ସେନା ୟୁନିଫର୍ମରେ ଥିବା ଏହି ବ୍ୟକ୍ତି ଜଣଙ୍କ ମୂଳ ପରିଚୟ କ'ଣ?

ନୂଆଦିଲ୍ଲୀ: ସେନା ୟୁନିଫର୍ମ ପିନ୍ଧିଥିବା ଜଣେ ଶିଖ୍ ଯୁବକ ଚାଷୀ ଆନ୍ଦୋଳନକୁ ସମର୍ଥନ କରିଥିଲେ। ହେଲେ ପ୍ରକୃତରେ ସେ ଜଣେ ସେନା କି ନୁହିଁ ଏବେ ଏହାର ତଦନ୍ତ ଆରମ୍ଭ ହୋଇଛି। ଯଦି ଏହି ବ୍ୟକ୍ତି ପୂର୍ବତନ ସେନା ଅଧିକାରୀ ହୋଇଥିବେ ତାହେଲେ କୌଣସି ଅସୁବିଧା ହେବନି। କିନ୍ତୁ ଯଦି ଏହି ଶିଖ ଯୁବକ ଚାକିରି କରିଥିବେ ତାହେଲେ ସଂପୃକ୍ତ ବ୍ୟକ୍ତି ଅଡୁଆରେ ପଡ଼ିପାରନ୍ତି। କାରଣ ସେ ସର୍ଭିସ୍ ରୁଲ୍ ବୁକକୁ ଉଲ୍ଲଂଘନ କରୁଛନ୍ତି। ଆବଶ୍ୟକ ପଡ଼ିଲେ […]

soldier-farmer

soldier-farmer

Subhransu Sekhar
  • Published: Wednesday, 16 December 2020
  • Updated: 16 December 2020, 02:11 PM IST

Sports

Latest News

ନୂଆଦିଲ୍ଲୀ: ସେନା ୟୁନିଫର୍ମ ପିନ୍ଧିଥିବା ଜଣେ ଶିଖ୍ ଯୁବକ ଚାଷୀ ଆନ୍ଦୋଳନକୁ ସମର୍ଥନ କରିଥିଲେ। ହେଲେ ପ୍ରକୃତରେ ସେ ଜଣେ ସେନା କି ନୁହିଁ ଏବେ ଏହାର ତଦନ୍ତ ଆରମ୍ଭ ହୋଇଛି। ଯଦି ଏହି ବ୍ୟକ୍ତି ପୂର୍ବତନ ସେନା ଅଧିକାରୀ ହୋଇଥିବେ ତାହେଲେ କୌଣସି ଅସୁବିଧା ହେବନି। କିନ୍ତୁ ଯଦି ଏହି ଶିଖ ଯୁବକ ଚାକିରି କରିଥିବେ ତାହେଲେ ସଂପୃକ୍ତ ବ୍ୟକ୍ତି ଅଡୁଆରେ ପଡ଼ିପାରନ୍ତି। କାରଣ ସେ ସର୍ଭିସ୍ ରୁଲ୍ ବୁକକୁ ଉଲ୍ଲଂଘନ କରୁଛନ୍ତି। ଆବଶ୍ୟକ ପଡ଼ିଲେ ସଂପୃକ୍ତ ବ୍ୟକ୍ତି ବିରୋଧରେ କଠୋର ଦଣ୍ଡ ଗ୍ରହଣ କରିପାରେ ସେନା।

ପଞ୍ଜାବ ଏବଂ ହରିଆଣାର ଚାଷୀ ମାନେ ନୂଆ କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ ଆନ୍ଦୋଳନରେ ବସିଛନ୍ତି। ଏହି ତିନି ନିୟମ ରଦ୍ଦ କରିବାକୁ ସେମାନେ ଦାବି କରୁଛନ୍ତି।

ସୋମବାର କୃଷି ଆଇନକୁ ବିରୋଧ କରି ପଞ୍ଜାବର ଭାଟିଣ୍ଡା ଭଟ୍ଟିନାର ଡେପୁଟି କମିଶନରଙ୍କ କାର୍ଯ୍ୟାଳୟ ବାହାରେ ସେନା ୟୁନିଫର୍ମରେ ଶିଖ୍ ଯୁବକ ଜଣଙ୍କ ଏକ ଫଟୋ ଧରି ଛିଡ଼ା ହୋଇଥିଲେ। ଯେଉଁଥିରେ ସେ ଲେଖିଛନ୍ତି ମୋ ବାପା ଜଣେ ଚାଷୀ। ଯଦି ସେ ଜଣେ ଆତଙ୍କବାଦୀ, ତାହେଲେ ମୁଁ ମଧ୍ୟ ଜଣେ ଆତଙ୍କବାଦୀ।

ଏବେ ସେନା ୟୁନିଫର୍ମରେ ଦେଖାଯାଇଥିବା ଯୁବକଙ୍କ ପ୍ରକୃତ ପରିଚୟ ସୁନିଶ୍ଚିତ କରିବାକୁ ଗୁଇନ୍ଦା ତଦନ୍ତ କରୁଥିବା ସୂଚନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos