“ଆନ୍ଦୋଳନବେଳେ ଯୁବବର୍ଗ ଗାନ୍ଧିଙ୍କ ଅହିଂସା ଭୁଲିବା କଥା ନୁହେଁ”

ନୂଆଦିଲ୍ଲୀ: ୭୧ତମ ସାଧାରଣତନ୍ତ୍ର ଦିବସ ପାଳନର ଗୋଟିଏ ଦିନ ପୂର୍ବରୁ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶ ଉଦ୍ଦେଶ୍ୟରେ ସମ୍ବୋଧନ କରିଛନ୍ତି। ତାଙ୍କ ଭାଷଣରେ ସେ କହିଛନ୍ତି, “ଆମ ସମ୍ବିଧାନ ଆମ ସମସ୍ତଙ୍କୁ ସମସ୍ତ ନାଗରିକଙ୍କୁ ସ୍ୱାଧୀନ ଗଣତନ୍ତ୍ରର ଅଧିକାର ଦେଇଛି। କିନ୍ତୁ ସେହି ସମ୍ବିଧାନ ମଧ୍ୟରେ ଆମ ସମସ୍ତଙ୍କୁ ମୌଳିକ ଗଣତନ୍ତ୍ର ଆଦର୍ଶ ନ୍ୟାୟ, ସ୍ୱାଧୀନତା, ସମାନତା ଏବଂ ଭ୍ରାତୃତ୍ୱ ପ୍ରତି ସର୍ବଦା ସଂକଳ୍ପବଦ୍ଧ ରହିବା” ରାଷ୍ଟ୍ରପତି ଆହୁରି ମଧ୍ୟ କହିଛନ୍ତି, ଜନମଙ୍ଗଳ ପାଇଁ ସରକାର […]

President-Kovind

President-Kovind

Subrat Kumar Nayak
  • Published: Saturday, 25 January 2020
  • Updated: 25 January 2020, 10:55 PM IST

Sports

Latest News

ନୂଆଦିଲ୍ଲୀ: ୭୧ତମ ସାଧାରଣତନ୍ତ୍ର ଦିବସ ପାଳନର ଗୋଟିଏ ଦିନ ପୂର୍ବରୁ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶ ଉଦ୍ଦେଶ୍ୟରେ ସମ୍ବୋଧନ କରିଛନ୍ତି। ତାଙ୍କ ଭାଷଣରେ ସେ କହିଛନ୍ତି, “ଆମ ସମ୍ବିଧାନ ଆମ ସମସ୍ତଙ୍କୁ ସମସ୍ତ ନାଗରିକଙ୍କୁ ସ୍ୱାଧୀନ ଗଣତନ୍ତ୍ରର ଅଧିକାର ଦେଇଛି। କିନ୍ତୁ ସେହି ସମ୍ବିଧାନ ମଧ୍ୟରେ ଆମ ସମସ୍ତଙ୍କୁ ମୌଳିକ ଗଣତନ୍ତ୍ର ଆଦର୍ଶ ନ୍ୟାୟ, ସ୍ୱାଧୀନତା, ସମାନତା ଏବଂ ଭ୍ରାତୃତ୍ୱ ପ୍ରତି ସର୍ବଦା ସଂକଳ୍ପବଦ୍ଧ ରହିବା”

