ମାସକୁ ୯୦୦୦ ଫୋନ୍‌ ଟ୍ୟାପିଂ କରୁଥିଲେ କଂଗ୍ରେସ ସରକାର

ନୂଆଦିଲ୍ଲୀ: ବ୍ୟକ୍ତିଗତ କମ୍ପ୍ୟୁଟର ଉପରେ ସରକାର ନଜର ରଖିପାରିବେ ବୋଲି ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବ୍ୟକ୍ତିଗତ ତଥ୍ୟ ସୁରକ୍ଷାକୁ ନେଇ ବିଜେପି ସରକାରଙ୍କୁ କଂଗ୍ରେସ କଡ଼ା ସମାଲୋଚନା କରିଥିବାବେଳେ କଂଗ୍ରେସ ଶାସନ ସମୟର ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ଆରଟିଆଇ ଯୋଗେ ମିଳିଥିବା ଏହି ତଥ୍ୟରୁ ଜଣାପଡ଼ିଛି ୭୫୦୦ରୁ ୯୦୦୦ ଫୋନ୍‌ର ତଥ୍ୟ ଉପରେ ନଜର ରଖିଥିଲେ ତତ୍କାଳୀନ ୟୁପିଏ ସରକାର। ଏତଦ୍‌ବ୍ୟତୀତ ୩୦୦ରୁ ୫୦୦ ଇମେଲ୍‌ ଆକାଉଣ୍ଟ ମଧ୍ୟ ଏପରି ଗୁପ୍ତ କାର୍ଯ୍ୟରେ ସାମିଲ […]

congress

congress

Subrat Kumar Nayak
  • Published: Saturday, 22 December 2018
  • Updated: 22 December 2018, 07:26 PM IST

Sports

Latest News

ନୂଆଦିଲ୍ଲୀ: ବ୍ୟକ୍ତିଗତ କମ୍ପ୍ୟୁଟର ଉପରେ ସରକାର ନଜର ରଖିପାରିବେ ବୋଲି ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବ୍ୟକ୍ତିଗତ ତଥ୍ୟ ସୁରକ୍ଷାକୁ ନେଇ ବିଜେପି ସରକାରଙ୍କୁ କଂଗ୍ରେସ କଡ଼ା ସମାଲୋଚନା କରିଥିବାବେଳେ କଂଗ୍ରେସ ଶାସନ ସମୟର ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି।

ଆରଟିଆଇ ଯୋଗେ ମିଳିଥିବା ଏହି ତଥ୍ୟରୁ ଜଣାପଡ଼ିଛି ୭୫୦୦ରୁ ୯୦୦୦ ଫୋନ୍‌ର ତଥ୍ୟ ଉପରେ ନଜର ରଖିଥିଲେ ତତ୍କାଳୀନ ୟୁପିଏ ସରକାର। ଏତଦ୍‌ବ୍ୟତୀତ ୩୦୦ରୁ ୫୦୦ ଇମେଲ୍‌ ଆକାଉଣ୍ଟ ମଧ୍ୟ ଏପରି ଗୁପ୍ତ କାର୍ଯ୍ୟରେ ସାମିଲ ଥିଲା।

୨୦୧୩ ଅଗଷ୍ଟ ୧୩ ତାରିଖର ଏହି ଉତ୍ତରରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଥିଲା। ଏଥିରେ କୁହାଯାଇଥିଲା, “ହାରାହାରି ୭୫୦୦ରୁ ୯୦୦୦ ଫୋନ୍‌ର ତଥ୍ୟ ଏବଂ ୩୦୦ରୁ ୫୦୦ ଇମେଲ୍‌ ଆକାଉଣ୍ଟ ଉପରେ ମଧ୍ୟ ନିୟମିତ ନଜର ରଖାଯାଇ ଥିଲା।”

ଏଥିରେ ଆହୁରି ମଧ୍ୟ ଯାଞ୍ଚକାରୀ ସଂସ୍ଥା ଭାବେ ଇଣ୍ଟେଲିଜେନ୍ସ ବ୍ୟୁରୋ, ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ, ଇଡି, ସିବିଆଇ, ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଡାଇରେକ୍ଟ ଟାକ୍ସେସ, ଏନ୍‌ଆଇଏ, କ୍ୟାବିନେଟ୍‌ ସଚିବ(ର’), ଡିରେକ୍ଟରେଟ୍‌ ଅଫ୍‌ ରେଭେନ୍ୟୁ ଇଣ୍ଟଲିଜେନ୍ସ ଓ ଦିଲ୍ଲୀର ପୁଲିସ୍‌ କମିଶନର ଆଦି୧୦ଟି ତଦନ୍ତକାରୀ ସଂସ୍ଥାଙ୍କ ନାମର ଉଲ୍ଲେଖ ରହିଛି।

୨୦୦୮ ମସିହାରେ ଏ ରାଜା ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଏବଂ ଶିବରାଜ ପାଟିଲ ଗୃହ ମନ୍ତ୍ରୀ ଥିବାବେଳେ ଲାଗୁ ହୋଇଥିବା ଏହି ଆଇନରେ ପରିବର୍ତ୍ତନ ଅଣାଯାଇ ତଦନ୍ତକାରୀ ସଂସ୍ଥାଗୁଡ଼ିକର କ୍ଷମତା ବଢ଼ାଯାଇଥିବା ବିଷୟରେ ଆଜି ସରକାର ମତ ରଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos