ଇସଲାମାବାଦ: ଭାବି ସ୍ତ୍ରୀ ସାଜିଲା ସୁପାରୀ କିଲର। ବିବାହ ବନ୍ଧନରେ ବାନ୍ଧି ହେବା ପୂର୍ବରୁ ଭାବି ସ୍ୱାମୀକୁ ହତ୍ୟା କରିଛି ଯୁବତୀ। ନିକଟରେ ପାକିସ୍ତାନର ଜଣେ ଶିଖ ଯୁବକ ହତ୍ୟାର ଶିକାର ହୋଇଥିଲେ। ହତ୍ୟା ପଛରେ ଶିଖ ଯୁବକ ବିବାହ କରିବାକୁ ଥିବା ଯୁବତୀ ବୋଲି ପାକିସ୍ତାନର ପେଶାଓ୍ୱାର ପୁଲିସ କହିଛି।
ରବୀନ୍ଦ୍ର ସିଂହ ମାଲେଶିଆରେ ରୁହନ୍ତି। ବିବାହ କରିବା ପାଇଁ ସେ ପାକିସ୍ତାନ ଆସିଥିଲେ। ପ୍ରେମ କୁମାରୀ ନାମକ ଜଣେ ଯୁବତୀଙ୍କ ସହ ରବୀନ୍ଦ୍ରଙ୍କର ବିବାହ ହେବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ହେଲେ ପ୍ରେମ କୁମାରୀ ରବୀନ୍ଦ୍ରଙ୍କୁ ବିବାହ କରିବନେ ବୋଲି ଇଚ୍ଛା ପ୍ରକାଶ କରିଥିଲା।
ଏହାପରେ ରବୀନ୍ଦ୍ରଙ୍କୁ ମାରିବା ପାଇଁ ପ୍ରେମ କୁମାରୀ ଯୋଜନା କରିଥିଲା। ଏଥିପାଇଁ ଜଣେ ପେଶାଦାର ସୁଟରଙ୍କ ସହ ୭ ଲକ୍ଷ ଟଙ୍କାର ଡିଲ୍ କରିଥିଲା ପ୍ରେମ କୁମାରୀ। ସୁପାରୀ କିଲରକୁ ମଧ୍ୟ ପ୍ରେମ କୁମାରୀ ଆଗୁଆ କିଛି ଟଙ୍କା ଦେଇଥିଲା। ରବୀନ୍ଦ୍ର ବିବାହ ଜିନିଷ କିଣିବା ପାଇଁ ପଖତୁନବା ଅଞ୍ଚଳରେ ଥିବା ଏକ ଶପିଂ ମଲକୁ ଯାଇଥିବା ବେଳେ ସୁପାରୀ କିଲର ଜଣଙ୍କ ତାଙ୍କୁ ଗୁଳି କରି ହତ୍ୟା କରିଛି। ଏହାପରେ ପେଶାଓ୍ୱାରରେ ରବୀନ୍ଦ୍ରଙ୍କ ମର ଶରୀରକୁ ଫିଙ୍ଗି ଦିଆଯାଇଥିଲା ବୋଲି ପୁଲିସ କହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।