ନୂଆଦିଲ୍ଲୀ: ଯଦି ଏସ୍ବିଆଇର କୌଣସି ସହୟକ ବ୍ୟାଙ୍କରେ ଖାତା ଅଛି, ତେବେ ଶୀଘ୍ର ନୂଆ ଚେକ୍ବୁକ୍ ପାଇଁ ଆବେଦନ କରିଦିଅନ୍ତୁ। କାରଣ ସେପ୍ଟେମ୍ବର ୩୦ ତାରିଖ ପରେ ଏହି ପୁରୁଣା ଚେକ୍ବୁକ୍ ଗୁଡିକ ଅବୈଧ ହୋଇଯିବ। ଏହାସହ ଏଥିରେ ଥିବା ଆଇଏଫ୍ଏସ୍ କୋଡ ମଧ୍ୟ ଅବୈଧ ହୋଇଯିବ। ଏପରି ପରାମର୍ଶ ଏସ୍ବିଆଇ ପକ୍ଷରୁ ସହାୟକ ବ୍ୟାଙ୍କ ଓ ଭାରତୀୟ ମହିଳା ବ୍ୟାଙ୍କର ଗ୍ରାହକଙ୍କୁ ଦିଆଯାଇଛି।
ଏହି ବ୍ୟାଙ୍କ ଗୁଡିକ ହେଲେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ତ୍ରାଭେନ୍କୋର, ଷ୍ଟେଟ୍ ବ୍ୟାଙ୍କ ଅଫ ପଟିୟାଲା, ଷ୍ଟେଟ୍ ବ୍ୟାଙ୍କ ଅଫ୍ ହାଇଦ୍ରାବାଦ, ଷ୍ଟେଟ୍ ବ୍ୟାଙ୍କ ଅଫ୍ ବୋକାନେର ଓ ଜୟପୁର, ଷ୍ଟେଟ୍ ବ୍ୟାଙ୍କ ଅଫ୍ ରାୟପୁର ଓ ଭାରତୀୟ ମହିଳା ବ୍ୟାଙ୍କ।
ଟ୍ୱିଟ୍ କରି ଏସ୍ବିଆଇ ପକ୍ଷରୁ କୁହାଯାଇଛି, ଏହି ବ୍ୟାଙ୍କ ଗୁଡିକର ଗ୍ରାହକ ନୂଆ ଚେକ୍ବୁକ୍ ପାଇଁ ଇଣ୍ଟରନେଟ୍ ଓ ମୋବାଇଲ ବ୍ୟାଙ୍କିଂ ଜରିଆରେ ଆବେଦନ କରିପାରିବେ। ଏହାସହ ଏଟିଏମ୍ ଓ ହୋମ୍ ବ୍ରାଞ୍ଚରେ ମଧ୍ୟ ଚେକ୍ବୁକ୍ ପାଇଁ ଆବେଦନ କରିହେବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।