ମସଜିଦ୍ ବାବର ନିର୍ମାଣ କରିଥିଲେ ନା ଔରଙ୍ଗଜେବ୍, ସୁପ୍ରିମକୋର୍ଟରେ ଦାଖଲ ହୋଇପାରିଲାନି ପ୍ରମାଣ

ନୂଆଦିଲ୍ଲୀ: ଅଯୋଧ୍ୟା ରାମ ଜନ୍ମଭୂମି ମାମଲାରେ ସୁପ୍ରିମ କୋର୍ଟରେ ପ୍ରତିଦିନ ଶୁଣାଣି ଜାରି ରହିଛି। ଲଗାତର ଶୁଣାଣିର ଆଜି ଥିଲା ପଂଚଦଶ ଦିନ। ଶ୍ରୀ ରାମଜନ୍ମଭୂମି ପୁନରୁତ୍ଥାନ ସମିତିର ଓକିଲ ପି.ଏନ୍. ମିଶ୍ର ଆହ୍ଲାବାଦ ହାଇକୋର୍ଟର ଆଦେଶକୁ ପଢ଼ି କହିଥିଲେ ମୁସଲିମ୍ ପକ୍ଷ ଏଯାଏଁ ପ୍ରମାଣ କରିପାରି ନାହାନ୍ତି ମସଜିଦ୍ ବାବର ନିର୍ମାଣ କରିଥିଲେ ନା ଔରଙ୍ଗଜେବ୍। ଏ ନେଇ କୌଣସି ପ୍ରମାଣ ମଧ୍ୟ କୋର୍ଟରେ ଦାଖଲ ହୋଇନାହିଁ ଯେ ୧୫୨୮ ମସିହାରେ ମସଜିଦର ନିର୍ମାଣ ବାବର […]

supreme

supreme

Subhransu Sekhar
  • Published: Thursday, 29 August 2019
  • Updated: 29 August 2019, 04:21 PM IST

Sports

Latest News

ନୂଆଦିଲ୍ଲୀ: ଅଯୋଧ୍ୟା ରାମ ଜନ୍ମଭୂମି ମାମଲାରେ ସୁପ୍ରିମ କୋର୍ଟରେ ପ୍ରତିଦିନ ଶୁଣାଣି ଜାରି ରହିଛି। ଲଗାତର ଶୁଣାଣିର ଆଜି ଥିଲା ପଂଚଦଶ ଦିନ। ଶ୍ରୀ ରାମଜନ୍ମଭୂମି ପୁନରୁତ୍ଥାନ ସମିତିର ଓକିଲ ପି.ଏନ୍. ମିଶ୍ର ଆହ୍ଲାବାଦ ହାଇକୋର୍ଟର ଆଦେଶକୁ ପଢ଼ି କହିଥିଲେ ମୁସଲିମ୍ ପକ୍ଷ ଏଯାଏଁ ପ୍ରମାଣ କରିପାରି ନାହାନ୍ତି ମସଜିଦ୍ ବାବର ନିର୍ମାଣ କରିଥିଲେ ନା ଔରଙ୍ଗଜେବ୍।

ଏ ନେଇ କୌଣସି ପ୍ରମାଣ ମଧ୍ୟ କୋର୍ଟରେ ଦାଖଲ ହୋଇନାହିଁ ଯେ ୧୫୨୮ ମସିହାରେ ମସଜିଦର ନିର୍ମାଣ ବାବର କରିଥିଲେ ନା ଆଉ କିଏ? ହାଇକୋର୍ଟଙ୍କ ଆଦେଶକୁ ପଢ଼ି ଓକିଲ ପିଏନ ମିଶ୍ର କହିଥିଲେ ମନ୍ଦିରକୁ ନଷ୍ଟ କରିବା ପାଇଁ ମସଜିଦର ନିର୍ମାଣ ହୋଇଥିଲା। ବାବରଙ୍କ କହିବା ପରେ ମୀର ବାକି ମସଜିଦ୍ ନିର୍ମାଣ କରିଥିଲେ।

ଏହାପରେ ଜଷ୍ଟିସ ଚନ୍ଦ୍ରଚୂଡ଼ ପଚାରିଥିଲେ ଏହାର ଅର୍ଥ କ’ଣ ହାଇକୋର୍ଟ ମାନିଥିଲେ ଯେ ମସଜିଦ୍ ନିର୍ମାଣ ବାବର କରି ନାହାନ୍ତି ବୋଲି? ଏହାପରେ ଉତ୍ତର ରଖିବାକୁ ଯାଇ ଓକିଲ ପିଏନ ମିଶ୍ର କହିଥିଲେ, ହଁ ମସଜିଦ୍ ବାବର ନିର୍ମାଣ କରିଥିବାର କୌଣସି ପ୍ରମାଣ ନାହିଁ।

ଏହାପରେ ଜଷ୍ଟିସ ବାବଡେ ପଚାରିଥିଲେ ଏହାର ଅର୍ଥ କ’ଣ ବାବର ତିଆରି ହୋଇଥିବା ମସଜିଦ୍ ଜମିର ମାଲିକ ନଥିଲେ? ପି.ଏନ ମିଶ୍ର ଉତ୍ତର ରଖିବାକୁ ଯାଇ କହିଥିଲେ, ହଁ ବାବର ମସଜିଦ ତିଆରି ହୋଇଥିବା ଜମିର ମାଲିକ ବୋଲି କୌଣସି ପ୍ରମାଣ ନାହିଁ।

ସୂଚନାଯୋଗ୍ୟ ଲାଗାତର ୧୪ ଦିନ ହେଲା ସୁପ୍ରିମକୋର୍ଟରେ ବାବରି ମସଜିଦର ନିର୍ମାଣ, ସମୟ ଆଦିକୁ ନେଇ ଶୁଣାଣି ହେଉଥିଲା। ଶୁଣାଣି ବେଳେ ହିନ୍ଦୁ ପକ୍ଷରୁ ଲଢ଼ୁଥିବା ଓକିଲ ପି.ଏନ. ମିଶ୍ର ବାବର ମସଜିଦ୍ ନିର୍ମାଣ ପ୍ରସଙ୍ଗକୁ ଖଣ୍ଡନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos