ରଥଯାତ୍ରା ରିଭ୍ୟୁ ପିଟିସନ ଦାଖଲ ପରେ ଗ୍ରୀଷ୍ମକାଳୀନ ଛୁଟିରେ ସୁପ୍ରିମ କୋର୍ଟ

ନୂଆଦିଲ୍ଲୀ: ଜୁନ୍ ୨୨ରୁ ଜୁଲାଇ ୩ ସୁପ୍ରିମକୋର୍ଟରେ ଗ୍ରୀଷ୍ମ କାଳୀନ ଅବକାଶ ଛୁଟି। କରୋନା ମହାମାରୀ ପାଇଁ ଗ୍ରୀଷ୍ମ କାଳୀନ ଅବକାଶ ତାରିଖର ସଂଶୋଧନ କରିଛନ୍ତି ସୁପ୍ରିମକୋର୍ଟ। ତେବେ ଏହି ସମୟରେ ଜରୁରୀ ମାମଲା ଗୁଡ଼ିକର ଶୁଣାଣି ଭିଡିଓ କନଫରେନସିଂ ମାଧ୍ୟମରେ ହେବ। ଶୁକ୍ରବାର ସୁପ୍ରିମକୋର୍ଟ କର୍ତ୍ତୃପକ୍ଷଙ୍କ ତରଫରୁ ଏହି ସୂଚନା ମିଳିଛି। ସୋମବାରରୁ ପାଖରୁ ଏହି ଗ୍ରୀଷ୍ମ ଅବକାଶ ହେବାକୁ ଯାଉଛି। ଏହା ପୂର୍ବରୁ ରବିବାର ଛୁଟି ଦିନ ରହିଛି। ଶନିବାର ଥିବାରୁ ସୁପ୍ରିମକୋର୍ଟ ଛୁଟି। […]

SC RATHA YATRA

SC RATHA YATRA

Subhransu Sekhar
  • Published: Saturday, 20 June 2020
  • Updated: 20 June 2020, 07:34 PM IST

ନୂଆଦିଲ୍ଲୀ: ଜୁନ୍ ୨୨ରୁ ଜୁଲାଇ ୩ ସୁପ୍ରିମକୋର୍ଟରେ ଗ୍ରୀଷ୍ମ କାଳୀନ ଅବକାଶ ଛୁଟି। କରୋନା ମହାମାରୀ ପାଇଁ ଗ୍ରୀଷ୍ମ କାଳୀନ ଅବକାଶ ତାରିଖର ସଂଶୋଧନ କରିଛନ୍ତି ସୁପ୍ରିମକୋର୍ଟ। ତେବେ ଏହି ସମୟରେ ଜରୁରୀ ମାମଲା ଗୁଡ଼ିକର ଶୁଣାଣି ଭିଡିଓ କନଫରେନସିଂ ମାଧ୍ୟମରେ ହେବ। ଶୁକ୍ରବାର ସୁପ୍ରିମକୋର୍ଟ କର୍ତ୍ତୃପକ୍ଷଙ୍କ ତରଫରୁ ଏହି ସୂଚନା ମିଳିଛି।

ସୋମବାରରୁ ପାଖରୁ ଏହି ଗ୍ରୀଷ୍ମ ଅବକାଶ ହେବାକୁ ଯାଉଛି। ଏହା ପୂର୍ବରୁ ରବିବାର ଛୁଟି ଦିନ ରହିଛି। ଶନିବାର ଥିବାରୁ ସୁପ୍ରିମକୋର୍ଟ ଛୁଟି। କହିବାକୁ ଗଲେ ୨୦ ତାରିଖରୁ ସୁପ୍ରିମକୋର୍ଟରେ ଗ୍ରୀଷ୍ମ ଅବକାଶ ଛୁଟି ଆରମ୍ଭ ହୋଇଯାଇଛି। ତେଣେ ରଥ ଯାତ୍ରା ହେବାକୁ ନେଇ ସୁପ୍ରିମକୋର୍ଟରେ ୮ଟି ରିଭ୍ୟୁ ପିଟିସନ୍ ଦାଖଲ ହୋଇଛି। ପୂର୍ବରୁ ରଥଯାତ୍ରା ହେବନି ବୋଲି ସୁପ୍ରିମକୋର୍ଟ କହିସାରିଛନ୍ତି। ଏବେ ଛୁଟି ଦିନ ଥିବାରୁ ସୁପ୍ରିମକୋର୍ଟ ଏହି ପିଟିସନର ଶୁଣାଣି କରିବେ କି ନାହିଁ ସ୍ପଷ୍ଟ ହୋଇନାହିଁ। ଅନ୍ୟପଟେ ମଙ୍ଗଳବାର (ଜୁନ୍ ୨୩) ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ରହିଛି। ତେଣୁ ଏବେ ସୁପ୍ରିମକୋର୍ଟଙ୍କ ଶୁଣାଣି କ’ଣ ହେବ ତା’ଉପରେ ସମସ୍ତଙ୍କ ନଜର ରହିଛି।

ଜୁନ୍ ୨୨ରୁ ୨୬ ମଧ୍ୟରେ ଜରୁରୀ ମାମଲାର ଶୁଣାଣି କରିବାକୁ ଦୁଇ ଜଣିଆ ଖଣ୍ଡପୀଠ ଗଠନ କରିଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ ବୋବଡେ। ଏହି ସମୟରେ ଜଣେ ବିଚାରପତି ଚ୍ୟାମ୍ୱରରେ ରହିବେ ଏବଂ ଅନ୍ୟ ଜଣେ ରେଜିଷ୍ଟ୍ରାର କୋର୍ଟରେ ଉପସ୍ଥିତ ରହିବେ। ଭିଡିଓ କନଫରେନସିଂ କିମ୍ୱା ଟେଲି-କନଫରେନସିଂ ଜରିଆରେ ଶୁଣାଣି ହେବ ବୋଲି ଜଣାପଡ଼ିଛି। ସେହିପରି ଅବକାଶ ଛୁଟିର ଦ୍ୱିତୀୟ ସପ୍ତାହ ଜୁନ୍ ୩୦ରୁ ଜୁଲାଇ ୩ ରହିଛି। ଏହି ସମୟରେ ମଧ୍ୟ ଦୁଇ ଜଣିଆ ଖଣ୍ଡପୀଠ ଜରୁରୀ ମାମଲାର ଶୁଣାଣି କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story