ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ପୂର୍ବ ନିର୍ଦ୍ଧାରିତ ଡିସେମ୍ବର ୧ ତାରିଖରେ ହିଁ ରିଲିଜ୍ ହେବ ହିନ୍ଦି ଫିଲ୍ମ ପଦ୍ମାବତୀ। ଫିଲ୍ମ ରିଲିଜ ଉପରେ ରୋକ ଲଗାଇବାକୁ ମନା କରିଦେଇଛନ୍ତି ସୁପ୍ରିମକୋର୍ଟ। ଜଷ୍ଟିସ ଦିପକ ମିଶ୍ରାଙ୍କୁ ନେଇ ଗଠିତ ୩ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିଛନ୍ତି। କୌଣସି ଫିଲ୍ମ ରିଲିଜ ହେବ କି ନାହିଁ ତାହା ବିଚାର କରିବା ଦାୟିତ୍ୱ ସେଣ୍ଟ୍ରାଲ ବୋର୍ଡ ଅଫ୍ ସାର୍ଟିଫିକେଶନ(CBFC) କରିବ। ତେଣୁ ଫିଲ୍ମକୁ ନେଇ କୌଣସି ଅଭିଯୋଗ ଥାଏ ତେବେ ସିବିଏଫସି ନିକଟରେ ଫେରାଦ ହେବା ଉଚିତ୍ ବୋଲି ଉଚ୍ଚତମ ନ୍ୟାୟଳୟ କହିଛନ୍ତି। ରାଜପୁତ ରାଣୀ ପଦ୍ମାବତୀଙ୍କ ଚରିତ୍ରଙ୍କୁ ଭୁଲ ଭାବେ ଚିତ୍ରଣ କରାଯାଇଥିବା ଅଭିଯୋଗ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଆବେଦନକାରୀ। ସେପଟେ ରିଲିଜ୍ ପୂର୍ବରୁ ସ୍କ୍ରିନିଂ ଦାବିରେ ଅଡ଼ି ବସିଛନ୍ତି ରାଜପୂତ ସମାଜ।