ଗେହଲଟଙ୍କ ଭାଇ ଘରେ ଇଡି ରେଡ୍, ଚିହିଁକି ଉଠିଲା କଂଗ୍ରେସ

ଜୟପୁର: ଫର୍ଟିଲାଇଜର ଦୁର୍ନୀତି ମାମଲାରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଭାଇ ଅଗ୍ରେସନ ଗେହଲଟଙ୍କ ସଂପୃକ୍ତି ଥିବା ଅଭିଯୋଗରେ ବୁଧବାର ଇଡି ବିଭିନ୍ନ ସ୍ଥାନରେ ରେଡ୍‌ କରିଛି। ବିଧାୟକ କିଣାବିକା ନେଇ ଶାସକ ଦଳ କଂଗ୍ରେସ ଏବଂ ବିରୋଧୀ ବିଜେପି ମଧ୍ୟରେ ବିବାଦ ତେଜିଥିବା ବେଳେ ଗେହଲଟଙ୍କ ଭାଇ ଘରେ ଇଡି ରେଡ୍ କରିବାକୁ ନେଇ ମତ ରଖିଛି କଂଗ୍ରେସ। କଂଗ୍ରେସ ନେତା ରଣଦୀପ ସୁରଜେୱାଲା ଇଡି ରେଡ୍ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ରାଜସ୍ଥାନ […]

Randeep_Singh_Surjewala

Subhransu Sekhar
  • Published: Wednesday, 22 July 2020
  • , Updated: 22 July 2020, 05:03 PM IST

ଜୟପୁର: ଫର୍ଟିଲାଇଜର ଦୁର୍ନୀତି ମାମଲାରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଭାଇ ଅଗ୍ରେସନ ଗେହଲଟଙ୍କ ସଂପୃକ୍ତି ଥିବା ଅଭିଯୋଗରେ ବୁଧବାର ଇଡି ବିଭିନ୍ନ ସ୍ଥାନରେ ରେଡ୍‌ କରିଛି। ବିଧାୟକ କିଣାବିକା ନେଇ ଶାସକ ଦଳ କଂଗ୍ରେସ ଏବଂ ବିରୋଧୀ ବିଜେପି ମଧ୍ୟରେ ବିବାଦ ତେଜିଥିବା ବେଳେ ଗେହଲଟଙ୍କ ଭାଇ ଘରେ ଇଡି ରେଡ୍ କରିବାକୁ ନେଇ ମତ ରଖିଛି କଂଗ୍ରେସ।

କଂଗ୍ରେସ ନେତା ରଣଦୀପ ସୁରଜେୱାଲା ଇଡି ରେଡ୍ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ରାଜସ୍ଥାନ ସରକାରକୁ ଅସ୍ଥିର କରିବାରେ ବିଫଳ ହେବା ପରେ ଇଡି ରେଡ୍ କରାଯାଉଛି। ରାଜସ୍ଥାନ ଲୋକମାନେ ଆପଣଙ୍କ (ମୋଦି ସରକାର) ରେଡ ରାଜକୁ ଖାତିର କରନ୍ତି ନାହିଁ।

ଜନସାଧାରଣ କି ଗେହଲୋଟ୍ ସରକାର ଏଭଳି ରେଡକୁ ଭୟ କରନ୍ତି ନାହିଁ। ଗଣତନ୍ତ୍ରର ସୁରକ୍ଷା ପାଇଁ ରାଜ୍ୟ ସରକାର ଭୟ ନକରି ସମସ୍ତ ପ୍ରକାର ଚ୍ୟାଲେଞ୍ଜକୁ ସାମ୍ନା କରିବାକୁ ପ୍ରସ୍ତୁତ। ଏଥିସହ କଂଗ୍ରେସ ବିଧାୟକ କୃଷ୍ଣ ପୁନିଆଙ୍କ ସମ୍ପର୍କରେ ସିବିଆଇ ତଦନ୍ତ ନେଇ ମଧ୍ୟ ସୁରଜେଓ୍ୱାଲା କେନ୍ଦ୍ର ସରକାର ଉପରେ ପ୍ରଶ୍ନ ଉଠାଇଛନ୍ତି। ବିଜେପି ସଙ୍କଟରେ ଥିବା ବେଳେ କିମ୍ୱା ବିଜେପିର ଷଡଯନ୍ତ୍ର ବିଫଳ ହେଲେ ଇଡି ଏବଂ ସିବିଆଇକୁ ମୋହରା କରିଥାନ୍ତି ବୋଲି ସୁରଜେଓ୍ୱାଲା କହିଛନ୍ତି।

ସୂଚନାଯୋଗ୍ୟ, ୨୦୧୭ରେ ଫର୍ଟିଲାଇଜର ସ୍କାମରେ ଅଶୋକ ଗେହଲଟଙ୍କ ଭାଇ ଅଗ୍ରେସନ ଗେହଲଟଙ୍କ ସଂପୃକ୍ତି ଥିବା ଅଭିଯୋଗ କରିଥିଲା। ରାଜ୍ୟରେ କେନ୍ଦ୍ରର ଶାସକ ଦଳ ବିଜେପି ଏବଂ ରାଜ୍ୟର ଶାସକ ଦଳ କଂଗ୍ରେସ ମଧ୍ୟରେ ବିବାଦ ଚାଲିଥିବା ବେଳେ ଇଡି ଗେହଲଟଙ୍କ ଭାଇ ଘରେ ରେଡ୍ କରିଛି।

Related story