ଉନ୍ନାଓ ଦୁଷ୍କର୍ମ ମାମଲା: ପୀଡ଼ିତାଙ୍କ ଦାଦାଙ୍କୁ ତିହାର ଜେଲକୁ ସ୍ଥାନାନ୍ତର ନିର୍ଦ୍ଦେଶ

ନୂଆଦିଲ୍ଲୀ: ଉନ୍ନାଓ ଦୁଷ୍କର୍ମ ମାମଲାରେ ସୁପ୍ରିମକୋର୍ଟ ପୀଡ଼ିତାଙ୍କ ଦାଦାଙ୍କୁ ତୁରନ୍ତ ରାଏବରେଲି ଜେଲରୁ ଦିଲ୍ଲୀର ତିହାର ଜେଲକୁ ସ୍ଥାନାନ୍ତର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଗତକାଲି ପରି ଆଜି ମଧ୍ୟ ସୁପ୍ରିମକୋର୍ଟ ଦୁର୍ଘଟଣାର ଶିକାର ହୋଇ ଲକ୍ଷ୍ନୌ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା କଥା ମଧ୍ୟ ପଚାରି ବୁଝିଛନ୍ତି। ପୀଡ଼ିତା ଜଣଙ୍କ ଏବେ ବି ଭେଣ୍ଟିଲେଟରରେ ରହିଛନ୍ତି। ଯଦି ଦରକାର ପଡ଼ିବ, ତା’ହେଲେ ତାଙ୍କୁ  ଦିଲ୍ଲୀ ଏମ୍ସ ହସ୍ପିଟାଲକୁ ଏୟାରଲିଫ୍ଟ କରିବା ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି। […]

supremecourt

supremecourt

Subhransu Sekhar
  • Published: Friday, 02 August 2019
  • Updated: 02 August 2019, 05:10 PM IST

Sports

Latest News

ନୂଆଦିଲ୍ଲୀ: ଉନ୍ନାଓ ଦୁଷ୍କର୍ମ ମାମଲାରେ ସୁପ୍ରିମକୋର୍ଟ ପୀଡ଼ିତାଙ୍କ ଦାଦାଙ୍କୁ ତୁରନ୍ତ ରାଏବରେଲି ଜେଲରୁ ଦିଲ୍ଲୀର ତିହାର ଜେଲକୁ ସ୍ଥାନାନ୍ତର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଗତକାଲି ପରି ଆଜି ମଧ୍ୟ ସୁପ୍ରିମକୋର୍ଟ ଦୁର୍ଘଟଣାର ଶିକାର ହୋଇ ଲକ୍ଷ୍ନୌ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା କଥା ମଧ୍ୟ ପଚାରି ବୁଝିଛନ୍ତି। ପୀଡ଼ିତା ଜଣଙ୍କ ଏବେ ବି ଭେଣ୍ଟିଲେଟରରେ ରହିଛନ୍ତି।

ଯଦି ଦରକାର ପଡ଼ିବ, ତା’ହେଲେ ତାଙ୍କୁ  ଦିଲ୍ଲୀ ଏମ୍ସ ହସ୍ପିଟାଲକୁ ଏୟାରଲିଫ୍ଟ କରିବା ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି। ହେଲେ ଏଥିପାଇଁ ପ୍ରଥମେ ପୀଡ଼ିତାଙ୍କ ପରିବାର ଲୋକଙ୍କ ଅନୁମତି ଲୋଡ଼ିବାକୁ କୋର୍ଟ ରୁଲିଂ ଦେଛନ୍ତି।

ଆଜି ପୀଡ଼ିତାଙ୍କ ପକ୍ଷରୁ ତାଙ୍କ ଓକିଲ କୋର୍ଟରେ ହାଜର ହୋଇ ଜେଲରେ ଥିବା ପୀଡ଼ିତାଙ୍କ ଦାଦାଙ୍କ ଜୀବନ ପ୍ରତି ବିପଦ ରହିଥିବା କହିଥିଲେ। ଏହାପରେ ପ୍ରଧାନ ବିଚାରପତି ଉତ୍ତର ପ୍ରଦେଶ ସରକାରଙ୍କ ତରଫରୁ ନିୟୋଜିତ ଓକିଲ ତଥା ସଲିସିଟର ଜେନେରାଲ ତୁଷାର ମେହତାଙ୍କର ମତ କ'ଣ, ତାହା ଜାଣିବାକୁ ଚାହିଁଥିଲେ। ଜବାବରେ ଶ୍ରୀ ମେହେତା ତାଙ୍କର ଏଥିରେ କୌଣସି ଆପତ୍ତି ନଥିବା କହିଥିଲେ। ଏହାପରେ ସୁପ୍ରିମକୋର୍ଟ ପୀଡ଼ିତାଙ୍କ ଦାଦାଙ୍କୁ ଦିଲ୍ଲୀ ତିହାର ଜେଲକୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦେଇଥିଲେ।

ସେହିପରି ପୀଡ଼ିତାଙ୍କ ଉତ୍ତମ ଚିକିତ୍ସା ପାଇଁ ପ୍ରଧାନ ବିଚାରପତି ଲକ୍ଷ୍ନୌ ହସ୍ପିଟାଲରୁ ଦିଲ୍ଲୀ ଏମସକୁ ଏୟାରଲିଫ୍ଟ କରାଯାଇ ପାରିବ ବୋଲି କହିଥିଲେ। କିନ୍ତୁ ପୀଡ଼ିତାଙ୍କ ପରିବାର ଲୋକେ ଲକ୍ଷ୍ନୌ ହସ୍ପିଟାଲରେ ଚିକିତ୍ସା ସନ୍ତୋଷଜନକ ଥିବାରୁ ସେ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ରାଜି ହୋଇନଥିଲେ। ଏହାପରେ ପୀଡ଼ିତାଙ୍କ ପରିବାର ଲୋକେ କୌଣସି ଜରୁରୀ ଅବସ୍ଥା ଉପୁଜିଲେ ସୁପ୍ରିମକୋର୍ଟରେ ହାଜର ହେବେ ବୋଲି କହିଥିଲେ।

ଏବେ ଏହି ମାମଲାର ଶୁଣାଣି ଆସନ୍ତା ସୋମବାର ହେବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଗୁରୁବାର ଏହି ମାମଲାରେ ପ୍ରଧାନ ବିଚାରପତି ଶୁଣାଣି କରି ଉତ୍ତର ପ୍ରଦେଶରେ ଚାଲିଥିବା ସମସ୍ତ ୫ଟି ମାମଲାକୁ ଦିଲ୍ଲୀ ସ୍ଥାନାନ୍ତର କରିଛନ୍ତି। ଏହି ମାମଲା ମଧ୍ୟରେ ଦୁଷ୍କର୍ମ, ଜେଲରେ ଥିବା ବେଳେ ପୀଡ଼ିତାଙ୍କ ବାପାଙ୍କ ମୃତ୍ୟୁ, ଟ୍ରକ ଦୁର୍ଘଟଣା ଆଦି ମାମଲା ରହିଛି। ୪୫ ଦିନରେ ଏହି ସମସ୍ତ ମାମଲାର ଶୁଣାଣି ଶେଷ କରିବାକୁ ସୁପ୍ରିମକୋର୍ଟ ଆଦେଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story