ଶିଶୁ ଶ୍ରମିକ ଆଇନରେ ସଂଶୋଧନ: ସ୍କୁଲ ସମୟ ପରେ ୧୪ରୁ କମ୍ ବୟସର ଶିଶୁ କରିପାରିବେ କାମ

ନୂଆଦିଲ୍ଲୀ: ଏଣିକି ୧୪ ବର୍ଷରୁ କମ୍ ବୟସର ଶିଶୁମାନେ କାମ କରିପାରିବେ ।ଏନେଇ ଶିଶୁ ଶ୍ରମିକ ଆଇନରେ ସଂଶୋଧନ କରିବାକୁ ଆସିଥିବ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍ ବୁଧବାର ମଞ୍ଜୁରୀ ଦେଇଛନ୍ତି। ତେବେ ଏନେଇ କେତେକ ସର୍ତ୍ତ ରଖାଯାଇଛି। ସ୍କୁଲ ସମୟପରେ ଅବା ଛୁଟିଦିନଗୁଡିକରେ ଏହି ଶିଶୁମାନେ କାମ କରିପାରିବେ। ସେହିଭଳି  ସେମାନେ କାମ କରୁଥିବା କାରକାନା ଗୁଡିକ ବିପଦସଙ୍କୁଳ ହୋଇନଥିବା ଆବଶ୍ୟକ। ପ୍ରକୃତ ଶିଶୁ ଶ୍ରମିକ ଆଇନରେ ୧୪ ବର୍ଷରୁ କମ୍ ଶିଶୁମାନଙ୍କୁ କେବଳ ୧୮ ପ୍ରକାରର ବିପଦସଙ୍କୁଳ […]

child labour

child labour

Rakesh Mallick
  • Published: Wednesday, 13 May 2015
  • Updated: 13 May 2015, 02:06 PM IST

ନୂଆଦିଲ୍ଲୀ: ଏଣିକି ୧୪ ବର୍ଷରୁ କମ୍ ବୟସର ଶିଶୁମାନେ କାମ କରିପାରିବେ ।ଏନେଇ ଶିଶୁ ଶ୍ରମିକ ଆଇନରେ ସଂଶୋଧନ କରିବାକୁ ଆସିଥିବ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍ ବୁଧବାର ମଞ୍ଜୁରୀ ଦେଇଛନ୍ତି। ତେବେ ଏନେଇ କେତେକ ସର୍ତ୍ତ ରଖାଯାଇଛି। ସ୍କୁଲ ସମୟପରେ ଅବା ଛୁଟିଦିନଗୁଡିକରେ ଏହି ଶିଶୁମାନେ କାମ କରିପାରିବେ। ସେହିଭଳି  ସେମାନେ କାମ କରୁଥିବା କାରକାନା ଗୁଡିକ ବିପଦସଙ୍କୁଳ ହୋଇନଥିବା ଆବଶ୍ୟକ। ପ୍ରକୃତ ଶିଶୁ ଶ୍ରମିକ ଆଇନରେ ୧୪ ବର୍ଷରୁ କମ୍ ଶିଶୁମାନଙ୍କୁ କେବଳ ୧୮ ପ୍ରକାରର ବିପଦସଙ୍କୁଳ କାରାଖାନାରେ କାମ କରିବା ଉପରେ କଟକଣା ରହିଥିଲା। ଆଜି ହୋଇଥିବା ସଂଶୋଧନରେ  ଆହୁରି ମଧ୍ୟ ଉଲ୍ଲେଖ ରହିଛିଯେ, ୧୪ରୁ ୧୮ ବର୍ଷ ବୟସର ଶିଶୁମାନେ ମଧ୍ୟ ବିପଦସଙ୍କୁଳ କାରଖାନା ଗୁଡିକରେ କାମ କରିପାରିବେ ନାହିଁ। ଶିଶୁ ଶ୍ରମିକ ବିଲ୍ ସଂଶୋଧନ ପ୍ରସ୍ତାବ ଉପରେ ମୋହର୍ ମାରିଲା କେନ୍ଦ୍ର କ୍ୟାବିନେଟ୍। ଏ ବୟସର ପିଲାଙ୍କୁ କ୍ରୀଡ଼ା, ଅଡ଼ିଓ ଭିଜୁଆଲ ପ୍ରୋଗ୍ରାମ୍, ଟିଭି ସିରିଏଲ୍, ବିଜ୍ଞାପନ ବା ଫିଲ୍ମ ଭଳି ମନୋରଂଜନଧର୍ମୀ କାର୍ଯ୍ୟରେ ନିୟୋଜିତ କରାଯାଇ ପାରିବ। ତେବେ ଏହାଦ୍ବାରା ସେମାନଙ୍କ ସ୍କୁଲ୍ ଶିକ୍ଷା ଯେପରି ବାଧାପ୍ରାପ୍ତ ନ ହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ପଡ଼ିବ। ସର୍କସ୍ ରେ ପିଲାମାନଙ୍କୁ କାମ କରାଇବା ଉପରେ ସଂପୂର୍ଣ୍ଣ କଟକଣା କରାଯାଇଛି। ପୂର୍ବରୁ ୧୪ ବର୍ଷରୁ କମ୍ ବୟସର ଶିଶୁଙ୍କୁ ଯେ କୌଣସି କାମରେ ନିୟୋଜିତ କରାଯିବା ଉପରେ ସଂପୂର୍ଣ୍ଣ କଟକଣା ଥିଲା। ବିଲରେ ସଂଶୋଧନ ପରେ, ୧୪ରୁ ୧୮ ବର୍ଷର କିଶୋରଙ୍କୁ ବିପଦସଂକୁଳ କାମରେ ଆଦୌ ନ ଲଗାଇବାକୁ କୁହାଯାଇଛି।ସେହିପରି ଅନ୍ୟଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଅନୁଯାୟୀ, ବେନାମୀ କାରବାର ନିରୋଧ ଆଇନ୍ ୧୯୮୮ରେ ସଂଶୋଧନ ପାଇଁ କେନ୍ଦ୍ର କ୍ୟାବିନେଟ୍ ମଂଜୁରୀ ପ୍ରଦାନ କରିଛି। କଳାଟଙ୍କ। କାରବାର ରୋକିବାକୁ ବେନାମୀ ସଂପତ୍ତିକୁ ଆଟାଚ୍ ଓ ବାଜ୍ୟାପ୍ତି ସହ ଅଭିଯୁକ୍ତଙ୍କୁ ଜରିମାନା ଓ ଜେଲ୍ ଦଣ୍ଡ ମିଳିବ। ସାଧାରଣ ବଜେଟ୍ରେ ଘୋଷଣା ମୁତାବକ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos