ସୁଶାନ୍ତ ସିଂହ ମୃତ୍ୟୁ ମାମଲାରେ ପ୍ରତିକ୍ରିୟା ରଖିଲା ସିବିଆଇ
ନୂଆଦିଲ୍ଲୀ: ବଲିଉଡ ସୁପରଷ୍ଟାର ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ସିବିଆଇର ଷ୍ଟାଟସ ରିପୋର୍ଟ କ’ଣ ରହିଛି। ସିବିଆଇ ତଦନ୍ତ କରିବାର ୧୪୦ ଦିନ ପରେ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖ ସିବିଆଇ ପାଖରୁ ଏହାର ଉତ୍ତର ମାଗିଥିଲେ। ଏବେ ୧୪୫ ଦିନର ତଦନ୍ତ ପରେ ସିବିଆଇ ମୁହଁ ଖୋଲିଛି। ତଦନ୍ତ ଏବେ ବି ଚାଲିଛି। ହତ୍ୟା ଅଭିଯୋଗକୁ ଖାରଜ କରିହେବନି ବୋଲି ସିବିଆଇ କହିଛି। ମୁଖ୍ୟତଃ ମୋବାଇଲ୍ ଟାଓ୍ୱାର ଉପରେ ସିବିଆଇ ତଦନ୍ତ ଜାରି ରଖିଥିବା କହିଛି।
ଏହି ତଦନ୍ତ ବେଳେ ସମସ୍ତ ଦିଗ ଉପରେ ସିବିଆଇ ନଜର ରଖିଛି। ଏବେ ଉନ୍ନତ ଧରଣର ସଫ୍ଟଓ୍ୱୟାର ଜରିଆରେ ମୋବାଇଲ ନେଟଓ୍ୱର୍କ ଜରିଆରେ ଏହି ରହସ୍ୟ ଜନିତ ମୃତ୍ୟୁ ମାମଲାର ତଦନ୍ତ କରୁଛି ସିବିଆଇ। ଏମିତିକି ସୁଶାନ୍ତ ଯେଉଁ ଘରେ ମୃତ୍ୟୁ ବରଣ କରିଥିଲେ ସେହି ଘରକୁ ବିଭିନ୍ନ ସମୟରେ ବିଶେଷଜ୍ଞ ଟିମ୍ ଯାଇ ତଦନ୍ତ କରୁଥିବା ଜଣାପଡ଼ିଛି।
ସୁବ୍ରମଣ୍ୟମ ସ୍ୱାମୀ ମଧ୍ୟ ସିବିଆଇକୁ ଏ ସଂକ୍ରାନ୍ତରେ ଚିଠି ଲେଖିଥିଲେ। ଯାହାର ଜବାବ ଦେଇଛି ସିବିଆଇ। ସ୍ୱାମୀ ଟ୍ୱିଟ୍ କରି କହିଛନ୍ତି ପ୍ରାୟତଃ ଛଅ ମାସ ଧରି ହୋଇଥିବା ଅନୁସନ୍ଧାନରେ ସମସ୍ତ ବୈଜ୍ଞାନିକ ଏବଂ ବୈଷୟିକ ଭିତ୍ତିଭୂମି ଉପରେ ନଜର ରଖାଯାଇଛି। ଏହି ମାମଲାର ପ୍ରତ୍ୟେକ ଦିଗ ଉପରେ ଅନୁଧ୍ୟାନ କରାଯାଉଛି।
In my reply to my representation to the Prime Minister on the SSR Death Case the CBI has now responded with a reply dt 30th Dec 2020 as below pic.twitter.com/G4vkALSC6l
— Subramanian Swamy (@Swamy39) December 30, 2020
ଅକ୍ଟୋବର ମାସରେ ଏହି ମୃତ୍ୟୁ ମାମଲାରେ ସିବିଆଇକୁ ଏକ ରିପୋର୍ଟ ଦେଇଥିଲା ଏମ୍ସର ଫରେନସିକ୍ ଟିମ୍। ଯେଉଁଥିରେ ସୁଶାନ୍ତ ଆତ୍ମହତ୍ୟା କରିଛନ୍ତି ବୋଲି କୁହାଯାଇଥିଲା। ସୁଶାନ୍ତ କୌଣସି ବିଷ କ୍ରିୟା ଦ୍ୱାରା କିମ୍ୱା ହତ୍ୟାର ଶିକାର ହୋଇନଥିବା ଏମ୍ସ ବିଶେଷଜ୍ଞ ଟିମ୍ କହିଥିଲା।
ସୂଚନାଯୋଗ୍ୟ, ଜୁନ୍ ୧୪ରେ ସୁଶାନ୍ତଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିଲା। ପ୍ରାଥମିକ ଭାବରେ ଏହା ଆତ୍ମହତ୍ୟା ବୋଲି ମୁମ୍ୱାଇ ପୁଲିସ କହିଥିଲା। ପରେ କିନ୍ତୁ ସୁଶାନ୍ତଙ୍କ ହତ୍ୟା କରାଯାଇଛି ବୋଲି ତାଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।