୭୮ ବିଜେପି ବିଧାୟକଙ୍କୁ ଟିକେଟ୍ ନ ଦେବାକୁ ଆର୍‌ଏସ୍‌ଏସ୍‌ର ପରାମର୍ଶ!

ଭୋପାଲ: ଆସନ୍ତା ବିଧାନସଭା ନିର୍ବାଚନରେ ମଧ୍ୟ ପ୍ରଦେଶର ୭୮ ଜଣ ବିଜେପି ବିଧାୟକଙ୍କୁ ଟିକେଟ୍ ନ ଦେବା ପାଇଁ ରାଷ୍ଟ୍ରୀୟ ସ୍ୱୟଂ ସଂଘ (ଆର୍‌ଏସ୍‌ଏସ୍‌) ବିଜେପିକୁ କହିଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି। ଆଉ ଛଅ ସପ୍ତାହ ପରେ ରାଜ୍ୟରେ ଭୋଟ୍ ହେବାକୁ ଥିବା ବେଳେ ଆର୍‌ଏସ୍‌ଏସ୍‌ର ଏଭଳି ପରାମର୍ଶ ବିଜେପିକୁ ଚିନ୍ତାରେ ପକାଇ ଦେଇଛି।

ଏହା ବି ଶୁଣିବାକୁ ମିଳିଛି ଯେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ବୁଧନିରୁ ନ ଲଢ଼ି ଭୋପାଲର ଗୋବିନ୍ଦପୁରା ଆସନରୁ ଲଢ଼ନ୍ତୁ ବୋଲି ଆର୍‌ଏସ୍‌ଏସ୍ ପରାମର୍ଶ ଦେଇଛି। ଗୋବିନ୍ଦାପୁରା ଆସନରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ବାବୁଲାଲ ଗୌର (୮୮) ଆଠ ଥର ନିର୍ବାଚନ ଜିତିଥିଲେ।

ତେବେ ଆର୍‌ଏସ୍‌ଏସ୍‌ର ଏଭଳି ପରାମର୍ଶ ସଂପର୍କରେ କୌଣସି ବିଜେପି ନେତା କିଛି କହୁ ନାହାନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଆର୍‌ଏସ୍‌ଏସ୍‌ ମତ ଦେଇଛି ଯେ ଏହି ୭୮ ବିଧାୟକଙ୍କ ପ୍ରଦର୍ଶନ ଭଲ ନାହିଁ। ଏ ବିଷୟରେ କୁଆଡ଼େ ରାଜ୍ୟ ବିଜେପିର ନିର୍ବାଚନ ପରିଚାଳନା ବୈଠକରେ ବି ଆଲୋଚନା ହୋଇଛି। ଏଥିରେ ଜିତିବା ଦକ୍ଷତା ଥିବା ନେତାଙ୍କୁ ଟିକେଟ୍ ଦିଆଯିବ ବୋଲି ଆଲୋଚନା ହୋଇଛି।

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କୁ ହରାଇବା ପାଇଁ କଂଗ୍ରେସ ଜଣେ ଶକ୍ତିଶାଳୀ ନେତାଙ୍କୁ ତାଙ୍କ ବିପକ୍ଷରେ ପ୍ରାର୍ଥୀ କରିବାକୁ ଯୋଜନା କରୁଥିବା ଶୁଣିବାକୁ ମିଳିଛି।

ମୁଖ୍ୟମନ୍ତ୍ରୀ ବୁଧନି ବଦଳରେ ଭୋପାଲର ଗୋବିନ୍ଦପୁରା ଆସନରୁ ପ୍ରାର୍ଥୀ ହେବା ପ୍ରସ୍ତାବକୁ ଅନେକ ବିଜେପି ନେତା ଗ୍ରହଣ କରିପାରି ନାହାନ୍ତି। ସେମାନଙ୍କ ଯୁକ୍ତି ହେଉଛି ବୁଧନି ମୁଖ୍ୟମନ୍ତ୍ରୀଙ୍କ ନିଜ ଅଞ୍ଚଳ। ତାଙ୍କୁ ସେଠାରୁ ପ୍ରାର୍ଥୀ ନ ହେଲେ ସ୍ଥାନୀୟ ଲୋକେ ଅସନ୍ତୁଷ୍ଟ ହୋଇଯିବେ।

ସୂଚନାଯୋଗ୍ୟ, ନଭେମ୍ବର ୨୮ ତାରିଖରେ ମଧ୍ୟ ପ୍ରଦେଶରେ ଭୋଟ୍ ଗ୍ରହଣ ହେବ।
ସୌଜନ୍ୟ- ଦ ଟାଇମ୍ସ ଅଫ୍ ଇଣ୍ଡିଆ

ଆହୁରି ପଢ଼ନ୍ତୁ

ଏନଡିଏକୁ ଅଲବିଦା କହିଲେ, ମମତାଙ୍କ ସହ ହାତ ମିଳାଇଲେ ଫେରାର ବିମଳ ଗୁରୁଙ୍ଗ

କେନ୍ଦ୍ର କର୍ମଚାରୀଙ୍କ ପାଇଁ ବୋନସ ଘୋଷଣା କଲେ ମୋଦି ସରକାର

କରୋନା ଟିକାର ପରୀକ୍ଷା ପାଇଁ ଜାଣିଶୁଣି ଲୋକଙ୍କୁ ସଂକ୍ରମିତ କରିବ ଏହି ଦେଶ

ଦୁଃଖ ଦେଉଛି ଗାଟେଣୀ ନଦୀ; ବର୍ଷା ବଢ଼ିଲେ ବଢ଼ୁଛି ଚିନ୍ତା

ଭାରତ ଗସ୍ତରେ ଆସିବେ ଟ୍ରମ୍ପଙ୍କ ଦୁଇ ପ୍ରମୁଖ ମନ୍ତ୍ରୀ

ସିନ୍ଧ ପୁଲିସ ମୁଖ୍ୟଙ୍କୁ ପାକିସ୍ତାନ ସେନାର ଅପହରଣ ଅଭିଯୋଗ, କରାଚିରେ ‘ଗୃହଯୁଦ୍ଧ’

ଚାଇନିଜ୍ ସେନାକୁ ହସ୍ତାନ୍ତର କଲା ଭାରତୀୟ ସେନା

ଘର ବାହାରେ ଛିଡ଼ା ହୋଇଥିଲେ, ତୀର ମାଡ଼ରେ ଟଳିପଡ଼ିଲେ

ଲାଲ୍‌ବାହିନୀର ବର୍ବର କାଣ୍ଡ; ଇନଫର୍ମର ସନ୍ଦେହରେ ମୁଣ୍ଡ ଗଡ଼ାଇଲେ

ଓପିନିଅନ ପୋଲ: ବିହାରରେ ପୁଣି ବାଜିମାତ କରିବ ଏନଡିଏ, କିନ୍ତୁ…

କୋଭିଡ୍ ଚିକିତ୍ସା ପାଇଁ କିମ୍ସ ନେଇଛି ୪୦ କୋଟି

କ’ଣ ଏବେ ବି ଚେନ୍ନାଇ ପାଖରେ ଫ୍ଲେ ଅଫ ଖେଳିବାର ସୁଯୋଗ ଅଛି ? ଜାଣନ୍ତୁ ପୂରା ଗଣିତ