ରାଷ୍ଟ୍ରପତି ଆହୁରି ମଧ୍ୟ କହିଛନ୍ତି, ଜନମଙ୍ଗଳ ପାଇଁ ସରକାର ବିଭିନ୍ନ ଅଭିଯାନ ଚଲାଇଛନ୍ତି। ନିର୍ଦ୍ଦିଷ୍ଟ ଭାବେ ଆମକୁ ଦୃଷ୍ଟି ଦେବାକୁ ହେବ ଯେପରି ନାଗରିକମାନଆ ସ୍ୱତଃସ୍ପୁର୍ତ୍ତ ଭାବେ ଏହି ଅଭିଯାନରେ ଭାଗ ନେବେ। ଭାରତରେ କ୍ଷମତା, ପ୍ରସିଦ୍ଧି ଏବଂ ଅର୍ଥଠାରୁ ଜ୍ଞାନକୁ ଅଧିକ ଶ୍ରେଷ୍ଠ ମନେ କରାଯାଏ ବୋଲି ସେ କହିଛନ୍ତି। ସେହି କାରଣରୁ ଶିକ୍ଷା ଅନୁଷ୍ଠାନକୁ ଭାରତୀୟ ପରମ୍ପରାରେ ଶିକ୍ଷାର ମନ୍ଦିର କୁହାଯାଏ ବୋଲି ସେ କହିଛନ୍ତି। ସେ କହିଛନ୍ତି ଶିକ୍ଷା କ୍ଷେତ୍ରରେ ଆମ ଦେଶର ବିଭିନ୍ନ ସଫଳତା ପ୍ରଶଂସନୀୟ। କେହି ଯେପରି ଶିକ୍ଷାରୁ ବଞ୍ଚିତ ନହୁଅନ୍ତି, ଆମେ ସେଦିଗରେ ପ୍ରୟାସରତ ରହିବା ଉଚିତ।

ସେ ମହାତ୍ମା ଗାନ୍ଧିଙ୍କ ସ୍ମୃତିଚାରଣ କରି କହିଥିଲେ, ଆଜିର ଦିନରେ ମଧ୍ୟ ରାଷ୍ଟ୍ର ନିର୍ମାଣ ପାଇଁ ମହାତ୍ମା ଗାନ୍ଧିଙ୍କ ବିଚାର ଗୁରୁତ୍ୱପୂର୍ଣ୍ଣ ମନେହୁଏ। ସତ୍ୟ ଓ ଅହିଂସା ସମ୍ପର୍କିତ ତାଙ୍କ ବାର୍ତ୍ତା ଆମ ସମୟରେ ସବୁଠାରୁ ଦରକାରୀ ହୋଇପଡ଼ିଛି। ସେ ଯୁବବର୍ଗଙ୍କ ଆନ୍ଦୋଳନରେ ଅହିଂସାର ଆବଶ୍ୟକତା ବାବଦରେ କହିଥିଲେ, ଯେଉମାନେ କୌଣସି ଉଦ୍ଦେଶ୍ୟ ରଖି ଲଢ଼େଇ କରୁଛନ୍ତି ବିଶେଷ କରି ଯୁବବର୍ଗ ସବୁବେଳେ ଗାନ୍ଧିଜୀଙ୍କ ଅହିଂସାକୁ ମନରେ ରଖିବା ଉଚିତ। ଏହା ମାନବ ଜଗତ ପାଇଁ ଏକ ଅମୂଲ୍ୟ ଉପହାର।

ସେ ଭାଷଣ ଆରମ୍ଭରେ କହିଥିଲେ, “ଆଜିକୁ ସାତ ଦଶନ୍ଧି ପୂର୍ବେ, ଜାନୁଆରୀ ୨୬ ତାରିଖ ଦିନ ଆମ ଦେଶର ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା। ଏହା ପୂର୍ବରୁ ମଧ୍ୟ, ଏହି ତାରିଖଟି ବିଶେଷ ମହତ୍ୱ ବହନ କରିଆସୁଥିଲା। ‘ପୂର୍ଣ୍ଣ ସ୍ୱରାଜ’ ହାସଲ କରିବା ଉଦ୍ଦେଶ୍ୟରେ ଆମ ଜନସାଧାରଣ ୧୯୩୦ ମସିହାଠାରୁ ୧୯୪୭ ମସିହା ପର୍ଯ୍ୟନ୍ତ ଜାନୁଆରୀ ୨୬ ତାରିଖକୁ ପ୍ରତିବର୍ଷ ‘ପୂର୍ଣ୍ଣ ସ୍ୱରାଜ ଦିବସ’ ରୂପେ ପାଳନ କରିଆସୁଥିଲେ । ସେଥିପାଇଁ, ୧୯୫୦ ମସିହା ଜାନୁଆରୀ ୨୬ ତାରିଖ ଦିନ ହିଁ ଆମେ ଏକ ସାଧାରଣତନ୍ତ୍ର ଭାବେ ଆମର ଯାତ୍ରା ଆରମ୍ଭ କରିଥିଲୁ ଏବଂ ଆମ ସମ୍ବିଧାନରେ ରହିଥିବା ନୀତି ଅନୁସାରେ ଆମକୁ ପୁନଃପ୍ରତିବଦ୍ଧ କରିଥିଲୁ। ସେହି ଦିନଠାରୁ, ପ୍ରତି ବର୍ଷ ଜାନୁଆରୀ ୨୬ ତାରିଖକୁ ଆମେ ସାଧାରଣତନ୍ତ୍ର ଦିବସ ରୂପେ ପାଳନ କରିଆସୁଛ।”

ସରକାରଙ୍କ ବିଭିନ୍ନ ଅଭିଯାନ ବାବଦରେ ସେ କହିଥିଲେ, ରନ୍ଧନ ଗ୍ୟାସ ସବସିଡି ଫେରସ୍ତ ହେଉ ଅଥବା ଡିଜିଟାଲ ପେମେଣ୍ଟକୁ ଆଗେଇ ନେବା ହେଉ, ସାଧାରଣ ଜନତା ସରକାରୀ କାର୍ଯ୍ୟକ୍ରମଗୁଡ଼ିକୁ ସେମାନଙ୍କର ନିଜସ୍ୱ ବୋଲି ଭାବି ନେଇଛନ୍ତି ଏବଂ ସେସବୁକୁ ବାସ୍ତବରେ ଫଳପ୍ରସୂ କରାଇପାରିଛନ୍ତି। ‘ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା’ର ସଫଳତା ଆମ ସମସ୍ତଙ୍କ ପାଇଁ ଏକ ଗର୍ବର ବିଷୟ ଏବଂ ସେଥିରେ ଧାର୍ଯ୍ୟ କରାଯାଇଥିବା ୮କୋଟି ହିତାଧିକାରୀ ଟାର୍ଗେଟ ପୂରଣ ହୋଇସାରିଛି। ଏହାଦ୍ୱାରା ପ୍ରକୃତ ହିତାଧିକାରୀଙ୍କ ନିକଟରେ ସ୍ୱଚ୍ଛ ଇନ୍ଧନ ପହଞ୍ଚି ପାରିଛି। “ସୌଭାଗ୍ୟ” ଯୋଜନା ଭାବେ ଲୋକପ୍ରିୟ “ପ୍ରଧାନମନ୍ତ୍ରୀ ସହଜ ବିଜୁଳି ହର ଘର ଯୋଜନା” ମଧ୍ୟ ସାଧାରଣ ଜନତାଙ୍କ ଜୀବନକୁ ଆଲୋକିତ କରିଛି । “ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି” ଅଧୀନରେ ଦେଶର ୧୪ କୋଟିରୁ ଅଧିକ କୃଷକ ପରିବାର ବାର୍ଷିକ ଛଅ ହଜାର ଟଙ୍କା ପାଇବାକୁ ଯୋଗ୍ୟ ହୋଇପାରିଛନ୍ତି। ଯେଉଁ କୃଷକମାନେ ଆମକୁ ଆହାର ଯୋଗାଇ ସମ୍ମାନର ସହ ଜୀବନ ବଞ୍ଚିବାର ସୁଯୋଗ ପ୍ରଦାନ କରିଛନ୍ତି ସେମାନଙ୍କ ପ୍ରୟାସରେ ଏହି ଅର୍ଥ ସହାୟକ ହୋଇପାରିବ।

