ବିଜେପିର ପୁରୁଣା ସହଯୋଗୀ ସିନ୍ଧିଆ ପରିବାର

ରାଜମାତା ବିଜୟରାଜେ ସିନ୍ଧିଆ ବିଜେପିରେ ଥିଲେ ୧୯୬୭ ମସିହାରେ କଂଗ୍ରେସ ସରକାର ଭାଙ୍ଗିଥିଲେ ଜ୍ୟୋତିରାଦିତ୍ୟଙ୍କ ଦୁଇ ପିଉସୀ ପୂର୍ବରୁ ବିଜେପିରେ ରହିଛନ୍ତି ଭୋପାଲ: ଦେଶର ହାର୍ଟଲ୍ୟାଣ୍ଡ କୁହାଯାଉଥିବା ତିନି ରାଜ୍ୟ ମଧ୍ୟରୁ ମଧ୍ୟପ୍ରଦେଶ ଅନ୍ୟତମ। ଦେଶର ମାନଚିତ୍ରରେ ଏହି ରାଜ୍ୟ ମଝିରେ ମଧ୍ୟ ରହିଛି। ଏବେ ଏହି ରାଜ୍ୟର କମଲନାଥ ସରକାର ଏବେ ସଙ୍କଟରେ। କାରଣ କଂଗ୍ରେସରେ ତାଙ୍କର ପ୍ରତିଦ୍ୱନ୍ଦୀ ବୋଲି କୁହାଯାଉଥିବା ତଥା ଗ୍ୱାଲିଅରର ରାଜା ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବେ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ତାଙ୍କୁ […]

Jyotiraditya-Scindia

Jyotiraditya-Scindia

Subhransu Sekhar
  • Published: Tuesday, 10 March 2020
  • Updated: 10 March 2020, 08:12 PM IST

Sports

Latest News

  • ରାଜମାତା ବିଜୟରାଜେ ସିନ୍ଧିଆ ବିଜେପିରେ ଥିଲେ
  • ୧୯୬୭ ମସିହାରେ କଂଗ୍ରେସ ସରକାର ଭାଙ୍ଗିଥିଲେ
  • ଜ୍ୟୋତିରାଦିତ୍ୟଙ୍କ ଦୁଇ ପିଉସୀ ପୂର୍ବରୁ ବିଜେପିରେ ରହିଛନ୍ତି

ଭୋପାଲ: ଦେଶର ହାର୍ଟଲ୍ୟାଣ୍ଡ କୁହାଯାଉଥିବା ତିନି ରାଜ୍ୟ ମଧ୍ୟରୁ ମଧ୍ୟପ୍ରଦେଶ ଅନ୍ୟତମ। ଦେଶର ମାନଚିତ୍ରରେ ଏହି ରାଜ୍ୟ ମଝିରେ ମଧ୍ୟ ରହିଛି। ଏବେ ଏହି ରାଜ୍ୟର କମଲନାଥ ସରକାର ଏବେ ସଙ୍କଟରେ। କାରଣ କଂଗ୍ରେସରେ ତାଙ୍କର ପ୍ରତିଦ୍ୱନ୍ଦୀ ବୋଲି କୁହାଯାଉଥିବା ତଥା ଗ୍ୱାଲିଅରର ରାଜା ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବେ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ତାଙ୍କୁ ସମର୍ଥନ କରି ୨୨ କଂଗ୍ରେସ ବିଧାୟକ ମଧ୍ୟ ଦଳରୁ ଇସ୍ତଫା ଦେଇଛନ୍ତି। ୧୮ ବର୍ଷର ସମ୍ପର୍କ ତୁଟାଇ ସିନ୍ଧିଆ ଏବେ ବିଜେପିରେ ଯୋଗଦେବାକୁ ଯାଉଛନ୍ତି। ହେଲେ ସିନ୍ଧିଆ ବିଜେପିରେ ଯୋଗଦେବା ପୁରୁଣା ଘରକୁ ଫେରିଛନ୍ତି ବୋଲି କୁହାଯାଉଛି। କାରଣ ସିନ୍ଧିଆଙ୍କ ଜେଜେ ମା' ବିଜୟରାଜେ ସିନ୍ଧିଆ ବିଜେପି ପ୍ରତିଷ୍ଠା କରିବାରେ ଏକ ବଡ଼ ଭୂମିକା ଲିଭାଇଥିଲେ।

ଦଳ ଛାଡ଼ିବାର କାରଣ ସୋନିଆଙ୍କୁ ଲେଖିଥିବା ଚିଠିରେ ସିନ୍ଧିଆ କହିଛନ୍ତି, 'କଂଗ୍ରେସରେ ଥିବାବେଳେ ମୁଁ ଲୋକଙ୍କ ସେବା କରିପାରି ନାହିଁ। ମୁଁ ଶ୍ରମିକମାନଙ୍କ ଆକାଂକ୍ଷା ପୂରଣ କରିବାରେ ସକ୍ଷମ ହୋଇ ନାହିଁ, ତେଣୁ ବର୍ତ୍ତମାନ ମୁଁ ପୁନର୍ବାର ନୂଆ କରି କିଛି ଆରମ୍ଭ କରିବାକୁ ଯାଉଛି'।

ସିନ୍ଧିଆ ବିଜେପିରେ ମିଶିବା ପରେ ମଧ୍ୟପ୍ରଦେଶରେ ତାଙ୍କର ଭୂମିକା କ’ଣ ରହିବ? ରାଜ୍ୟରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ସିନ୍ଧିଆ ତାଙ୍କର ପତିଆରା ପୂର୍ବଭଳି ଜାରି ରଖିପାରିବେ ତ? ଏହା ଏବେ ପରିବର୍ତ୍ତିତ ରାଜ୍ୟ ରାଜନୀତିର ଆଲୋଚନାର ବିଷୟ।

୨୬ରେ ରାଜ୍ୟସଭା ନିର୍ବାଚନ ରହିଛି। ଏହି ସମୟରେ ବିଜେପି ଟିକେଟରୁ ରାଜ୍ୟସଭା ପ୍ରାର୍ଥୀ ହୋଇ କେନ୍ଦ୍ରର ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀପଦ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଦିଆଯିବ ବୋଲି ଚର୍ଚ୍ଚା ହେଉଛି। କେହି କେହି କହୁଛନ୍ତି ବିଜେପି ସରକାର ଗଢ଼ିଲେ ସିନ୍ଧିଆଙ୍କୁ ଉପମୁଖ୍ୟମନ୍ତ୍ରୀ ପଦବୀ ଦିଆଯାଇପାରେ। ହେଲେ ମଧ୍ୟପ୍ରଦେଶରେ ବିଜେପିର ଅନେକ ନେତା ରହିଛନ୍ତି ଏହି ପଦବୀର ଦାବିଦାର ପାଇଁ। ତେଣୁ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଉପ ମୁଖ୍ୟମନ୍ତ୍ରୀ ପଦବୀ ଦେଇ ବିଜେପି ରିସ୍କ ନେବନି।

ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ସିନ୍ଧିଆ ଭେଟିବା ପରେ ଏହି ଆଲୋଚନା ହେଉଛି। ସିନ୍ଧିଆଙ୍କ ସମର୍ଥନରେ ୨୨ ବିଧାୟକ ଇସ୍ତଫା ଦେଇସାରିଥିବାରୁ ରାଜ୍ୟସଭା ନିର୍ବାଚନ ହେଲେ ବିଜେପି ପ୍ରାର୍ଥୀ ଅଧିକାଂଶ ଯିବାର ସମ୍ଭାବନା ରହିଛି। କାରଣ ବିଜେପି ପାଖରେ ୧୦୭ ବିଧାୟକ ରହିଥିବା ବେଳେ କଂଗ୍ରେସର ୯୨ ବିଧାୟକ ରହିଛନ୍ତି।

ରାଜନୀତିକ ସମୀକ୍ଷକଙ୍କ ମତ ଅନୁୟାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ କଂଗ୍ରେସ ଦଳରେ ଅଲଗା ପରିଚୟ ଥିବା ଜ୍ୟୋତିରାଦିତ୍ୟ ବିଜେପିରେ ଯୋଗ ଦେଇ ନିଜର ପରିଚୟ ହରାଇପାରନ୍ତି। ତାଙ୍କ ଅପା ଯଶୋଦାର ରାଜେ ସିନ୍ଧିଆଙ୍କ ପରି ତାଙ୍କୁ ମଧ୍ୟ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଗ୍ରହଣ କରିବାକୁ ପଡିବ। ଜ୍ୟୋତିରାଦିତ୍ୟଙ୍କର ଗ୍ୱାଲିଅର୍ ଅଞ୍ଚଳର ୧୮ ଜଣ ବିଧାୟକ ରହିଛନ୍ତି। ଏହି ସମସ୍ତ ବିଧାୟକ ବିଜେପି ପ୍ରାର୍ଥୀଙ୍କୁ ହରାଇ ବିଧାୟକ ହୋଇଥିଲେ। ଏବେ ଏହି ବିଧାୟକ ଇସ୍ତଫା ଦେବା ପରେ ଆଗାମୀ ନିର୍ବାଚନରେ ବିଜେପି ସିନ୍ଧିଆ ସମର୍ଥକ ଏବଂ ଦଳର ପରାଜିତ ପ୍ରାର୍ଥୀଙ୍କ ମଧ୍ୟରେ କିଭଳି ସମତୁଲ ରକ୍ଷା କରିବ ତାହା ଏବେ କାଠିକର ପାଠ ହେବ।

ରାଜନୀତିକ ସମୀକ୍ଷକଙ୍କ ମତରେ ମଧ୍ୟପ୍ରଦେଶରେ ବିଜେପିର ଅନେକ ଟାଣୁଆ ନେତା ରହିଛନ୍ତି। ତେଣୁ ରାଜ୍ୟରେ ଜ୍ୟୋତିରାଦିତ୍ୟଙ୍କର ଏତେଟା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିନପାରେ। ଏଭଳି ପରିସ୍ଥିତିରେ ସିନ୍ଧିଆଙ୍କୁ କେନ୍ଦ୍ରମନ୍ତ୍ରୀ କରି ସନ୍ତୁଷ୍ଟ କରିବାକୁ ବିଜେପି ଗୁରୁତ୍ୱ ଦେବ। ଏହାବାଦ ତାଙ୍କ ସମର୍ଥକଙ୍କୁ ମଧ୍ୟରୁ କିଛି ଜଣକୁ ରାଜ୍ୟରେ ମନ୍ତ୍ରୀ ପଦ ମିଳିପାରେ।

ଏବେ ସିନ୍ଧିଆ ବିଜେପିରେ ମିଶିବା ପୂର୍ବରୁ ତାଙ୍କର ପିଉସୀ ବିଜେପିରେ ରହିଛନ୍ତି। ସେଥିମଧ୍ୟରୁ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ ଏବଂ ଯଶୋଧରା ରାଜେ ସିନ୍ଧିଆ (ମଧ୍ୟପ୍ରଦେଶ ଶିବପୁରୀର ବିଧାୟିକ) ଅନ୍ୟତମ।

ମଧ୍ୟପ୍ରଦେଶ ବିଜେପିରେ ନରେନ୍ଦ୍ର ସିଂହ ତୋମାର, ଜୟବନ ସିଂ ପୱାୟା, ଅଟଳ ବିହାରୀ ବାଜପେୟୀଙ୍କ ଭଣଜା ଅନୁପ ମିଶ୍ର, ବିଡି ଶର୍ମା, ଅରବିନ୍ଦ ଭଦୁରିଆ, ନରୋତ୍ତମ ମିଶ୍ର ଭଳି ନେତା ରହିଛନ୍ତି। ଏହି ସମସ୍ତ ନେତା ଗ୍ୱାଲିଅର ଅଞ୍ଚଳର। ଏମାନେ ସମସ୍ତେ ଏକଦା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଘୋର ବିରୋଧୀ। ଯଦିଓ ସିନ୍ଧିଆଙ୍କୁ ବିଜେପିରେ ମିଶାଇବାରେ ତୋମାରଙ୍କ ଏକ ଭୂମିକା ରହିଛି ହେଲେ ରାଜନୀତିର କ୍ଷମତା ଯୁଦ୍ଧରେ ତୋମାର କେବେ ଚାହିଁବେନି ସିନ୍ଧିଆଙ୍କ କ୍ଷମତା ତାଙ୍କ ଅପେକ୍ଷା ଅଧିକ ହେଉ।

ଅନ୍ୟପଟେ ଯଦି ଇତିହାସ ପୃଷ୍ଠାକୁ ଦେଖିବା ତାହେଲେ ଗ୍ୱାଲିଅରର ପୂର୍ବତର ରାଣୀ ତଥା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଜେଜେ ମା’ ବିଜୟାରାଜେ ସିନ୍ଧିଆ ବିଜେପିର ପ୍ରତିଷ୍ଠାରେ ଏକ ବଡ଼ ଭୂମିକା ନେଇଥିଲେ। ସେହିପରି ଗ୍ୱାଲିଅର ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ବାପା ମାଧବରାଓ ସିନ୍ଧିଆ ଜନସଂଘର ନେତା ଥିଲେ। କାଳକ୍ରମେ ଜନସଂଘର ନବ କଳେବର ହୋଇ ବିଜେପି ହୋଇଛି।

୧୯୯୩ରେ ଡିଜିଭି ସିଂଙ୍କ ସରକାର ଥିଲା। ସେତେବେଳେ ଦଳରେ ଅଣଦେଖା ହୋଇଥିବା କହି କଂଗ୍ରେସକୁ ବିଦାୟ ଜଣାଇ ନିଜର ମଧ୍ୟପ୍ରଦେଶ ବିକାଶ କଂଗ୍ରେସ ଗଠନ କରିଥିଲେ ମାଧବରାଓ। ତେବେ ମାଧବରାଓ ପରେ କଂଗ୍ରେସକୁ ଫେରିଥିଲେ।

୧୯୬୭ ମସିହାରେ ମଧ୍ୟପ୍ରଦେଶରେ ଡିପି ମିଶ୍ର ସରକାରରେ ଥିବାବେଳେ ରାଜମାତା ବିଜୟରାଜେ ସିନ୍ଧିଆ କଂଗ୍ରେସ ଛାଡି ଜନ ସଂଗଠନରେ ଯୋଗ ଦେଇଥିଲେ। ଜନ ସଂଗଠନ ଟିକେଟ୍ ରେ ଗୁନା ଲୋକସଭା ଆସନରୁ ନିର୍ବାଚନରେ ​​ଜିତିଥିଲେ। ବିଜେପିକୁ ପ୍ରତିଷ୍ଠା କରିବାରେ ବିଜୟରାଜେ ସିନ୍ଧିଆଙ୍କର ଏକ ବଡ଼ ଭୂମିକା ଲିଭାଇଥିଲେ। ସାମ୍ପ୍ରତିକ ରାଜନୀତିକ ଅସ୍ଥିରତା ମଧ୍ୟରେ ଇତିହାସ ପୁଣି ଥରେ ପୁନରାବୃତ୍ତି କରିଛି। ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟ ତାଙ୍କ ବାପା ଏବଂ ଜେଜେମା’ଙ୍କ ପରି କଂଗ୍ରେସରୁ ଅଲଗା ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story