ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଦ ଗ୍ରହଣ କରିବା ପରଠାରୁ ସ୍ୱଚ୍ଛତା ପ୍ରତି ଗୁରୁତ୍ୱ ଦେଇଆସୁଛନ୍ତି। ସେ ବୁଧବାର ସ୍ୱଚ୍ଛତା ହି ସେବା ୩.୦ ଆରମ୍ଭ କରିଛନ୍ତି। ତେବେ ଏଥର ମୁଖ୍ୟତଃ ପ୍ଲାଷ୍ଟିକ୍ ମୁକ୍ତ ଭାରତ ପାଇଁ ଅଭିଯାନ ଆରମ୍ଭ କରିଛନ୍ତି। ତେବେ ବଲିଉଡ୍ ତାରକା ବରୁନ୍ ଧୱନ୍ଙ୍କୁ ଅଭିନୀତ ଫିଲ୍ମ ‘କୁଲି ନଂ ୱାନ୍’ ପ୍ଲାଷ୍ଟିକ୍ ମୁକ୍ତ ଭାବନାକୁ ପ୍ରୋତ୍ସାହନ ଦେଇଥିବାରୁ ସେ ଏହାକୁ ପ୍ରଶଂସା କରିଛନ୍ତି।
https://twitter.com/narendramodi/status/1171985330422964224
ଏହା ପୂର୍ବରୁ ବରୁନ୍ ଲେଖିଥିଲେ, ବର୍ତ୍ତମାନ ପ୍ଲାଷ୍ଟିକ୍ ମୁକ୍ତ ଭାରତ ହେବାର ସମୟ ଆସିଛି। ଆମ ପ୍ରଧାନମନ୍ତ୍ରୀ ଏଥିପାଇଁ ଏକ ଅଭିଯାନ ଆରମ୍ଭ କରିସାରିଛନ୍ତି। ଆମେ ମଧ୍ୟ ଛୋଟ ଛୋଟ ପ୍ରୟାସରେ ପରିବର୍ତ୍ତନ ଆଣିପାରିବା। ଆମେ କୁଲି ନଂ ୱାନ୍ ସେଟ୍ରେ କେବଳ ଷ୍ଟିଲ୍ ବୋତଲ ବ୍ୟବହାର କରୁଛୁ।