କରୋନା ଟିକାର ପ୍ରଡକ୍ସନ ଆରମ୍ଭ, ଅଗଷ୍ଟ ଶେଷରୁ ବଜାରରେ ମିଳିବ

ମସ୍କୋ: ବିଶ୍ୱର ପ୍ରଥମ କରୋନା ଟିକାର ଉତ୍ପାଦନ ଆରମ୍ଭ କରିଛି ରୁଷ। ଅଗଷ୍ଟ ୧୧ରେ ବିଶ୍ୱର ପ୍ରଥମ କରୋନା ଟିକା ସ୍ପୁଟନିକ-ଭି ସମ୍ପର୍କରେ ରୁଷ ଘୋଷଣା କରିଥିଲା। ଟିକା ରୁଷରେ ପଞ୍ଜୀକରଣ ହେବା ପରେ ଏହାର ପ୍ରଥମ ଡୋଜ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଝିଅଙ୍କୁ ଏହା ଦିଆଯାଇଥିଲା। ସେ ସଂପୂର୍ଣ୍ଣ ସୁସ୍ଥ ଥିବା ଜଣାପଡ଼ିବା ପରେ ଏବେ ରୁଷ ଏହି ସ୍ପୁଟନିକ-ଭି ଟିକାର ଉତ୍ପାଦନ ଆରମ୍ଭ କରିଥିବା ସ୍ଥାନୀୟ ଗଣାମାଧ୍ୟମ ଖବର ପ୍ରକାଶ କରିଛନ୍ତି। ରୁଷର ସ୍ୱାସ୍ଥ୍ୟ […]

i

i

Hemant Lenka
  • Published: Saturday, 15 August 2020
  • Updated: 15 August 2020, 05:22 PM IST

Sports

Latest News

ମସ୍କୋ: ବିଶ୍ୱର ପ୍ରଥମ କରୋନା ଟିକାର ଉତ୍ପାଦନ ଆରମ୍ଭ କରିଛି ରୁଷ। ଅଗଷ୍ଟ ୧୧ରେ ବିଶ୍ୱର ପ୍ରଥମ କରୋନା ଟିକା ସ୍ପୁଟନିକ-ଭି ସମ୍ପର୍କରେ ରୁଷ ଘୋଷଣା କରିଥିଲା। ଟିକା ରୁଷରେ ପଞ୍ଜୀକରଣ ହେବା ପରେ ଏହାର ପ୍ରଥମ ଡୋଜ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଝିଅଙ୍କୁ ଏହା ଦିଆଯାଇଥିଲା।

ସେ ସଂପୂର୍ଣ୍ଣ ସୁସ୍ଥ ଥିବା ଜଣାପଡ଼ିବା ପରେ ଏବେ ରୁଷ ଏହି ସ୍ପୁଟନିକ-ଭି ଟିକାର ଉତ୍ପାଦନ ଆରମ୍ଭ କରିଥିବା ସ୍ଥାନୀୟ ଗଣାମାଧ୍ୟମ ଖବର ପ୍ରକାଶ କରିଛନ୍ତି। ରୁଷର ସ୍ୱାସ୍ଥ୍ୟ ବିଭାଗ ସୂତ୍ରରୁ Interfax news ପ୍ରକାଶ କରିଥିବା ଖବର ଅନୁଯାୟୀ, କରୋନା ଟିକାର ପ୍ରଥମ ପର୍ଯ୍ୟାୟ ଉତ୍ପାଦନ ଏବେ ଆରମ୍ଭ ହୋଇଯାଇଛି। ଅଗଷ୍ଟ ଶେଷ ବେଳକୁ ଏହା ବଜାରରେ ପ୍ରବେଶ କରିବ। ଏହାପରେ ଏହାକୁ ପ୍ରଥମେ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଓ ଶିକ୍ଷକଙ୍କୁ ପ୍ରଦାନ କରାଯିବ। କରୋନା ଯୋଦ୍ଧାମାନେ ଏହାକୁ ନେବା ପରେ ଦେଶର ବିଭିନ୍ନ ପ୍ରାନ୍ତର ଲୋକଙ୍କ ପାଖକୁ ଏହା ପଠାଯିବ।

ରୁଷ ବିଶ୍ୱର ପ୍ରଥମ ଦେଶ ଭାବେ କରୋନା ଟିକା ବାହାର କରିଥିବା ଦାବି କରିଛି। ସ୍ପୁଟନିକ-ଭି ଟିକାକୁ ମସ୍କୋ ସ୍ଥିତ ଗାମାଲେୟା ଇନଷ୍ଟିଚ୍ୟୁଟ ତିଆରି କରିଛି। ଏହି ସଂସ୍ଥାକୁ ରୁଷ ପ୍ରତିରକ୍ଷା ବିଭାଗ ସମସ୍ତ ପ୍ରକାରର ସହଯୋଗ ଯୋଗାଇ ଦେଇଛି। ଏହି ଟିକାର ପରୀକ୍ଷା ସଫଳ ହୋଇଥିବା ମଧ୍ୟ ରୁଷ ପକ୍ଷରୁ ଦାବି କରାଯାଇଛି।

ତେବେ କିଛି ଦେଶ ଓ ବିଶେଷଜ୍ଞମାନେ ରୁଷ ପରୀକ୍ଷାର ତଥ୍ୟ ସାର୍ବଜନୀନ କରି ନଥିବାରୁ ଟିକାର ସୁରକ୍ଷା ନେଇ ପ୍ରଶ୍ନ ଉଠାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos