୀ: ରାମ ଜନ୍ମଭୂମିରେ ବିରାଜମାନ ରାମଲାଲାଙ୍କର ସ୍ଥାନ ପରିବର୍ତ୍ତନ ହେବ। ନବରାତ୍ରି ସମୟରେ ଏକ ଫାଇବର ଷ୍ଟ୍ରକଚରକୁ ରାମଲାଲାଙ୍କୁ ନିଆଯିବ। ଏହି ସ୍ଥାନାନ୍ତର କାର୍ଯ୍ୟ ମାର୍ଚ୍ଚ ୨୫ ତାରିଖରୁ ଆରମ୍ଭ ହୋଇ ଏପ୍ରିଲ ମାସ ୨ ତାରିଖ ବା ରାମ ନବମୀ ମଧ୍ୟରେ ହେବ। ରାମ ମନ୍ଦିର ଟ୍ରଷ୍ଟର ସଦସ୍ୟ ମହନ୍ତ ଦୀନେନ୍ଦ୍ର ଦାସଙ୍କ କହିବା ଅନୁଯାୟୀ, ଆସନ୍ତା ମାସରେ ରାମ ଜନ୍ମଭୂମି ତୀର୍ଥ ଟ୍ରଷ୍ଟର ବୈଠକ ପରେ ରାମଲାଲାଙ୍କ ମୂର୍ତ୍ତି ସ୍ଥାନାନ୍ତର ପାଇଁ ତାରିଖ ନିର୍ଦ୍ଧାରଣ […]

ayodhya

ayodhya

Subrat Kumar Nayak
  • Published: Saturday, 07 March 2020
  • Updated: 07 March 2020, 04:47 PM IST

Sports

Latest News

ନୂଆଦିଲ୍ଲୀ: ରାମ ଜନ୍ମଭୂମିରେ ବିରାଜମାନ ରାମଲାଲାଙ୍କର ସ୍ଥାନ ପରିବର୍ତ୍ତନ ହେବ। ନବରାତ୍ରି ସମୟରେ ଏକ ଫାଇବର ଷ୍ଟ୍ରକଚରକୁ ରାମଲାଲାଙ୍କୁ ନିଆଯିବ। ଏହି ସ୍ଥାନାନ୍ତର କାର୍ଯ୍ୟ ମାର୍ଚ୍ଚ ୨୫ ତାରିଖରୁ ଆରମ୍ଭ ହୋଇ ଏପ୍ରିଲ ମାସ ୨ ତାରିଖ ବା ରାମ ନବମୀ ମଧ୍ୟରେ ହେବ।

ରାମ ମନ୍ଦିର ଟ୍ରଷ୍ଟର ସଦସ୍ୟ ମହନ୍ତ ଦୀନେନ୍ଦ୍ର ଦାସଙ୍କ କହିବା ଅନୁଯାୟୀ, ଆସନ୍ତା ମାସରେ ରାମ ଜନ୍ମଭୂମି ତୀର୍ଥ ଟ୍ରଷ୍ଟର ବୈଠକ ପରେ ରାମଲାଲାଙ୍କ ମୂର୍ତ୍ତି ସ୍ଥାନାନ୍ତର ପାଇଁ ତାରିଖ ନିର୍ଦ୍ଧାରଣ କରାଯିବ।

ମାନସ ଭବନ ନିକଟରେ ଏକ ବୁଲେଟ୍‌ପ୍ରୁଫ୍ ଷ୍ଟ୍ରକଚର ଭିତରେ ଏହି ମୂର୍ତ୍ତିଙ୍କୁ ରଖାଯିବ। ରାମ ଜନ୍ମଭୂମିରେ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଏହି ପ୍ରକ୍ରିୟା ପୂରଣ କରାଯିବ ବୋଲି ଜଣାପଡ଼ିଛି।
୧୯୪୯ ମସିହା ଡିସେମ୍ବର ୨୨-୨୩ ମଧ୍ୟ ରାତ୍ରିରେ ଏହି ମୂର୍ତ୍ତି ପ୍ରଥମେ ସ୍ଥାପିତ ହୋଇଥିଲେ। ଏହାର ୪୩ ବର୍ଷ ପରେ ବିବାଦୀୟ ଢାଞ୍ଚା ଭଙ୍ଗାଯିବା ପରେ ରାମଲାଲାଙ୍କୁ ଏକ ସୁରକ୍ଷିତ ସ୍ଥାନରେ ବା ଅସ୍ଥାୟୀ ମନ୍ଦିରରେ ରଖାଯାଇଛି।

ଏହାର ୨୮ବର୍ଷ ପରୋ ଅସ୍ଥାୟୀ ଭାବେ ଏହି ମୂର୍ତ୍ତି ସ୍ଥାନାନ୍ତର କରାଯିବ। ଏହା ସାମୟକି ଭାବେ ସ୍ଥାନାନ୍ତରିତ ହେବ। ମିଳିଥିବା ସୂଚନା ଅନୁଯାୟୀ, ମନ୍ଦିର ନିର୍ମାଣ ସ୍ଥାନର ଚାରିପଟେ ୧୨ ଫୁଟର ପାଚେରୀ ରହିବ। ଏଥିସହ ବଡ଼ କୋଠାରୁ ଏହା ଯେପରି ଦେଖାନଯାଏ ଏଥିପାଇଁ ଭ୍ୟୁ କଟ୍ଟର ଲଗାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos