ଶ୍ରୀନଗର: ଜାନୁଆରୀ ୨୬ ଗଣତନ୍ତ୍ର ଦିବସରେ ଏକ ବଡ଼ ଧରଣର ଆତଙ୍କବାଦୀ ହମ୍ଲା ପାଇଁ ପାକିସ୍ତାନ ଭିତ୍ତିକ ଜୈଶ ଇ ମହମ୍ମଦର ଯୋଜନାକୁ ପଣ୍ଡ କରିଛି ଶ୍ରୀନଗର ପୁଲିସ୍। କୁଖ୍ୟାତ ଆତଙ୍କବାଦୀ ମାସୁଦ୍ ଆଝାରର ନେତୃତ୍ୱରେ ଥିବା ଜୈଶ୍ ଏପରି ଏକ ଷଡ଼ଯନ୍ତ୍ର ରଚନା କରିଥିଲା। କିନ୍ତୁ ପୁଲିସ ୫ ଜଣ ଆତଙ୍କବାଦୀଙ୍କୁ ଗିରଫ କରିବାରେ ସଫଳ ହୋଇଛି।
ସୂଚନାଯୋଗ୍ୟ ଯେ, ପୂର୍ବରୁ ମାସୁଦ୍କୁ ଜାତିସଂଘ କଳା ତାଲିକାଭୁକ୍ତ କରିସାରିଛି। ତା’ର ସଂଗଠନ ଜୈଶ୍ ଭାରତରେ ପୁଲ୍ୱାମା ଆତଙ୍କବାଦୀ ହମ୍ଲା ପରି ବହୁଥର ଆକ୍ରମଣ କରି ଭାରତରେ ଅସ୍ଥିରତା ସୃଷ୍ଟି କରିବାର ପ୍ରୟାସ କରିଛି। ଫେବୃଆରୀ ୧୪ରେ ସଂଘଟିତ ପୁଲ୍ୱାମା ଆତ୍ମଘାତୀ ବିସ୍ଫୋରଣରେ ଭାରତ ୪୦ ଜଣ ସିଆରପିଏଫ୍ ଯବାନଙ୍କୁ ହରାଇଥିଲା।
ତେବେ ଆଜି ଶ୍ରୀନଗର ପୁଲିସ୍ ଏହି ଜୈଶ୍ ଯୋଜନା ବାବଦରେ ଜାଣିବା ପରେ ଚଢ଼ଉ କରିବା ସହ ବ୍ୟାପକ ପରିମାଣର ବିସ୍ପୋରକ ଜବତ କରିଛି। ଶ୍ରୀନଗର ପୁଲିସ୍ ଐଜାଜ୍ ଅହମ୍ମଦ ଶେଖ୍, ଉମର ହମିଦ୍ ଶେଖ୍, ଇମତିୟାଜ୍ ଅହମ୍ମଦ ଚିକଲା, ସାହିଲ ଫାରୁକ୍ ଗୋଜରି ଏବଂ ନସୀର ଅହମ୍ମଦ ମୀର ଆଦିଙ୍କୁ ଗିରଫ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
କବାଟ ଲକରେ କେମିତି ଝୁଲିଲେ ମହିଳା? ହତ୍ୟା ଅଭିଯୋଗ ଆଣିଲେ ସ୍ୱାମୀ
ମହିଳାଙ୍କ ମୃତଦେହ ତାଙ୍କ ଘର କବାଟର ଲକରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରିଛି ପୁଲିସ। ମହିଳାଙ୍କୁ ଜଣେ ପୁଲିସ କନଷ୍ଟେବଲ ହତ୍ୟା କରିଥିବା ତାଙ୍କ ସ୍ୱାମୀ ଅଭିଯୋଗ ଆଣିଛନ୍ତି।
Accident
ଅଭିନେତ୍ରୀଙ୍କ କାର ଧକ୍କାରେ ଶ୍ରମିକ ମୃତ, ଏକାଧିକ ଗୁରୁତର
ଲୋକପ୍ରିୟ ମରାଠି ଅଭିନେତ୍ରୀ ଉର୍ମିଳା କୋଠାରେ ଏକ ଶୁଟିଂ ସାରି ଘରକୁ ଫେରୁଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା।
National
ଦିଲ୍ଲୀରେ ୧୦୧ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା, ବାୟୁ ମାନରେ ଆସିଲା ଉନ୍ନତି
ଦିଲ୍ଲୀରେ ତୁହାକୁ ତୁହା ବର୍ଷା ଜାରି ରହିଛି। ଫଳରେ ଦିନର ସର୍ବାଧିକ ତାପମାତ୍ରା ୧୩ ଡିଗ୍ରୀ ସେଲସିୟସକୁ ଖସିଛି। ବର୍ଷା କାରଣରୁ ବାୟୁ ଗୁଣବତ୍ତାରେ ଉନ୍ନତି ଘଟିଛି ଏବଂ ବର୍ତ୍ତମାନ ସହରରୁ GRAP-3ର ପ୍ରତିବନ୍ଧକକୁ ହଟାଇ ଦିଆଯାଇଛି।
Politics
ଦିଲ୍ଲୀ ସରକାରଙ୍କ ଯୋଜନାର ତଦନ୍ତ ନିର୍ଦ୍ଦେଶ, ସମାଲୋଚନା କଲେ କେଜ୍ରିୱାଲ
ଦିଲ୍ଲୀ ଭୋଟରଙ୍କୁ ପ୍ରଭାବିତ କରିବାକୁ ପଞ୍ଜାବ ସରକାର ଟଙ୍କା ପଠାଉଥିବା ଅଭିଯୋଗ ଆଣିଲା କଂଗ୍ରେସ। 'ମହିଳା ସମ୍ମାନ ଯୋଜନା'ର ତଦନ୍ତ ନିର୍ଦ୍ଦେଶ ଦେଲେ ଉପରାଜ୍ୟପାଳ।
National
ଅଶ୍ଳୀଳ ଫଟୋ ଲିକ୍ କରିବାକୁ ଧମକ, ବନ୍ଧା ହେଲେ ଅଭିନେତା
ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିବା, ବ୍ୟକ୍ତିଗତ ଫଟୋ ଲିକ୍ କରିବାକୁ ଧମକ ଦେବା ଓ ଅମାନୁଷିକ ଭାବେ ମାଡ଼ ମରୁଥିବା ନେଇ ତାଙ୍କ ବିରୋଧରେ ଜଣେ ୨୯ ବର୍ଷୀୟ ଅଭିନେତ୍ରୀ ଅଭିଯୋଗ କରିଛନ୍ତି।