ନୂଆଦିଲ୍ଲୀ: ତିନି ଦିନ ତଳେ ଅପହୃତ ହୋଇଥିବା ନେପାଳର ବଡ଼ ଉଦ୍ୟୋଗପତି ସୁରେଶ କେଡ଼ିଆଙ୍କୁ ଆଜି ବିହାରର ମୋତିହାରୀରୁ ଉଦ୍ଧାର କରାଯାଇଛି। ଏହା ସହିତ ଅପହରଣକାରୀମାନଙ୍କୁ ଗିରଫ କରିଛି ସ୍ପେଶାଲ୍ ଟାକ୍ସଫୋର୍ସର ଟିମ୍। କେଡ଼ିଆଙ୍କୁ ଅପହରଣ କରିବାରେ ବ୍ୟବହୃତ ଗାଡ଼ି ଓ ଅସ୍ତ୍ରଶସ୍ତ୍ରକୁ ମଧ୍ୟ ଜବତ କରାଯାଇଛି।
କେଡ଼ିଆଙ୍କୁ ଗୁରୁବାର ଦିନ ନେପାଳର ବୀରଗଞ୍ଜରୁ ଅପହରଣ କରାଯାଇଥିଲା। ଅପହରଣକାରୀମାନେ ତାଙ୍କୁ ଧରି ପୂର୍ବ ଚମ୍ପାରଣ ଦେଇ ବିହାରରେ ପ୍ରବେଶ କରିଥିଲେ। ଅପହରଣକାରୀମାନେ କେଡ଼ିଆଙ୍କ ଡ୍ରାଇଭର ସୁରେଶ କାନୁଙ୍କୁ ଗୁଳି କରି ହତ୍ୟା କରି ଥିଲେ। ସେମାନେ କେଡ଼ିଆଙ୍କୁ ମୁକ୍ତି ବଦଳରେ ୧୦୦ କୋଟି ଟଙ୍କା ଦାବି କରିଥିଲେ।
ସୁରେଶ କେଡ଼ିଆଙ୍କ ଭାଇ ବିମଲ କେଡ଼ିଆ ହେଉଛନ୍ତି ନେପାଳର ସଦ୍ଭାବନା ପାର୍ଟି ନେତା ତଥା ସାଂସଦ। ସୁରେଶ କେଡ଼ିଆଙ୍କୁ ମୁକ୍ତ କରିବା ପାଇଁ ନେପାଳ ଓ ବିହାର ପୋଲିସ୍ ଦିନରାତି ଏକ କରି ଦେଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ମଶାଲ ଶୋଭାଯାତ୍ରା ବେଳେ ଅଘଟଣ; ନିଆଁ ଲାଗି ୫୦ ଗୁରୁତର
ଜଳୁଥିବା ମଶାଲରୁ ତେଳ ପଡ଼ିବା ହେତୁ ତାହା ହୁତୁହୁତୁ ହୋଇ ଜଳିଲା ଓ ଆଖି ପିଛୁଳାକେ ନିଆଁ ଚାରିଆଡ଼େ ବ୍ୟାପିଗଲା। ଏପରି ଏକ ଅଘଟଣରେ ପ୍ରାୟ ୫୦ରୁ ଲୋକ ଗୁରୁତର ହୋଇଛନ୍ତି।
National
ଚଳନ୍ତା ଆମ୍ବୁଲାନ୍ସରେ ନାବାଳିକାଙ୍କୁ ଦୁଷ୍କର୍ମ, ଭଉଣୀଭିଣୋଇ ଷଡଯନ୍ତ୍ରରେ ସାମିଲ
ଚଳନ୍ତା ଆମ୍ବୁଲାନ୍ସରେ ଦୁଷ୍କର୍ମର ଶିକାର ହେଲେ ନାବାଳିକା। ଆମ୍ବୁଲାନ୍ସର ହେଲପର ଘଟାଇଲେ ଏପରି କଳା କାରନାମା। ଆଉ ଏଥିରେ ସହଯୋଗ କଲେ ନାବାଳିକାଙ୍କ ଭଉଣୀଭିଣୋଇ।
National
ପ୍ଲାଟଫର୍ମରେ ଶୋଉଥିଲା, ଟ୍ରେନରେ ଦୁଷ୍କର୍ମ ପରେ ମାରୁଥିଲା
ଅଭିଯୁକ୍ତ ଜଣକ ବିଭିନ୍ନ ଷ୍ଟେସନର ପ୍ଲାଟଫର୍ମରେ ଶୋଉଥିଲା। ସୁବିଧା ଦେଖି ବିଭିନ୍ନ ଟ୍ରେନରେ ଚଢ଼ୁଥିଲା। ଏହି ସମୟରେ ଏକାକୀ ଯାତ୍ରା କରୁଥିବା ଲୋକଙ୍କୁ ସେ ଟାର୍ଗେଟ କରୁଥିଲା।
Crime
ଗଣଦୁଷ୍କର୍ମ ପରେ ନର୍ସଙ୍କ ଗୁପ୍ତାଙ୍ଗରେ ଲଙ୍କା ଗୁଣ୍ତ ଓ ବାଡ଼ି ଭର୍ତ୍ତି କରିଦେଲେ!
ନର୍ସଙ୍କ ଗୁପ୍ତାଙ୍ଗରେ ସେମାନେ ଲଙ୍କା ଗୁଣ୍ଡ ଓ ବାଡ଼ି ପୂରାଇ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି।
Politics
ମହାରାଷ୍ଟ୍ର ବିପର୍ଯ୍ୟୟ ପାଇଁ କଂଗ୍ରେସକୁ ଦାୟୀ କଲା ଟିମ ଠାକରେ
ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିରୋଧୀ ମେଣ୍ଟ ଏମଭିଏର ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ କଂଗ୍ରେସକୁ ଦାୟୀ କରିଛି ଟିମ ଠାକରେ।