ଦେଶରେ ଦିନକୁ ଦିନ ବୃଦ୍ଧି ପାଉଥିବା ଜଳ ସଙ୍କଟ ଭଳି ଆହ୍ୱାନକୁ ସଫଳତାର ସହ ମୁକାବିଲା କରିବା ସକାଶେ, ଜଳଶକ୍ତି ମନ୍ତ୍ରଣାଳୟ ନାମକ ଏକ ନୂଆ ମନ୍ତ୍ରଣାଳୟ ସୃଷ୍ଟି କରାଯାଇଛି। ଜଳ ସଂରକ୍ଷଣ ଏବଂ ଜଳ ପରିଚାଳନାକୁ ସରକାର ସର୍ବାଧିକ ଗୁରୁତ୍ୱ ପ୍ରଦାନ କରୁଛନ୍ତି। ମୋର ଦୃଢ଼ ବିଶ୍ୱାସ ଯେ “ସ୍ୱଚ୍ଛ ଭାରତ ଅଭିଯାନ” ଭଳି “ଜଳ ଜୀବନ ମିଶନ” ମଧ୍ୟ ଏକ ଜନପ୍ରିୟ ଆନ୍ଦୋଳନର ରୂପ ଧାରଣ କରିବ।

ସେ ଏହି ଅବସରରେ କହିଥିଲେ, “ବସ୍ତୁ ଓ ସେବା କର (ଜିଏସଟି) ଲାଗୁ ହେବା ଦ୍ୱାରା ଆମର ଲକ୍ଷ୍ୟ ‘ଏକ ରାଷ୍ଟ୍ର, ଏକ ଟିକସ, ଏକ ବଜାର’ ସାକାର ହୋଇପାରିଛି । ଏହା ଏବେ ଇ-ନାମ ଯୋଜନା ଦ୍ୱାରା ପରିପୂରକ ଭାବେ କାର୍ଯ୍ୟକାରୀ ହେଉଛି ଯାହାକି ‘ଗୋଟିଏ ରାଷ୍ଟ୍ର ପାଇଁ ଗୋଟିଏ ବଜାର’ ପ୍ରକ୍ରିୟାକୁ ସୁଦୃଢ଼ କରିବାରେ ସହାୟକ ହେଉଛି ଏବଂ ତାହା କୃଷକମାନଙ୍କୁ ସର୍ବାଧିକ ସହାୟକ ହେବ । ଦେଶର ପ୍ରତ୍ୟେକ ଭାଗର ସାମଗ୍ରିକ ବିକାଶ ପାଇଁ ସରକାରଙ୍କ ନିରବଚ୍ଛିନ୍ନ ପ୍ରୟାସ ଜାରି ରହିଛି- ତାହା ଜମ୍ମୁ କଶ୍ମୀର କିମ୍ବା ଲଦାଖ ହୋଇଥାଉ, ଅଥବା ଉତର-ପୂର୍ବାଂଚଳର କୌଣସି ରାଜ୍ୟ, ଅଥବା ଭାରତ ମହାସାଗରରେ ଅବସ୍ଥିତ କୌଣସି ଦ୍ୱୀପ ।”

‘ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ’ ତଥା ‘ଆୟୁଷ୍ମାନ ଭାରତ’ ଏବେ ସରକାରୀ ପାଣ୍ଠି ବିନିଯୋଗରେ କାର୍ଯ୍ୟକାରୀ ହେଉଥିବା ବିଶ୍ୱର ସର୍ବବୃହତ ସ୍ୱାସ୍ଥ୍ୟସେବା ଯୋଜନାରେ ପରିଣତ ହୋଇଛି ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, “ଏହାଦ୍ୱାରା ସରକାର ସମାଜର ତୃଣମୂଳ ସ୍ତରରେ ବସବାସ କରୁଥିବା ଗରିବଙ୍କ କଲ୍ୟାଣ ସକାଶେ ସର୍ବଦା ଯତ୍ନଶୀଳ ଓ ସେମାନଙ୍କ ପାଇଁ ଚିନ୍ତା କରୁଥିବା ପ୍ରମାଣ କରିଛନ୍ତି। ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଣରେ ଯଥେଷ୍ଟ ଉନ୍ନତି ପରିଲକ୍ଷିତ ହୋଇଛି ଏବଂ ତାହାର ପରିସର ବିସ୍ତାରିତ ହୋଇଛି। ଜନ ଔଷଧି ଯୋଜନା ପ୍ରବର୍ତନ ଦ୍ୱାରା ଦେଶର ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟସେବା ଖର୍ଚ୍ଚ ଯଥେଷ୍ଟ ହ୍ରାସ ପାଇଛି ଏବଂ ସେମାନଙ୍କୁ ସୁଲଭ ମୂଲ୍ୟରେ ସମସ୍ତ ପ୍ରକାର ଗୁଣାତ୍ମକ ଜେନେରିକ ଔଷଧ ଯୋଗାଇ ଦିଆଯାଉଛି।”

ଇସ୍ରୋର ପ୍ରଶଂସା କରି ସେ କହିଥିଲେ, “ଭାରତୀୟ ମହାକାଶ ଗବେଷଣା ସଂସ୍ଥା ‘ଇସ୍ରୋ’ର ଅବିଶ୍ୱସନୀୟ ସଫଳତାରେ ଦେଶ ଗର୍ବିତ। ଇସ୍ରୋ ଏବେ ମିଶନ ଗଗନାୟନକୁ ସଫଳ କରିବା ଦିଗରେ ଅଗ୍ରସର ହେଉଛି। ଚଳିତବର୍ଷ ଭାରତର ପ୍ରଥମ ମାନବ ମହାକାଶ ଅଭିଯାନ ଆହୁରି ଦ୍ରୁତଗତିରେ ଆଗକୁ ବଢ଼ିବା ଆଶାରେ ଦେଶବାସୀ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଛନ୍ତି।

ଚଳିତ ବର୍ଷ ମଧ୍ୟ ଟୋକିଓ ଅଲିମ୍ପିକ୍ସର ବର୍ଷ ହୋଇଥିବାରୁ ସେ କହିଥିଲେ, ୨୦୨୦ରେ ଭାରତୀୟ କ୍ରୀଡ଼ାବିତମାନଙ୍କ ପଛରେ କୋଟି କୋଟି ଭାରତୀୟଙ୍କ ଶୁଭକାମନା ଓ ସମର୍ଥନ ଅବିରତ ଭାବେ ରହିବ। ପ୍ରବାସୀ ଭାରତୀୟମାନେ ମଧ୍ୟ ସର୍ବଦା ଦେଶର ଗୌରବ ବୃଦ୍ଧି କରିଛନ୍ତି ବୋଲି ସେ କହିଛନ୍ତି।

ଶେଷରେ ସେ କହିଥିଲେ, “ସମଗ୍ର ବିଶ୍ୱ ଏକ ବୃହତର ଏବଂ ସୁଦୃଢ଼ ପରିବାର ବୋଲି ଯେଉଁ ଚିନ୍ତନ ରହିଛି, ତାହା ଆମ ସଂସ୍କୃତିର ‘ବସୁଧୈବ କୁଟୁମ୍ବକମ୍’ରୁ ହିଁ ଆନିତ। ତାହା ଅନ୍ୟ ରାଷ୍ଟ୍ରଗୁଡ଼ିକ ସହ ଆମର ସମ୍ପର୍କକୁ ନିବିଡ଼ କରୁଛି । ଆମେ ଆମ ଗଣତାନ୍ତ୍ରିକ ଆଦର୍ଶକୁ ପରସ୍ପର ସହ ବାଂଟୁଛୁ ଏବଂ ସମଗ୍ର ବିଶ୍ୱ ସହ ଆମର ବିକାଶର ସୁଫଳକୁ ମଧ୍ୟ ବାଣ୍ଟି ଚାଲିଛୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story