ମୁମ୍ୱାଇ: ଶେୟାର ବଜାର ପାଇଁ ଶୁକ୍ରବାର ‘କଳା ଦିନ’ ପାଲଟିଛି। ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ସାଜିଥିବା କରୋନା ଭାଇରସ ପ୍ରାଣଘାତୀ ପରେ ଧନଘାତୀ ସାଜିଥିବା ଦେଖିବାକୁ ମିଳିଛି। ଭାରତୀୟ ବଜାରରେ ଏହି ଘାତକ ଭାଇରସର ପ୍ରଭାବ ଶୁକ୍ରବାର ଦେଖିବାକୁ ମିଳିଛି।
ବିଏସଇର ସେନସେକ୍ସ ୧୪୪୮.୩୭ ଅଙ୍କ (୩.୬୪%) ଖସି ୩୮, ୨୯୭.୨୯ରେ ବନ୍ଦ ହୋଇଛି ଶେୟାର ବଜାର। ସେହିପରି ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ (ନିଫ୍ଟି) ୪୧୪.୧୦ ଅଙ୍କ (୩.୫୬%) ଖସି ୧୧, ୨୧୯.୨୦ରେ ବନ୍ଦ ହୋଇଛି।
ଶୁକ୍ରବାର ସେନସେକ୍ସ ୩୯,୦୮୭.୪୭ ସର୍ବାଧିକ ଯାଇଥିବା ବେଳେ ୩୮,୨୧୯.୯୭ ସର୍ବନିମ୍ନ ରହିଥିଲା। ନିଫ୍ଟ ୧୧,୩୮୪.୮୦ ସର୍ବାଧିକ ଯାଇଥିବା ବେଳେ ସର୍ବନିମ୍ନ ୧୧,୧୭୫.୦୫ ଯାଇଥିଲା। ଶୁକ୍ରବାର ସେନସେକ୍ସରେ ନିଫ୍ଟିର ସମସ୍ତ ଶେୟାର ନାଲି ବା ଡେଞ୍ଜର ଜୋନରେ ପହଞ୍ଚିଥିବା ଦେଖିବାକୁ ମିଳିଛି। ସେହିପରି ବିଏସଇର ୨୯ଟି କମ୍ପାନୀ ନାଲି ଦାଗ ଛୁଇଁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Business
୨୦୨୫ରେ ଭାରତର GDP ଅଭିବୃଦ୍ଧି ୪ ବର୍ଷରେ ସର୍ବନିମ୍ନସ୍ତରରେ ପହଞ୍ଚିବ!
ପୂର୍ବ ଆର୍ଥିକ ବର୍ଷ ୨୦୨୩-୨୪ରେ ଭାରତର ଜିଡିପି ୮.୨ ପ୍ରତିଶତ ଥିଲା। ଯାହା ୨୦୨୫ ମାର୍ଚ୍ଚରେ ଶେଷ ହେବାକୁ ଯାଉଥିବା ଆର୍ଥିକ ବର୍ଷରେ ୬.୪ ପ୍ରତିଶତକୁ ଖସିବ ବୋଲି ଆକଳନ କରିଛି ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ।
Business
ସୁନା ଭଳି ରୁପାରେ ମଧ୍ୟ ହଲମାର୍କିଂ!
ଗ୍ରାହକଙ୍କ ସ୍ୱାର୍ଥ ରକ୍ଷା ଲାଗି ବର୍ତ୍ତମାନ କେବଳ ସୁନା ଓ ସେଥିରେ ତିଆରି ଜିନିଷର ହଲମାର୍କିଂ ବାଧ୍ୟତାମୂଳକ କରାଯାଇଛି।
Business
ରାଜ୍ୟ ବଜେଟ୍ ପ୍ରସ୍ତୁତି ପାଇଁ ସମସ୍ତଙ୍କ ମତାମତ ଲୋଡ଼ିଲା ଅର୍ଥ ବିଭାଗ
୨୦୨୫-୨୬ ଆର୍ଥିକ ବର୍ଷ ବଜେଟ୍ ପ୍ରସ୍ତୁତ ପାଇଁ ଅର୍ଥ ବିଭାଗ ଏକ ନିର୍ଦ୍ଦିଷ୍ଟ ଢାଂଚାରେ ଜନସାଧାରଣଙ୍କଠୁ ପରାମର୍ଶ ଆହ୍ୱାନ କରିଛନ୍ତି । ଯାହାକି ବଜେଟ୍ ଓଡ଼ିଶା ୱେବପୋର୍ଟାଲରେ ଉପଲବ୍ଧ ।
Business
ସୁଜୁକି ମୋଟର କର୍ପୋରେସନର ପୂର୍ବତନ ଅଧ୍ୟକ୍ଷ ଓସାମୁ ସୁଜୁକିଙ୍କ ପରଲୋକ
ଓସାମୁ ସୁଜୁକିଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି।
Business
୧୦.୫୦ ଲକ୍ଷ ଯାଏ ଆୟ କରୁଥିଲେ ଦେବାକୁ ପଡ଼ିପାରେ କମ ଟିକସ!
ଆସନ୍ତାବର୍ଷ ଫେବୃଆରୀ ୧ରେ କେନ୍ଦ୍ର ସରକାର ପୂର୍ଣ୍ଣାଙ୍ଗ ବଜେଟ ସଂସଦରେ ଉପସ୍ଥାପନ କରିବେ। ଏହି ସମୟରେ ନୂଆ ଟିକସ ବ୍ୟବସ୍ଥା ଆସିବାର ଯଥେଷ୍ଟ ସମ୍ଭାବନା ରହିଛି।