ସ୍କୁଲ, କଲେଜ ଖୋଲିବା ନେଇ ଜବାବ ଦେଲେ ମାନବ ସମ୍ୱଳ ବିକାଶ ମନ୍ତ୍ରୀ

ନୂଆଦିଲ୍ଲୀ: ଅନଲକ୍ ଓ୍ୱାନରେ ବ୍ୟବସାୟିକ ପ୍ରତିଷ୍ଠାନ, ସେଲୁନ ଆଦି ଖୋଲିବାକୁ ସରକାର ଅନୁମତି ଦେଇଛନ୍ତି। ଖୁବଶୀଘ୍ର ସ୍କୁଲ ଖୋଲିବାକୁ ସରକାର ଅନୁମତି ଦେଇପାରନ୍ତି ବୋଲି ଆକଳନ କରାଯାଉଥିଲା। ଜୁଲାଇ ଆରମ୍ଭରୁ ଦେଶରେ ନିର୍ଦ୍ଦିଷ୍ଟ ନିୟମ ସହିତ ପାଠ ପଢ଼ା ଆରମ୍ଭ ହେବ ବୋଲି ଆକଳନ କରାଯାଉଥିଲା। ହେଲେ ଏହା ଅଗଷ୍ଟ ହୋଇଯିବ ବୋଲି ଜଣାପଡ଼ିଛି। କେନ୍ଦ୍ର ମାନବ ସମ୍ୱଳ ବିକାଶ ମନ୍ତ୍ରୀ ରମେଶ ନିଶଙ୍କ ପୋଖରିୟାଲ ଏହି ସୂଚନା ଦେଇଛନ୍ତି। ଜୁନ ୩ରେ ଏକ ସାକ୍ଷାତକାର ଅବସରରେ […]

ramesh_pokhriyal

ramesh_pokhriyal

Subhransu Sekhar
  • Published: Sunday, 07 June 2020
  • Updated: 07 June 2020, 03:31 PM IST

Sports

Latest News

ନୂଆଦିଲ୍ଲୀ: ଅନଲକ୍ ଓ୍ୱାନରେ ବ୍ୟବସାୟିକ ପ୍ରତିଷ୍ଠାନ, ସେଲୁନ ଆଦି ଖୋଲିବାକୁ ସରକାର ଅନୁମତି ଦେଇଛନ୍ତି। ଖୁବଶୀଘ୍ର ସ୍କୁଲ ଖୋଲିବାକୁ ସରକାର ଅନୁମତି ଦେଇପାରନ୍ତି ବୋଲି ଆକଳନ କରାଯାଉଥିଲା। ଜୁଲାଇ ଆରମ୍ଭରୁ ଦେଶରେ ନିର୍ଦ୍ଦିଷ୍ଟ ନିୟମ ସହିତ ପାଠ ପଢ଼ା ଆରମ୍ଭ ହେବ ବୋଲି ଆକଳନ କରାଯାଉଥିଲା। ହେଲେ ଏହା ଅଗଷ୍ଟ ହୋଇଯିବ ବୋଲି ଜଣାପଡ଼ିଛି।

କେନ୍ଦ୍ର ମାନବ ସମ୍ୱଳ ବିକାଶ ମନ୍ତ୍ରୀ ରମେଶ ନିଶଙ୍କ ପୋଖରିୟାଲ ଏହି ସୂଚନା ଦେଇଛନ୍ତି। ଜୁନ ୩ରେ ଏକ ସାକ୍ଷାତକାର ଅବସରରେ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। କରୋନା ସଂକ୍ରମଣକୁ ଦେଖି ସ୍କୁଲ ଓ କଲେଜ ମାର୍ଚ୍ଚ ୧୬ରୁ ବନ୍ଦ ରହିଛି। ପାଖାପାଖି ୩୩ କୋଟି ଛାତ୍ରଛାତ୍ରୀ ସ୍କୁଲ ଓ କଲେଜ ଖୋଲିବାକୁ ଅପେକ୍ଷା କରିଛନ୍ତି।

ମନ୍ତ୍ରୀ ନିଶାଙ୍କ ସାକ୍ଷାତକାର ଦେବା ବେଳେ କହିଛନ୍ତି, ସ୍ୱାଧୀନତା ଦିବସ ପରେ ସ୍କୁଲ୍, କଲେଜ ଖୋଲିବାକୁ ଅନୁମତି ମିଳିପାରେ। ତେବେ ଜୁଲାଇରେ ହେବାକୁ ଥିବା ସମସ୍ତ ବୋର୍ଡ ପରୀକ୍ଷା ପୂର୍ବ ନିଷ୍ପତ୍ତି ଅନୁଯାୟୀ ହେବ। ଏଥିରେ କୌଣସି ପରିବର୍ତ୍ତନ ହେବନି ବୋଲି ମନ୍ତ୍ରୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos