ପାପୀ ପୁଅକୁ ମାରିଦେଲା ମା’: ୧୨ରୁ ଅଧିକ ଯୁବତୀକୁ ବଳାତ୍କାର କରିଥିଲା, ମା’କୁ ବି ଛାଡ଼ି ନ ଥିଲା  

ମୁମ୍ବାଇ: ମା’ । କେବଳ ଏହି ଶବ୍ଦଟି ନିଜ ସନ୍ତାନସନ୍ତତିପାଇଁ ଯଥେଷ୍ଟ। ତ୍ୟାଗ, ସହନଶୀଳ, ସ୍ନେହ ମମତାର ପ୍ରତୀକ ହେଉଛି ମା’। ଯେତେବେଳେ ନିଜ ପିଲା ପ୍ରତି ବିପଦ ଆସେ ତାକୁ ସାମ୍ନା କରିବାକୁ ମା’ ହିଁ ଆଗକୁ ଆସିଥାଏ। । ଆଉ ନିଜ ପଣତକାନିରେ ସନ୍ତାନକୁ ଢାଙ୍କିଦିଏ। ନିଜ ସନ୍ତାନ ସନ୍ତତି ଯେତେ ଭୁଲ କିମ୍ବା ମନ୍ଦ କାମ କଲେବି ନିଜ ମା’ ପାଖରେ  ସେମାନେ ସୁନା ପିଲା।  ହେଲେ  ଏହି ସହିବାର ସୀମା ଯେତେବେଳେ […]

Rakesh Mallick
  • Published: Tuesday, 19 September 2017
  • Updated: 19 September 2017, 05:38 PM IST

ମୁମ୍ବାଇ: ମା’ । କେବଳ ଏହି ଶବ୍ଦଟି ନିଜ ସନ୍ତାନସନ୍ତତିପାଇଁ ଯଥେଷ୍ଟ। ତ୍ୟାଗ, ସହନଶୀଳ, ସ୍ନେହ ମମତାର ପ୍ରତୀକ ହେଉଛି ମା’। ଯେତେବେଳେ ନିଜ ପିଲା ପ୍ରତି ବିପଦ ଆସେ ତାକୁ ସାମ୍ନା କରିବାକୁ ମା’ ହିଁ ଆଗକୁ ଆସିଥାଏ। । ଆଉ ନିଜ ପଣତକାନିରେ ସନ୍ତାନକୁ ଢାଙ୍କିଦିଏ। ନିଜ ସନ୍ତାନ ସନ୍ତତି ଯେତେ ଭୁଲ କିମ୍ବା ମନ୍ଦ କାମ କଲେବି ନିଜ ମା’ ପାଖରେ  ସେମାନେ ସୁନା ପିଲା।  ହେଲେ  ଏହି ସହିବାର ସୀମା ଯେତେବେଳେ ସୀମା ଲଂଘେ ମା’ ପାଲଟି ଯାଏ ଡାହାଣି। ଯାହାର ଦୃଷ୍ଟାନ୍ତ ମୁମ୍ବାଇରେ ଦେଖିବାକୁ ମିଳିଛି। ଜଣେ ପୁଅର କୁକର୍ମରେ ଅତିଷ୍ଟ ହୋଇ ମା’ ହତ୍ୟକାରୀ ପାଲଟି ଯିବା ଚର୍ଚ୍ଚାର ବିଷୟ ପାଲଟିଛି। ନିଶା ଏବଂ ଯୌନପିପାଶୁ ପୁଅର କର୍ମରେ ଅତିଷ୍ଟ ହୋଇ ତାକୁ ମାରିଦେବା ପାଇଁ ପଛାଇ ନାହିଁ ମା’। ସମ୍ପୃକ୍ତ ଯୁବକ ଜଣକ ଡଜନରୁ ଅଧିକ ଯୁବତୀଙ୍କୁ ବଳାତ୍କାର କରିଥିବା ବେଳେ ନିଜ ମା’ କୁ ମଧ୍ୟ ଛାଡ଼ି ନ ଥିଲା। ଆଉ ପୁଅଠାରୁ ଦୁଷ୍କର୍ମର ଶିକାର ହେବା ପରେ ମା’ ପ୍ରତିଶୋଧପରାୟଣ ହୋଇ ଉଠିଥିଲା।

ପୁଅକୁ ସବୁ ଦିନ ପାଇଁ ଶେଷ କରିବାକୁ ନିଷ୍ପତ୍ତି ନେଇଥିଲା ସେ। ନିଜେ ମାରି ନ ଥିଲେ ମଧ୍ୟ ହତ୍ୟାପାଇଁ ୫୦,୦୦୦ ଟଙ୍କାର ସୁପାରି ଦେଇଥିଲା ମା’। ଗତ ଅଗଷ୍ଟ ୨୦ ତାରିଖରେ  ଏହି  ହତ୍ୟାକାଣ୍ଡ ଘଟିଥିଲା ବେଳେ ଏବେ ପୋଲିସ ତା’ର ମା’କୁ ଗିରଫ କରିଛି।  ମୁମ୍ବାଇର ଭାସାଇ ଡିଭିଜନ ପୋଲିସ ପୁଅର ମା’ ସହ  ଅନ୍ୟ ୩ ଜଣଙ୍କୁ ଗିରଫ କରିଛି।

[caption id="attachment_165745" align="aligncenter" width="800"]ହତ୍ୟାକାଣ୍ଡରେ ଶିକାର ହୋଇଥିବା ପୁଅ ହତ୍ୟାକାଣ୍ଡରେ ଶିକାର ହୋଇଥିବା ପୁଅ[/caption]

ହତ୍ୟାକାଣ୍ଡରେ ଶିକାର ହୋଇଥିବା ଯୁବକ ଜଣକ ହେଉଛନ୍ତି ରାମ ଦାଶ ଦ୍ୱବେଦୀ। ଅଭିଯୋଗ ଅନୁଯାୟୀ ରାମ ଦାଶ ଯୌନଲାଳସାରେ ମୋହଗ୍ରସ୍ତ ହୋଇ ପ୍ରାୟ ୧୨ରୁ ଅଧିକ ଯୁବତୀଙ୍କ ସହ ଦୁଷ୍କର୍ମ କରିଥିଲେ।  ଏପରିକି ପୁଅର ପାପକାଣ୍ଡରୁ ନିଜ ମା’ ମଧ୍ୟ ବର୍ତ୍ତି ନଥିଲା । ଏମିତି କାରନାମାରେ ଅତିଷ୍ଟ ହୋଇ ଶେଷରେ ତାକୁ ମାରିଦେବାକୁ ନିଷ୍ପତି ନେଇଥିଲା ମା’।  ଯୋଜନା ଅନୁଯାୟୀ ମା’ ଓ ତାର ବଡ଼ପୁଅ ସୀତାରାମ ମିଶି ରାମ ଦାଶଙ୍କୁ ମାରିବା ପାଇଁ ଷଡ଼ଯନ୍ତ୍ର କରିଥିଲେ । ଏଥିପାଇଁ ସୀତାରାମ ତା’ର ୨ ଜଣ ସାଙ୍ଗ କେଶବ ଏବଂ ରାକେଶକୁ ୫୦,୦୦୦ ଟଙ୍କା ସୁପାରି ଦେଇଥିଲେ।  ଆଉ ଯୋଜନା ଅନୁଯାୟୀ କେଶବ ଏବଂ ରାକେଶ  ମିଶି ରାମଦାଶଙ୍କୁ ହତ୍ୟା କରିଥିଲେ।  ଗତକାଲି ମୁମ୍ବାଇର ଭାସାଇ ଡିଭିଜନ୍ ପୋଲିସ ତଦନ୍ତ କରି ମୁଖ୍ୟ ଅଭିଯୁକ୍ତ ପୁଅର ମା’ ସମେତ ୪ ଜଣଙ୍କୁ ଗିରଫ କରିଛି। ଦଫା ୩୦୨ ଏବଂ ୨୦୧ରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos