ନ୍ୟୁଜିଲ୍ୟାଣ୍ଡ ଆକାଶରେ ଦେଖାଦେଲା ଘୂର୍ଣ୍ଣାୟମାନ ରହସ୍ୟମୟ ରଶ୍ମି

ନେଲସନ: ନ୍ୟୁଜିଲ୍ୟାଣ୍ଡ ଆକାଶରେ ଦେଖାଯାଇଛି ଘୂର୍ଣ୍ଣାୟମାନ ରହସ୍ୟମୟ ରଶ୍ମି। ରବିବାର ରାତିରେ ଏହି ରଶ୍ମି ଦେଖାଯାଇଛି। ଏହା ଦେଖିବା ପରେ ଲୋକଙ୍କ ଭିତରେ ଏହାକୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ନ୍ୟୁଜିଲ୍ୟାଣ୍ଡର ନେଲସନ ସହରରେ ଦେଖାଯାଇଥିବା ଏହି ଦୃଶ୍ୟକୁ ଲୋକେ ମୋବାଇଲରେ କଏଦ କରିବା ପରେ ଏହା ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏଠାର ଲୋକେ ଏହାକୁ ଏକ ୱର୍ମହୋଲ(wormhole) ବୋଲି ଅଲୋଚନା କରୁଛନ୍ତି। ରାତି ପ୍ରାୟ ସାଢ଼େ ୭ଟାରେ ଏହି ରଶ୍ମି ରୂପ ନେଇଥିଲା। […]

Rasmi

Rasmi

Niranjan Mishra
  • Published: Tuesday, 21 June 2022
  • Updated: 21 June 2022, 01:54 PM IST

Sports

Latest News

ନେଲସନ: ନ୍ୟୁଜିଲ୍ୟାଣ୍ଡ ଆକାଶରେ ଦେଖାଯାଇଛି ଘୂର୍ଣ୍ଣାୟମାନ ରହସ୍ୟମୟ ରଶ୍ମି। ରବିବାର ରାତିରେ ଏହି ରଶ୍ମି ଦେଖାଯାଇଛି। ଏହା ଦେଖିବା ପରେ ଲୋକଙ୍କ ଭିତରେ ଏହାକୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ନ୍ୟୁଜିଲ୍ୟାଣ୍ଡର ନେଲସନ ସହରରେ ଦେଖାଯାଇଥିବା ଏହି ଦୃଶ୍ୟକୁ ଲୋକେ ମୋବାଇଲରେ କଏଦ କରିବା ପରେ ଏହା ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏଠାର ଲୋକେ ଏହାକୁ ଏକ ୱର୍ମହୋଲ(wormhole) ବୋଲି ଅଲୋଚନା କରୁଛନ୍ତି।

ରାତି ପ୍ରାୟ ସାଢ଼େ ୭ଟାରେ ଏହି ରଶ୍ମି ରୂପ ନେଇଥିଲା। ଏହି ରଶ୍ମିର ରଙ୍ଗ ନୀଳ ଥିଲା। ତେବେ ବିଶେଷଜ୍ଞମାନେ ବାଦଲ ଭିତରେ ଦେଖାଯାଇଥିବା ଏହି ରଶ୍ମି ଫାଲକନ-୯ ରକେଟର ଧୂଆଁ ଯୋଗୁ ସୃଷ୍ଟି ହୋଇଛି ବୋଲି ପ୍ରକାଶ କରିଛନ୍ତି। ଯେଉଁ ରକେଟ ଗ୍ଲୋବାଲ ଷ୍ଟାର ଡିଏମ୍୧୫ ସାଟଲାଇଟ୍ ନେଇ ଯାଇଥିଲା। ରକେଟର ଧୂଆଁ ବାୟୁମଣ୍ଡଳ ଓ ସୂର୍ଯ୍ୟାରଶ୍ମି ସଂସ୍ପର୍ଶରେ ଆସି ବାଦଲ ଭିତରେ ଏଭଳି ଦୃଶ୍ୟ ସୃଷ୍ଟି କରିଥିବା ବିଶେଷଜ୍ଞମାନେ କହିଛନ୍ତି। ତେବେ ଏହି ଜାଗତିକ ଦୃଶ୍ୟକୁ ଦେଖିଥିବା ନେଲସନ ସହରର ଲୋକେ ବିଶେଷଜ୍ଞଙ୍କ କଥାକୁ ବିଶ୍ୱାସ କରିପାରୁନାହାନ୍ତି।

ଅନେକ ଏହି ଫଟୋ ମିଛ ବୋଲି ସୋସିଆଲ ମିଡିଆରେ ହୋଇଥିବା ଭାଇରାଲ ଫଟୋରେ ମତ ପୋଷଣ ମଧ୍ୟ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos