ସବୁ ଧର୍ମ ପାଇଁ ଛାଡପତ୍ର ଆଇନ୍ ଗୋଟିଏ ହେଉ, କେନ୍ଦ୍ରକୁ ନୋଟିସ୍
ନୂଆଦିଲ୍ଲୀ: ସମସ୍ତ ଧର୍ମ ଏବଂ ସମ୍ପ୍ରଦାୟର ମହିଳା ଏବଂ ପୁରୁଷଙ୍କ ପାଇଁ ଛାଡପତ୍ର ଆଇନ୍ ଗୋଟିଏ ହେବା ଦରକାର। ବିଜେପି ନେତା ତଥା ଓକିଲ ଅଶ୍ୱାନୀ ଉପାଧ୍ୟାୟଙ୍କ ଏ ନେଇ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରିଥିଲେ। ଆଜି ଏହି ଆବେଦନର ଶୁଣାଣି କରି ଏକ ସମାନ ଆଇନ ପ୍ରଣୟନ କରିବା ବାବଦରେ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ସର୍ବୋଚ୍ଚ ନ୍ୟାୟାଳୟକୁ ସେ ଅନୁରୋଧ କରିଥିଲେ। ଏବେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରି କରି ମତ ରଖିବାକୁ କହିଛନ୍ତି।
ଯଦି ଏହି ଦମ୍ପତିଙ୍କ ମଧ୍ୟରୁ ଜଣେ ବିଦେଶୀ ନାଗରିକ, ତେବେ ସେମାନଙ୍କ ମଧ୍ୟରେ ଛାଡପତ୍ର ବୈଦେଶିକ ବିବାହ ଆଇନ, ୧୯୬୯ ଅନୁଯାୟୀ ସମାଧାନ ହେବ। ଜନସ୍ୱାର୍ଥ ମାମଲାରେ କୁହାଯାଇଛି ଯେ ଛାଡପତ୍ର ସମ୍ବନ୍ଧୀୟ ବିଭିନ୍ନ ନିୟମ ଧର୍ମ, ଲିଙ୍ଗ ଆଦିକୁ ମଧ୍ୟ ବିଚାରକୁ ନେବାକୁ ହେବ। ଏହି ଆବେଦନ ଉପରେ ଆଡଭୋକେଟ୍ ମୀନାକ୍ଷୀ ଆରୋରା ଶୁଣାଣି ସମୟରେ ସର୍ବୋଚ୍ଚ ଅଦାଲତଙ୍କୁ କହିଛନ୍ତି ଯେ ପର୍ସନାଲ ଆଇନରେ ଥିବା କେତେକ ଆଇନ ମହିଳା ବିରୋଧୀ। ଯେମିତି ଟ୍ରିପଲ୍ ତଲାକ୍ ମାମଲାରେ ଥିଲା ପରେ ସଂଶୋଧନ ହୋଇଛି।
Supreme Court issues notice to Centre on a PIL seeking "Uniform grounds of divorce" for all citizens of the country. pic.twitter.com/baCaNFN1ic
— ANI (@ANI) December 16, 2020
ପ୍ରଧାନ ବିଚାରପତି ଜଷ୍ଟିସ ଏସ ଏ ବୋବଡେ ଏହି ଆବେଦନର ଶୁଣାଣି କରି କହିଛନ୍ତି, ଏମିତି ଆବେଦନ ହେଲେ ପର୍ସନାଲ ଲ’ ପ୍ରଭାବିତ ହେବ। ତେଣୁ ଏହାର ବିଚାର ସମସ୍ତ ଦିଗକୁ ଦେଖି ହେବା ଦରକାର। ଏହି ଆବେଦନ ଉପରେ ବରିଷ୍ଠ ଓକିଲ ପିଙ୍କି ଆନନ୍ଦ ଏବଂ ମିନାକ୍ଷୀ ଆରୋରା ପକ୍ଷ ରଖିଥିଲେ।
ସୂଚନାଯୋଗ୍ୟ, ଦେଶରେ ଏବେ ହିନ୍ଦୁ, ବୌଦ୍ଧ, ଶିଖ ଏବଂ ଜୌନ ସମୁଦାୟ ହିନ୍ଦୁ ବିବାହ ଆଇନ ୧୯୫୫ ଆଧାରରେ ଯାଉଛନ୍ତି। ହେଲେ ମୁସଲିମ୍, ପାର୍ସି, ଇସାଈ ସମୁଦାୟର ବ୍ୟକ୍ତି ପର୍ସନାଲ ଲ’ ଉପରେ ଛାଡପତ୍ର ମାମଲା ବିଚାର ହୁଏ। ଅନେକ କ୍ଷେତ୍ରରେ ପର୍ସନାଲ ଲ’ ପାଇଁ ମହିଳା ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି ବୋଲି ଆବେଦନରେ ଦର୍ଶାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।