ଇନ୍‌ଷ୍ଟାରେ ଚର୍ଚ୍ଚାରେ ଅଛନ୍ତି ଏହି ‘ହଲିଉଡ୍‌ ଷ୍ଟାର’, ଚିହ୍ନନ୍ତୁ କିଏ

ନୂଆଦିଲ୍ଲୀ: ଗୁରୁବାର ସକାଳୁ ଚର୍ଚ୍ଚାରେ ଅଛି ଏହି ଫଟୋ। କେହି କେହି ହ୍ୟାଣ୍ଡଶମ୍‌ ହଙ୍କ କହୁଛନ୍ତି ତ ଆଉ କେହି ହଲିଉଡ୍‌ ହିରୋ। କିନ୍ତୁ ପ୍ରକୃତରେ ଇଏ କ’ଣ ଜଣେ ଅଭିନେତା? ନା ସେ ଅଭିନେତା ନୁହନ୍ତି। ସେ ହେଉଛନ୍ତି ଘରେ ଘରେ ପରିଚିତ ଶିଳ୍ପପତି ତଥା ପୂର୍ବତନ ଟାଟା ଗ୍ରୁପ୍‌ ଅଧ୍ୟକ୍ଷ ରତନ ଟାଟା।

ଗତ କିଛି ଦିନ ତଳେ ହିଁ ଇନ୍‌ଷ୍ଟାଗ୍ରାମକୁ ଆସିଛନ୍ତି ରତନ ଟାଟା। ଆଉ ଏଥିରେ ଆକାଉଣ୍ଟ ଖୋଲିବାର ଗୋଟିଏ ଦିନରେ ହିଁ ଆକାଶଛୁଆଁ ଫଲୋୟର୍ସ ହାତେଇଥିଲେ ଏହି ଶିଳ୍ପପତି। ଆଉ #ThrowbackThurday ଭାବେ ସେ କରିଥିବା ଏହି ପୋଷ୍ଟ ସମସ୍ତଙ୍କ ମନ କିଣିନେଇଛି। ଏହି ପୋଷ୍ଟକୁ ନେଇ ଏତେ ଚର୍ଚ୍ଚା ପ୍ରମାଣିତ କରିଦେଇଛି, ରତନ ଟାଟା ଆରମ୍ଭରୁ ହିଁ ଇନ୍‌ଷ୍ଟା ଖେଳକୁ ବୁଝିସାରିଛନ୍ତି।


ସେ ଏହି ଫଟୋ ତାଙ୍କ ଯୁବକ ସମୟର ଗ୍ୟାଲେରୀରୁ ବାହାର କରି ଇନ୍‌ଷ୍ଟାଗ୍ରାମରେ ଛାଡ଼ିଛନ୍ତି। ଏହା ସେ ଭାରତ ଆସିବା ପୂର୍ବର। ସେ ସେତେବେଳେ ଲସ୍ଏଞ୍ଜେଲ୍ସରେ ରହୁଥିଲେ। ତେବେ ଏହି ଫଟୋରୁ ଇଣ୍ଟରନେଟ୍ ୟୁଜରମାନେ ତାଙ୍କୁ ଚିହ୍ନିବା କଷ୍ଟକର ହୋଇପଡ଼ିଥିଲା।

ତାଙ୍କ କ୍ୟାପସନ୍ ବି ମଜାଦାର ଥିଲା। ସେ ଲେଖିଥିଲେ, “ଗତକାଲି ପୋଷ୍ଟ କରିବି ବୋଲି ଭାବିଥିଲି। କିନ୍ତୁ ମୋତେ ସେତେବେଳେ ଥ୍ରୋବ୍ୟାକ୍ ବାବଦରେ କହିବା ପରେ ଏବଂ ଗୁରୁବାରରେ ଏସବୁ ଜନ୍ମ ନେଉଥିବା ବାବଦରେ ଜାଣିଲି। ତେଣୁ ଲସଏଞ୍ଜେଲ୍ସ ସମୟର ଏହି ଫଟୋଟି ଦେଲି। ଏହା ଭାରତକୁ ଅତି ଖୁସିରେ ଫେରିବାର ବହୁ ସମୟ ପୂର୍ବର।”

ସେ ଏପରି ପୋଷ୍ଟ କରିବା ପରେ କ’ଣ ପ୍ରତିକ୍ରିୟା ଆସିଲା ଦେଖନ୍ତୁ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।