ଅସ୍ତ୍ର ଛାଡ଼ି ସ୍କୁଲ ତିଆରି କଲେ ମାଓବାଦୀ

ରାୟପୁର: ଦିନେ ଅସ୍ତ୍ରଶସ୍ତ୍ର ଧରି ବନ୍ଧୁକ ମୁନରେ ଲୁଟ୍, ଭଙ୍ଗାରୁଜା କରୁଥିଲେ। ଏବେ କିନ୍ତୁ ସେସବୁ ଛାଡ଼ି ସମାଜକୁ ଗଢ଼ି ତୋଳିବାରେ କାନ୍ଧ ଦେଉଛନ୍ତି ଜୁଲାଇ ୧ରେ ଆତ୍ମସମର୍ପଣ କରିଥିବା ୧୮ ଜଣ ମାଓବାଦୀ। ଯେଉଁ ସ୍କୁଲକୁ ଦିନେ ବୋମାରେ ଉଡ଼ାଇ ଦେଇଥିଲେ ଏବେ ସେହି ସ୍କୁଲକୁ ନିଜ ହାତରେ ତିଆରି କରି ନିଜ ପିଲା ଛୁଆଙ୍କ ପାଇଁ ଖୋଲିଛନ୍ତି ବିଦ୍ୟାର ମନ୍ଦିର। ଛତିଶଗଡ଼ ଦାନ୍ତେଓ୍ୱାଡାରେ ୨୦୦୮ ଏବଂ ୨୦୧୫ରେ ମାଓବାଦୀମାନେ ମାଶପରା ସ୍କୁଲକୁ ଉଡ଼ାଇ ଦେଇଥିଲେ। […]

DANTEWADA-SCHOOL

DANTEWADA-SCHOOL

Subhransu Sekhar
  • Published: Friday, 18 December 2020
  • Updated: 18 December 2020, 03:56 PM IST

Sports

Latest News

ରାୟପୁର: ଦିନେ ଅସ୍ତ୍ରଶସ୍ତ୍ର ଧରି ବନ୍ଧୁକ ମୁନରେ ଲୁଟ୍, ଭଙ୍ଗାରୁଜା କରୁଥିଲେ। ଏବେ କିନ୍ତୁ ସେସବୁ ଛାଡ଼ି ସମାଜକୁ ଗଢ଼ି ତୋଳିବାରେ କାନ୍ଧ ଦେଉଛନ୍ତି ଜୁଲାଇ ୧ରେ ଆତ୍ମସମର୍ପଣ କରିଥିବା ୧୮ ଜଣ ମାଓବାଦୀ। ଯେଉଁ ସ୍କୁଲକୁ ଦିନେ ବୋମାରେ ଉଡ଼ାଇ ଦେଇଥିଲେ ଏବେ ସେହି ସ୍କୁଲକୁ ନିଜ ହାତରେ ତିଆରି କରି ନିଜ ପିଲା ଛୁଆଙ୍କ ପାଇଁ ଖୋଲିଛନ୍ତି ବିଦ୍ୟାର ମନ୍ଦିର।

ଛତିଶଗଡ଼ ଦାନ୍ତେଓ୍ୱାଡାରେ ୨୦୦୮ ଏବଂ ୨୦୧୫ରେ ମାଓବାଦୀମାନେ ମାଶପରା ସ୍କୁଲକୁ ଉଡ଼ାଇ ଦେଇଥିଲେ। ଏବେ କିନ୍ତୁ ସ୍କୁଲ ତିଆରି କରି ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତ କରିଛନ୍ତି। ମାଓବାଦୀ ଶିବିର ଛାଡ଼ି ଆତ୍ମସମର୍ପଣ କରିବା ପରେ ପ୍ରଥମେ ସ୍କୁଲ୍ ତିଆରି କରିବାକୁ ଲକ୍ଷ୍ୟ ରଖିଥିଲା ଏହି ଗୋଷ୍ଠୀ। ଏବେ ସ୍କୁଲ୍ ନିର୍ମାଣ ସରିଛି ଆଗକୁ ରାସ୍ତା ତିଆରି କରିବେ ବୋଲି ସେମାନେ କହିଛନ୍ତି।

ଦାନ୍ତେଓ୍ୱାଡାରୁ ୧୦ କିଲୋମିଟର ଦୂରରେ ରହିଛି ଏହି ମାଶପରା ପ୍ରାଇମେରୀ ସ୍କୁଲ୍। ୨୦୧୧ ଜନଗଣନା ରିପୋର୍ଟ ଅନୁଯାୟୀ ଏହି ଜିଲ୍ଲାର ସାକ୍ଷରତା ହାର ହେଉଛି ୪୨ ପ୍ରତିଶତ। ତେଣୁ ଗାଁରେ ସ୍କୁଲ ହେବା ଏକ ବଡ଼ କଥା।

ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରୁ ଜଣେ ସନ୍ତୁ କୁନଜମ୍ କହିଛନ୍ତି, ଅସ୍ତ୍ର ଛାଡ଼ିବା ପରେ ଆମେ ଚିନ୍ତା କରିଥିଲୁ କେତେ ଆମେ କ୍ଷତି କରୁଛୁ। ଏହାପରେ ସ୍କୁଲ୍ ତିଆରି କରିବାକୁ ନିଷ୍ପତ୍ତି ନେଇଥିଲୁ। ଜିଲ୍ଲା ପ୍ରଶାସନର ସହଯୋଗ କ୍ରମେ ଆମେ ସମସ୍ତେ ମିଶି ତିନି ମାସରେ ସ୍କୁଲ ତିଆରି କରିଛୁ। ଏବେ ଆମେ ଆମ ପିଲାଛୁଆଙ୍କୁ ଏହି ସ୍କୁଲକୁ ପଠାଇବୁ।

ଦାନ୍ତେଓ୍ୱାଡାର ଏସପି ଅଭିଷେକ ପଲଭା କହିଛନ୍ତି , ମହିଳାଙ୍କୁ ନେଇ ଗୋଟିଏ ୧୮ ଜଣିଆ ମାଓବାଦୀ ଗ୍ରୁପ ଜୁଲାଇ ୧ରେ ଆତ୍ମସମର୍ପଣ କରିଥିଲେ। ଏହି ଗ୍ରୁପ ରେଲଓ୍ୱେ ଟ୍ରାକ୍, ରାସ୍ତା ଘାଟ, କୋଠା, ସ୍କୁଲ ଘର ଉଡ଼ାଉଥିଲେ। ଏବେ ସେମାନେ ସେସବୁକୁ ତିଆରି କରିବା ପାଇଁ ପଣ କରିଛନ୍ତି। ଏବେ ସେମାନେ ନିଜ ଭୁଲ ପାଇଁ ପଶ୍ଚାତାପ କରୁଛନ୍ତି। ଏମିତିକି ନିରକ୍ଷରତାକୁ ଦୂରେଇ ସ୍ୱାକ୍ଷର ହେବା ଏମାନଙ୍କ ଲକ୍ଷ୍ୟ ବୋଲି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story