ଟିକା ନେଲେ କୋଭିଶିଲ୍ଡ ନିର୍ମାତା ପୁନାଓ୍ୱାଲା
ମୁମ୍ୱାଇ: ସାରା ଦେଶରେ ଆଜି ଟିକାକରଣ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ପ୍ରଥମେ କରୋନା ଯୋଦ୍ଧା (ପୁଲିସ, ସ୍ୱାସ୍ଥ୍ୟକର୍ମୀ, ଯବାନ)ଙ୍କୁ ଟିକାକରଣ କରାଯାଉଛି। ୩ କୋଟି କରୋନା ଯୋଦ୍ଧା ଟିକା ନେବେ ବୋଲି ଜଣାପଡ଼ିଛି। ଏହାରି ଭିତରେ ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସଆଇଆଇ)ର ସିଇଓ ଆଦର ପୁନାଓ୍ୱାଲା କରୋନା ଟିକା ନେଇଛନ୍ତି। ପୁନାଓ୍ୱାଲା ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି।
ପୁନାଓ୍ୱାଲା ଟ୍ୱିଟ୍ କରି ଟିକାକରଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଦେଶର ଲୋକଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ବିଶ୍ୱର ସର୍ବବୃହତ କରୋନା ଟିକାକରଣ ଆରମ୍ଭ ହୋଇଛି। ଏହି ଟିକାକରଣ ସଫଳ ହେବ ବୋଲି ସେ କାମନା କରୁଛି। ଏହା ମୋ ପାଇଁ ଅତ୍ୟନ୍ତ ଗର୍ବର ବିଷୟ ଯେ କୋଭିଶିଲ୍ଡ ଟିକା ନେଇଛି। ଏହା ନିରାପଦ ଏବଂ ପ୍ରଭାବଶାଳୀ ବୋଲି ସେ କହିଛନ୍ତି।
I wish India & Sri @narendramodi ji great success in launching the world’s largest COVID vaccination roll-out. It brings me great pride that #COVISHIELD is part of this historic effort & to endorse it’s safety & efficacy, I join our health workers in taking the vaccine myself. pic.twitter.com/X7sNxjQBN6
— Adar Poonawalla (@adarpoonawalla) January 16, 2021
ସେହିପରି ପୁନାୱାଲାଙ୍କ ପୂର୍ବରୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନଙ୍କ ଉପସ୍ଥିତିରେ, ଏମ୍ସ ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆ ଟିକା ନେଇଛନ୍ତି। ଡକ୍ଟର ରଣଦୀପ ଗୁଲେରିଆ କରୋନା ଟିକା ନେବାରେ ତୃତୀୟ ବ୍ୟକ୍ତି। ସେହିପରି ଦିଲ୍ଲୀ ଏମ୍ସର ସଫେଇ କର୍ମଚାରୀ ମନୀଷ କୁମାର ପ୍ରଥମେ କରୋନା ଟିକା ନେଇଥିଲେ।
ସୂଚନାଯୋଗ୍ୟ, ଆଜି ଯେଉଁମାନେ ପ୍ରଥମେ ଟିକା ନେବେ ସେମାନେ ୨୮ ଦିନ ପରେ ଆଉ ଥରେ ଦ୍ୱିତୀୟ ଡୋଜ ନେବେ। ଯେଉଁମାନେ କୋଭିଶିଲ୍ଡ ପ୍ରଥମ ଡୋଜରେ ନେଇଥିବେ ସେମାନେ ଦ୍ୱିତୀୟ ଡୋଜ କୋଭିଶିଲ୍ଡ ହିଁ ନେବେ। ସେହିପରି କୋଭାକ୍ସିନ ନେଇଥିଲେ ଦ୍ୱିତୀୟ ଡୋଜ ସମାନ ଟିକା ନେବାକୁ ହେବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।