ଅଫିସ୍ ନଆସିବାକୁ ଶରଦ ପାଓ୍ୱାରଙ୍କୁ ଇଡିର ଅନୁରୋଧ

ମୁମ୍ୱାଇ: ଅକ୍ଚୋବର ୨୧ରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ରହିଛି। ଏହି ସମୟରେ ବ୍ୟାଙ୍କ ଦୁର୍ନୀତିରେ ଜାତୀୟ କଂଗ୍ରେସ ପାର୍ଟି (ଏନସିପି)ର ମୁଖିଆ ଶରଦ ପାଓ୍ୱାରଙ୍କ ନାଁରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦୁର୍ନୀତି ଅଭିଯୋଗ ଆଣିଛି। ଜବାବରେ ଆଜି ମୁମ୍ୱାଇ ସ୍ଥିତ ଇଡି ଅଫିସ୍ ଯାଇଥାନ୍ତେ ଶରଦ ପାଓ୍ୱାର। ଯାହାକୁ ନେଇ ଏନସିପି ନେତା ଓ କର୍ମୀ ମଧ୍ୟ ଇଡି ଅଫିସ ନିକଟକୁ ଆସିଥିଲେ। ବିଭିନ୍ନ ସ୍ଥାନରେ ତାଙ୍କ ସମର୍ଥକମାନେ ଇଡି ବିରୋଧରେ ନାରାବାଜି ଦେବା ପରେ ଆଇନଶୃଙ୍ଖଳା ପରିସ୍ଥିତି […]

sharad pawar

sharad pawar

Subhransu Sekhar
  • Published: Friday, 27 September 2019
  • Updated: 27 September 2019, 04:11 PM IST

Sports

Latest News

ମୁମ୍ୱାଇ: ଅକ୍ଚୋବର ୨୧ରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ରହିଛି। ଏହି ସମୟରେ ବ୍ୟାଙ୍କ ଦୁର୍ନୀତିରେ ଜାତୀୟ କଂଗ୍ରେସ ପାର୍ଟି (ଏନସିପି)ର ମୁଖିଆ ଶରଦ ପାଓ୍ୱାରଙ୍କ ନାଁରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦୁର୍ନୀତି ଅଭିଯୋଗ ଆଣିଛି। ଜବାବରେ ଆଜି ମୁମ୍ୱାଇ ସ୍ଥିତ ଇଡି ଅଫିସ୍ ଯାଇଥାନ୍ତେ ଶରଦ ପାଓ୍ୱାର। ଯାହାକୁ ନେଇ ଏନସିପି ନେତା ଓ କର୍ମୀ ମଧ୍ୟ ଇଡି ଅଫିସ ନିକଟକୁ ଆସିଥିଲେ। ବିଭିନ୍ନ ସ୍ଥାନରେ ତାଙ୍କ ସମର୍ଥକମାନେ ଇଡି ବିରୋଧରେ ନାରାବାଜି ଦେବା ପରେ ଆଇନଶୃଙ୍ଖଳା ପରିସ୍ଥିତି ଅଣାୟତ୍ତ ହେବ ବୋଲି ଇଡି ଆଶଙ୍କା କରିଥିଲା। ସେଥିପାଇଁ ଇଡି ଅଫିସ ଚାରିପଟେ ୧୪୪ ଧାରା ଲାଗୁ ହୋଇଥିଲା। ଏହାପରେ ଏକ ଇ-ମେଲ୍ ଜରିଆରେ ଶରଦ ପାଓ୍ୱାରଙ୍କୁ ନଆସିବାକୁ ଅନୁରୋଧ କରିଥିଲା ଇଡ଼ି।

ଏମିତିକି ମୁମ୍ୱାଇ ପୁଲିସ କମିଶନର ସଞ୍ଜୟ ବାର୍ବେ ପାଓ୍ୱାରଙ୍କୁ ଭେଟି ନଯିବାକୁ ଅନୁରୋଧ କରିଥିଲେ। ଶେଷରେ ଇଡି ଅଫିସକୁ ଆଜି ଯିବେ ନାହିଁ ବୋଲି କହିଛନ୍ତି ଶରଦ ପାଓ୍ୱାର। ବ୍ୟାଙ୍କ ଘୋଟାଲାରେ ତାଙ୍କ ନାଁ ରହିବାକୁ ବିରୋଧୀ ମଧ୍ୟ ନାପସନ୍ଦ କରିଛନ୍ତି। ତେଣୁ ଆଇନ ପରିସ୍ଥିତି ଖରାପ ନହେଉ ବୋଲି ଚିନ୍ତା କରି ଇଡି ଅଫିସ୍ ଆଜି ଯିବେ ନାହିଁ ବୋଲି ପାଓ୍ୱାର କହିଛନ୍ତି। ଦଳୀୟ କର୍ମୀଙ୍କୁ ଇଡି ଅଫିସ ସାମ୍ନାରେ ହଙ୍ଗାମା ନକରିବାକୁ ସେ ଆହ୍ୱାନ କରିଛନ୍ତି।

ଶରଦ ପାଓ୍ୱାରଙ୍କ ନାତି ରୋହିତ ପାଓ୍ୱାର ମଧ୍ୟ ଦଳୀୟ କର୍ମୀଙ୍କୁ ମୁମ୍ୱାଇରେ ଏକଜୁଟ ହେବା ପାଇଁ ଆହ୍ୱାନ କରିଛନ୍ତି।

ଅନ୍ୟପଟେ ମହାରାଷ୍ଟ୍ର ରାଜ୍ୟ ସମବାୟ ବ୍ୟାଙ୍କରୁ ୨୫ ହଜାର କୋଟି ଟଙ୍କାର ବେଆଇନ ଋଣ ଦିଆଯାଇଥିବା ମାମଲାରେ ଶରଦ ପାଓ୍ୱାରଙ୍କ ନାଁ ଆସିବାକୁ ବିରୋଧୀ ସହଜରେ ଗ୍ରହଣ କରି ପାରି ନାହାନ୍ତି। ଶିବସେନା ସାଂସଦ ସଞ୍ଜୟ ରାଓତ ପାଓ୍ୱାରଙ୍କୁ ଭାରତୀୟ ରାଜନୀତିର ଭୀଷ୍ନପିତାମହ କହିଥିବାବେଳେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ବିରୋଧୀଙ୍କ ନେତା ଶରଦ ପାଓ୍ୱାର ବୋଲି କହିଛନ୍ତି। ତେଣୁ ଜାଣିଶୁଣି ବଦନାମ କରିବା ପାଇଁ କେନ୍ଦ୍ର ଏହି ଷଡ଼ଯନ୍ତ୍ର କରୁଛି ବୋଲି ସେ କହିଛନ୍ତି।

ମହାରାଷ୍ଟ୍ର ରାଜ୍ୟ ସମବାୟ ବ୍ୟାଙ୍କରୁ ୨୫ ହଜାର କୋଟି ଟଙ୍କାର ବେଆଇନ ଋଣ ଦିଆଯାଇଥିବା ମାମଲାରେ ନିକଟରେ ବମ୍ୱେ ହାଇକୋର୍ଟ ଶରଦ ପାଓ୍ୱାରଙ୍କ ପୁତୁରା ଅଜିତ ପାଓ୍ୱାର ଓ ଅନ୍ୟ ୭୫ ଜଣଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଇଡିକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଇଡି ମାମଲା ଦାୟର କରିଛି। ଏହି ମାମଲାରେ ମହାରାଷ୍ଟ୍ର ‌ରାଜ୍ୟ ସମବାୟ ବ୍ୟାଙ୍କର ତତ୍କାଳୀନ ଅଧ୍ୟକ୍ଷ, ଏମ୍‌ଡି ଏବଂ ନିର୍ଦ୍ଦେଶକମାନଙ୍କ ନାଁ ମଧ୍ୟ ରହିଛି।

ସୂଚନାଯୋଗ୍ୟ ମହାରାଷ୍ଟ୍ର ରାଜ୍ୟ ସମବାୟ ବ୍ୟାଙ୍କ ଆରମ୍ଭରୁ ଏନସିପି ନେତାଙ୍କ ଅଧୀନରେ ରହି ଆସିଛି। ଯାହାର ବୋର୍ଡ ସଦସ୍ୟରେ ଏନସିପି ନେତାଙ୍କ ପ୍ରଭାବ ରହିଛି। ଅନେକ ଚିନି କଳ ଏବଂ ସୁତାକଳ ମାଲିକଙ୍କୁ ଏହି ବ୍ୟାଙ୍କରୁ ଋଣ ଦିଆଯାଇଛି। ଯାହାକି ଆରବିଆଇ ଆଇନକୁ ଉଲ୍ଲଂଘନ କରୁଛି ବୋଲି ଅଭିଯୋଗ ହୋଇଥିଲା। ଯେଉଁମାନେ ଋଣ ପ୍ରଦାନ କରିଛନ୍ତି ପରୋକ୍ଷରେ ଚିନି କଳ ମାଲିକଙ୍କ ସହ ଜଡ଼ିତ ବୋଲି ଜଣାପଡ଼ିଛି।

ଗତମାସରେ ଏ ନେଇ ବମ୍ୱେ ହାଇକୋର୍ଟ ଇଡିକୁ ମାମଲା ଦାୟର କରିବା ପାଇଁ ନିର୍ଦ୍ଦେଶ ଦେଇଥିଲା। ଅନ୍ୟପଟେ ଋଣ ନେଇଥିବା ଚିନି କଳ ଗୁଡ଼ିକର ଆର୍ଥିକ ସ୍ଥିତି ଖରାପ ହେବା ପରେ ବିକ୍ରି ହୋଇଯାଇଛି। ଏହି ଚିନି କଳଗୁଡ଼ିକୁ ଯେଉଁମାନେ ଏବେ କିଣିଛନ୍ତି ସେମାନେ ପରୋକ୍ଷରେ ଋଣ ଦେଇଥିବା ବ୍ୟାଙ୍କର ନିର୍ଦ୍ଦେଶକଙ୍କ ସହ ଜଡ଼ିତ ବୋଲି ଜଣାପଡ଼ିଛି।

ଇଡି ଯେଉଁ ଏଫଆଇଆର ଦାଖଲ କରିଛି ସେଥିରେ ଶରଦ ଏବଂ ଅଜିତଙ୍କ ନାଁ ଅଭିଯୁକ୍ତ ତାଲିକାରେ ନାହିଁ। ହେଲେ ପରୋକ୍ଷରେ ଦୁର୍ନୀତି କରିଥିବା ଇଡ଼ି ଆଶଙ୍କା କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story