ଇସ୍ଲାମାବାଦ୍: ପାକିସ୍ତାନରେ ଜଣେ ହିନ୍ଦୁ ମହିଳାଙ୍କୁ ସିଭିଲ୍ କୋର୍ଟରେ ଜଜ୍ ଭାବେ ନିଯୁକ୍ତି ଦିଆଯାଇଛି। କୌଣସି ହିନ୍ଦୁ ମହିଳା ଜଜ୍ ହେବା ପାକିସ୍ତାନରେ ଏହା ପ୍ରଥମ ଘଟଣା। ନ୍ୟାୟିକ ଅଧିକାରୀ ପରୀକ୍ଷାରେ ପାସ୍ କରିବା ପରେ ମହିଳାଙ୍କୁ ସିଭିଲ୍ କୋର୍ଟରେ ନିଯୁକ୍ତି ଦିଆଯାଇଛି। ମହିଳା ଜଣଙ୍କ ହେଲେ ସିନ୍ଧ ପ୍ରଦେଶର କମ୍ବର-ଶହଦାଦକୋଟ୍ର ସୁମନ୍ କୁମାରୀ।
ସୁମନ୍ ହାଇଦ୍ରାବାଦ୍ରୁ ଏଲ୍ଏଲ୍ବି ପାସ୍ କରିବା ସହ କରାଚିର ଜାବାଷ୍ଟ ବିଶ୍ୱବିଦ୍ୟାଳୟରୁ ଲ’ରେ ମାଷ୍ଟର୍ ହାସଲ କରିଛନ୍ତି।
ସୁମନ୍ଙ୍କୁ ଡର ଥିଲା, ତାଙ୍କର ଓକିଲ ହେବା ନିଷ୍ପତ୍ତିକୁ ନିଜ ସମ୍ପ୍ରଦାୟର ଲୋକେ ସ୍ୱାଗତ କରିବେ ନାହିଁ। ହେଲେ ପରିବାର ଲୋକଙ୍କ ସମ୍ପୂର୍ଣ୍ଣ ସହଯୋଗ ତାଙ୍କ ସହ ଥିଲା। ସୁମନ୍ଙ୍କ ବାପା ପବନ କୁମାର କହିଛନ୍ତି, “ସୁମନ୍ କମ୍ବର-ଶହଦାଦକୋଟ୍ରେ ଗରିବଙ୍କୁ ମାଗଣାରେ ଆଇନ୍ ସହାୟତା ଦେବାକୁ ଚାହୁଁଛି। ସେ ଏକ କଠିନ କାମକୁ ନିଜ ପେଶା ଭାବେ ଗ୍ରହଣ କରିଛି। ମୋତେ ବିଶ୍ୱାସ ଅଛି, କଠିନ ପରିଶ୍ରମ ଓ ନିଷ୍ଠାପର ଭାବେ ସେ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବ।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଦିଲ୍ଲୀ ବାୟୁର ମାନ 'ସିଭିୟର ପ୍ଲସ୍', ସୋମବାରଠୁ ଅନଲାଇନ୍ କ୍ଲାସ୍
ଦିଲ୍ଲୀରେ ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ୪୫୭ ସ୍ତରରେ ପହଞ୍ଚିଛି। ଯେଉଁଥିପାଇଁ ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ (CAQM) ସୋମବାର ସକାଳ ୮ଟାରୁ ଦିଲ୍ଲୀ ଏନସିଆରରେ GRAP-4 କାର୍ଯ୍ୟକାରୀ କରିବାକୁ ଘୋଷଣା କରିଛି।
Crime
ଆମ୍ବୁଲାନ୍ସକୁ ରାସ୍ତା ନଛାଡ଼ିବାରୁ ଅଢ଼େଇ ଲକ୍ଷ ଫାଇନ, ଲାଇସେନ୍ସ ରଦ୍ଦ
ଥ୍ରିସୁର ମେଡିକାଲ କଲେଜକୁ ରୋଗୀ ନେଇ ଯାଉଥିବା ଏକ ଆମ୍ବୁଲାନ୍ସକୁ ରାସ୍ତା ଛାଡ଼ିନଥିଲେ କାର ଚାଳକ। ସୋଶାଲ ମିଡିଆରେ ଭାଇରାଲ ହେଉଛି ଭିଡିଓ।
National
'ପରିସ୍ଥିତି ସୁଧାରିବାରେ ବିଫଳ'; ମଣିପୁର ସରକାରରୁ ସମର୍ଥନ ପ୍ରତ୍ୟାହାର କଲା ଏନପିପି
ମଣିପୁରରେ ବିଜେପି ସରକାରରୁ ସମର୍ଥନ ପ୍ରତ୍ୟାହାର କଲା ନ୍ୟାସନାଲ ପିପୁଲ୍ସ ପାର୍ଟି (ଏନପିପି)। ମୁଖ୍ୟମନ୍ତ୍ରୀ ବୀରେନ ସିଂହଙ୍କ ନେତୃତ୍ୱରେ ବିଜେପି ସରକାର ବର୍ତ୍ତମାନର ପରିସ୍ଥିତିର ମୁକାବିଲା କରିବାରେ ବିଫଳ ହୋଇଥିବା ଅଭିଯୋଗ କରିଛି ଏନପିପି।
Accident
ପୁଣି ହିଟ୍ ଆଣ୍ଡ ରନ୍; ନେତା ପୁଅଙ୍କ ଦାମୀ ଗାଡ଼ି ଚକା ତଳେ ଚାଲିଗଲା ଜୀବନ
କର୍ଣ୍ଣାଟକର ଜଣେ କଂଗ୍ରେସ ନେତାଙ୍କ ପୁଅର SUV କାର୍ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।
National
ହସ୍ପିଟାଲରେ ନିଆଁ ଲାଗି ୧୧ ଶିଶୁ ମୃତ୍ୟୁ ଘଟଣା, ଜଣାପଡିଲା ଅଗ୍ନିକାଣ୍ଡର କାରଣ
ଉତ୍ତରପ୍ରଦେଶ ଝାନ୍ସି ହସ୍ପିଟାଲରେ ନିଆଁ ଲାଗି ୧୧ ଶିଶୁଙ୍କର ମୃତ୍ୟୁ ଘଟିଥିଲା।