ସହିଦ ସନ୍ଦୀପଙ୍କ ଶେଷକୃତ୍ୟ ସମ୍ପନ୍ନ

କରୁକ୍ଷେତ୍ର: ଜମ୍ମୁ ଓ କାଶ୍ମୀରରେ ନିୟନ୍ତ୍ରଣ ରେଖାରେ ଆତଙ୍କବାଦୀଙ୍କ ସହ ଲଢ଼ି ସହିଦ  ହୋଇଥିବା  ଭାରତୀୟ  ଯବାନ ସନ୍ଦୀପ ସିଂହଙ୍କର ଶେଷକୃତ୍ୟ ଆଜି ହରିୟାଣାର କୁରୁକ୍ଷେତ୍ର ଜିଲ୍ଲା ସ୍ଥିତ ତାଙ୍କର ଜନ୍ମମାଟି ଅନ୍ତେହରୀରେ ରାଷ୍ଟ୍ରୀୟ ସମ୍ମାନ ସହ ସମ୍ପନ୍ନ ହୋଇଛି।

୧୭ ଶିଖ୍‌ ରେଜିମେଣ୍ଟର ସିପାହୀ ସନ୍ଦୀପ ଜମ୍ମୁ ଓ କାଶ୍ମୀରର କୁପୱାଡା ଅଞ୍ଚଳର ମାଛିଲ ସେକ୍ଟରରେ  ଆତଙ୍କବାଦୀଙ୍କ ସହ ହୋଇଥିବା ଗୁଳିବିନିମୟରେ ଶୁକ୍ରବାର ରାତିରେ ସହିଦ ହୋଇଥିଲେ। ସନ୍ଦୀପଙ୍କ ପାର୍ଥିବ ଶରୀରକୁ ଶନିବାର ଅମ୍ବାଲା ଅଣାଯାଇଥିଲା। ଆଜି ଏହାକୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।

ସନ୍ଦୀପଙ୍କ ଗାଁର ଜଣେ ଗ୍ରାମବାସୀ କହିଛନ୍ତି,“ସହିଦ ହୋଇଥିବା ଯବାନମାନଙ୍କୁ ସମ୍ମାନ ଜଣାଇ ଆମ ଗାଁରେ ଏଥର ଦୀପାବଳୀ ପାଳନ କରାଯିବ ନାହିଁ।”

ସନ୍ଦୀପଙ୍କ ପିତା କୁଲ ସିଂହ କହିଛନ୍ତି,“ମୋ ପୁଅ ଦେଶ ପାଇଁ ବଳିଦାନ ଦେଇଥିବାରୁ ମୁଁ ଗର୍ବିତ। ଅମାନବୀୟ କାର୍ଯ୍ୟ ପାଇଁ ପାକିସ୍ତାନକୁ ଉଚିତ୍ ଶିକ୍ଷା ଦିଆଯିବା ଉଚିତ୍।

ଆହୁରି ପଢ଼ନ୍ତୁ

କେନ୍ଦ୍ରର କୃଷି ଆଇନକୁ କାଉଣ୍ଟର ପାଇଁ ବିଲ୍‌ ପାସ, ଏମଏସପି ନିୟମ ଭାଙ୍ଗିଲେ ଜେଲ

ବିହାର ନିର୍ବାଚନ ପୂର୍ବରୁ ଜନମତ ସର୍ଭେ: ନୀତୀଶ କୁମାରଙ୍କ ତୁଳନାରେ ମୋଦି ଅଧିକ ଲୋକ ପ୍ରିୟ

ଓପିନିଅନ ପୋଲ: ବିହାରରେ ପୁଣି ବାଜିମାତ କରିବ ଏନଡିଏ, କିନ୍ତୁ…

ଟିଆରପି ସ୍କାମ: ୟୁପିର ଏଫଆଇଆର ଆଧାରରେ ସିବିଆଇ ରୁଜୁ କଲା ମାମଲା

ପୁଲୱାମାରେ ଗଡ଼ିଲା ୨ ଆତଙ୍କୀଙ୍କ ମୁଣ୍ଡ

ଭାରତୀୟ ସୀମାରୁ ଧରା ପଡ଼ିଲା ପାକିସ୍ତାନୀ ଅନୁପ୍ରବେଶକାରୀ

ଲକଡାଉନ ଯାଇଛି, ହେଲେ କରୋନାର ବିପଦ ଟଳିନି କହିଲେ ମୋଦି

ରାହୁଲ ଗାନ୍ଧିଙ୍କ ଅସନ୍ତୋଷ ସତ୍ତ୍ୱେ ‘ଆଇଟମ୍‌’ ବୟାନ ପାଇଁ କ୍ଷମା ମାଗିବାକୁ ମନାକଲେ କମଲନାଥ

ଲଦାଖରୁ ଧରା ପଡ଼ିଥିବା ଚାଇନିଜ୍‌ ଯବାନଙ୍କୁ ଏବେ ଛାଡ଼ିବନି ଭାରତ

ଚୀନକୁ ରପ୍ତାନୀ ଯୋଗୁଁ ଦେଶରେ ଲୁହା ପଥରର ଅଭାବ, ଷ୍ଟିଲ ଶିଳ୍ପ ପ୍ରଭାବିତ

ଚାଇନା ସହ ତିକ୍ତତା: ତାଇୱାନ ସହ ବ୍ୟବସାୟିକ ସମ୍ପର୍କ ଆରମ୍ଭ କରିବ ଭାରତ

ଆଜି ସନ୍ଧ୍ୟାରେ ଦେଶବାସୀଙ୍କୁ କ’ଣ କହିବେ ପ୍ରଧାନମନ୍ତ୍ରୀ ମୋଦି