ନୂଆଦିଲ୍ଲୀ: ଟିଡିପି ନେତୃତ୍ବାଧୀନ ୨୧ ବିରୋଧୀ ଦଳ ଇଭିଏମ୍ ଓ ଭିଭିପ୍ୟାଟ୍ ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଯେଉଁ ସାନି ଆବେଦନ କରିଥିଲେ ତାହା ଖାରଜ ହୋଇଛି।
ବିରୋଧୀ ଦଳଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଂହ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଖଣ୍ଡପୀଠରେ ପକ୍ଷ ରଖିଥିଲେ। ୫୦ ପ୍ରତିଶତ ଭୋଟ ନ ମିଳିଇପାରିଲେ ବି ଅତିକମରେ ୨୫ ପ୍ରତିଶତ ଇଭିଏମ ଏବଂ ଭିଭିପ୍ୟାଟର ଭୋଟ ଉଦ୍ଦେଶ୍ୟହୀନ ଭାବରେ ମିଳାଇବା ପାଇଁ ଦାବି କରିଥିଲେ।
ଖଣ୍ଡପୀଠରେ ସାମିଲ ଥିବା ଅନ୍ୟ ଦୁଇ ବିଚାରପତି ଜଷ୍ଟିସ ଦୀପକ ଗୁପ୍ତା ଏବଂ ସଞ୍ଜୀଭ ଖାନ୍ନା ଏହାର ଶୁଣାଣି କରି କହିଥିଲେ ଯେ ପୂର୍ବରୁ ଏପ୍ରିଲ ୮ରେ ଏହି ପ୍ରସଙ୍ଗରେ ଖଣ୍ଡପୀଠ ଯେଉଁ ଶୁଣାଣି କରିଥିଲେ ତାହାର କୌଣସି ପରିବର୍ତ୍ତନ ହୋଇପାରିବ ନାହିଁ। ତେଣୁ ବିରୋଧୀଙ୍କ ଆବେଦନ ଖାରଜ ହୋଇଛି।
ପୂର୍ବରୁ ସମାନ ଅଭିଯୋଗ ସୁପ୍ରିମକୋର୍ଟରେ ଆଣିଥିଲେ ବିରୋଧୀ। ଯାହାର ଶୁଣାଣି କରି ଭିଭିପ୍ୟାଟର ସଂଖ୍ୟା ୫ ଗୁଣା ବୃଦ୍ଧି କରିବାକୁ ସୁପ୍ରିମକୋର୍ଟ ଏପ୍ରିଲ ୮ ତାରିଖରେ ନିର୍ବାଚନ କମିଶନଙ୍କୁ କହିଥିଲେ। ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ନିର୍ବାଚନ କମିସନ ମଧ୍ୟ ନିଜର ପକ୍ଷ ରଖିଥିଲେ। ଯଦି ୫୦ ପ୍ରତିଶତ ଇଭିଏମ୍ ଓ ଭିଭିପ୍ଯାଟର ଭୋଟ ଆଗୁଆ ଗଣତି ହୋଇ ମିଶାଯିବ ତାହେଲେ ଏଥିପାଇଁ ୫.୨ ଦିନ ଅଧିକ ସମୟ ଲାଗିବ ବୋଲି ନିର୍ବାଚନ କମିସନ ସୁପ୍ରିମକୋର୍ଟରେ କହିଥିଲେ।
ହେଲେ ଏପ୍ରିଲ ୮ ଶୁଣାଣିର କିଛି ଦିନ ପରେ ସୁପ୍ରିମକୋର୍ଟଙ୍କ ରାୟରେ ଅସନ୍ତେଷ ପ୍ରକାଶ କରି ବିରୋଧୀ ପୁଣି ପୁନଃ ଶୁଣାଣି ପାଇଁ ଦାବି କରିଥିଲେ। ଏମିତିକି "ନିର୍ବାଚନ କମିଶନ ଧ୍ରୁତରାଷ୍ଟ୍ର ସାଜିଛନ୍ତି ବୋଲି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ଟିଡିପି ସୁପ୍ରିମୋ ଚନ୍ଦ୍ରବାବୁ ନାଇଡ଼ୁ କହିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।