‘ସୁଶାନ୍ତ ସିଂହ ରାଜପୁତ ହତ୍ୟା ପଛରେ ଦାଉଦ ଇବ୍ରାହିମ୍ ଗ୍ୟାଙ୍ଗ’

ନୂଆଦିଲ୍ଲୀ: ବଲିଉଡ୍‌ ସୁପରଷ୍ଟାର ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା କରିଛନ୍ତି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପୁଲିସ୍ ଏହା କହିଛି। ହେଲେ ଏହା ଆତ୍ମହତ୍ୟା ନୁହେଁ ବରଂ ହତ୍ୟା ବୋଲି କହିଛନ୍ତି ଦେଶର ପୂର୍ବତନ ଗୁଇନ୍ଦା ଅଧିକାରୀ ଏନଏକେ ଶୋଦ୍। ଯୋଜନାବଦ୍ଧ ଭାବରେ ସୁଶାନ୍ତଙ୍କୁ ହତ୍ୟା କରାଯାଇଛି ବୋଲି ସେ କହିଛନ୍ତି। ପୂର୍ବତନ ‘ର’ ଅଧିକାରୀଙ୍କ ଏହି ମନ୍ତବ୍ୟ ୟୁଟ୍ୟୁବରେ ଅପଲୋଡ୍‌ ହୋଇଛି, ଯାହାକୁ ନେଇ ଏବେ ଅନେକ ପ୍ରଶ୍ନ ଉଠିଛି। ସୁଶାନ୍ତ ସିଂହ ରାଜପୁତ […]

Dawood-Sushant

Dawood-Sushant

Subhransu Sekhar
  • Published: Friday, 10 July 2020
  • Updated: 11 July 2020, 10:27 AM IST

ନୂଆଦିଲ୍ଲୀ: ବଲିଉଡ୍‌ ସୁପରଷ୍ଟାର ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା କରିଛନ୍ତି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପୁଲିସ୍ ଏହା କହିଛି। ହେଲେ ଏହା ଆତ୍ମହତ୍ୟା ନୁହେଁ ବରଂ ହତ୍ୟା ବୋଲି କହିଛନ୍ତି ଦେଶର ପୂର୍ବତନ ଗୁଇନ୍ଦା ଅଧିକାରୀ ଏନଏକେ ଶୋଦ୍। ଯୋଜନାବଦ୍ଧ ଭାବରେ ସୁଶାନ୍ତଙ୍କୁ ହତ୍ୟା କରାଯାଇଛି ବୋଲି ସେ କହିଛନ୍ତି। ପୂର୍ବତନ ‘ର’ ଅଧିକାରୀଙ୍କ ଏହି ମନ୍ତବ୍ୟ ୟୁଟ୍ୟୁବରେ ଅପଲୋଡ୍‌ ହୋଇଛି, ଯାହାକୁ ନେଇ ଏବେ ଅନେକ ପ୍ରଶ୍ନ ଉଠିଛି।

ସୁଶାନ୍ତ ସିଂହ ରାଜପୁତ ଜୁନ୍ ୧୪ରେ ତାଙ୍କ ମୁମ୍ୱାଇ ସ୍ଥିତ ବାସଭବନରେ ଆତ୍ମହତ୍ୟା କରିଥିଲେ। ନେପୋଟିଜିମ (ପ୍ରିୟାପ୍ରୀତି ତୋଷଣ ବା ପକ୍ଷପାତିତା)ର ଶିକାର ହୋଇ ଅବସାଦ କାରଣରୁ ତାଙ୍କର ମୃତ୍ୟୁ ଘଟିଛି ବୋଲି ଚର୍ଚ୍ଚା ହେଉଛି। ଏହାକୁ ନେଇ ବଲିଉଡର ଅନେକ ନାମିଦାମୀ ଚେହେରା ଏବେ ପୁଲିସର ସ୍କାନରରେ ରହିଛନ୍ତି।

ଏହାରି ଭିତରେ ପୂର୍ବତନ ‘ର’ ଅଧିକାରୀ କହିଛନ୍ତି, ଯଦିଓ ଦାଉଦ ମୁମ୍ୱାଇରେ ରହୁ ନାହିଁ ତଥାପି ମୁମ୍ୱାଇକୁ ସେ ନିଜ ନିୟନ୍ତ୍ରଣରେ ରଖିଛି। ଲୋକବଳ, ଆର୍ଥିକ ବଳ ଇତ୍ୟାଦି ବ୍ୟବହାର କରି ଦେଶର ଆର୍ଥିକ ରାଜଧାନୀକୁ ସେ ନିଜ ଅଧୀନରେ ରଖିଛି। ସୁଶାନ୍ତ ସିଂହ ମୃତ୍ୟୁ ପୂର୍ବରୁ ୫୦ଟି ସିମ୍ କାର୍ଡ ବଦଳ କରିଥିଲେ। ନିକଟରେ ଏହି ଖବର ଆସିଥିଲା। ସୁଶାନ୍ତ ସିଂହ ଏଭଳି କରିବା ପଛର କାରଣ ଦାଉଦର ବାରମ୍ୱାର ଧମକ ବୋଲି ସୁଶାନ୍ତ କହିଛନ୍ତି।

https://youtu.be/zymzzxW2dJM

ଏହି ହତ୍ୟା ଜଣେ ପେଶାଦାର ହତ୍ୟାକାରୀଙ୍କ ଦ୍ୱାରା ହୋଇଛି ବୋଲି ଏହି ପୂର୍ବତନ ‘ର’ ଅଧିକାରୀ କହିଛନ୍ତି। ଆତ୍ମହତ୍ୟା ପୂର୍ବରୁ ସୁଶାନ୍ତଙ୍କ ଘରର ସିସିଟିଭି ବନ୍ଦ ହେବା, ଘରର ଡୁପ୍ଲିକେଟ ଚାବି ନିଖୋଜ ହେବା ହତ୍ୟା ବୋଲି ଦର୍ଶାଉଥିବା ସେ କହିଛନ୍ତି।

ମୁମ୍ୱାଇ ପୁଲିସ ଯଦିଓ ଏହି ମାମଲାର ତଦନ୍ତ କରୁଛି। ହେଲେ ମୁଖ୍ୟ ଅଭିଯୁକ୍ତ କେବେ ଧରାପଡ଼ିବ ନାହିଁ। ବଲିଉଡ ଏବଂ ଦାଉଜର ସମ୍ପର୍କ ପୁରୁଣା ବୋଲି ସେ କହିଛନ୍ତି। ଦାଉଦର ଭୋଜିରେ ସାମିଲ୍ ହୋଇ ଅନେକ ବି ଟାଉନ କଳାକାର ପଇସା ରୋଜଗାର କରନ୍ତି। ପ୍ରତିବଦଳରେ ଦାଉଦ ମଧ୍ୟ ପୁରସ୍କାର ସ୍ୱରୂପ ଟଙ୍କା ଦେଇଥାଏ। ଏହି ପୂର୍ବତନ ‘ର’ ଅଧିକାରୀ ସୁଶାନ୍ତଙ୍କ ହତ୍ୟା ବାବଦରେ କହିବା ବେଳେ କରଣ ଜୋହର ଏବଂ ସଲମାନ ଖାନଙ୍କ ନାମ ନେଇଛନ୍ତି। ହେଲେ ଭଲ ଭାବରେ ତାଙ୍କ ବାବଦରେ ସେ କିଛି କହି ନାହାନ୍ତି।

ତେବେ ସୁଶାନ୍ତଙ୍କ ପ୍ରେମିକା ରିଆ ଚକ୍ରବର୍ତ୍ତୀ ବାବଦରେ ସେ କହିଛନ୍ତି, ରିଆ ମୃତ୍ୟୁ ମାମଲାରେ ସିଧାସଳଖ ସଂପୃକ୍ତି ନାହିଁ। ହେଲେ ଯାହା ଘଟୁଥିଲା ସେ ଜାଣିଥାଇପାରନ୍ତି। ସେଥିପାଇଁ ସୁଶାନ୍ତ ଆତ୍ମହତ୍ୟା କରିବାର କିଛି ଦିନ ପୂର୍ବରୁ ସେ ତାଙ୍କୁ ଏକୁଟିଆ ଛାଡ଼ି ମହେଶ ଭଟ୍ଟଙ୍କ ପାଖକୁ ଯାଇଥିଲେ ବୋଲି ପୂର୍ବତନ ‘ର’ ଅଧିକାରୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos