ସୁଷମାଙ୍କ ଶେଷ ଇଚ୍ଛା ପୂରଣ କଲେ ବାଂଶୁରୀ

ନୂଆଦିଲ୍ଲୀ: ପୂର୍ବତନ ବୈଦେଶିକ ମନ୍ତ୍ରୀ ସ୍ୱର୍ଗତ ସୁଷମା ସ୍ୱରାଜଙ୍କ ଅନ୍ତିମ ଇଚ୍ଛା ପୂରଣ କରିଛନ୍ତି ତାଙ୍କ ଝିଅ ବାଂଶୁରୀ ସ୍ୱରାଜ। ସୁଷମା ଅଗଷ୍ଟ ୬ରେ ଅସୁସ୍ଥ ହୋଇ ଏମ୍ସରେ ଭର୍ତ୍ତି ହେବା ପୂର୍ବରୁ ଆଇସିଜେ କୋର୍ଟର ଓକିଲ ହରିଶ ସାଲଭେଙ୍କ ସହ ଫୋନରେ କଥା ହୋଇଥିଲେ। ସେ କୁଳଭୂଷଣ ଯାଦବଙ୍କ ମାମଲା ଆଇସିଜେରେ ଲଢ଼ିଥିବାରୁ ଦେଖାହେଲେ ପାରିଶ୍ରମିକ ବାବଦକୁ ୧ ଟଙ୍କା ଦେବେ ବୋଲି କହିଥିଲେ। ଏହାପରେ ତାଙ୍କର ପରଲୋକ ହୋଇଯାଇଥିଲା। ଶୁକ୍ରବାର ସୁଷମା ସ୍ୱରାଜଙ୍କ ଶେଷ […]

BANSURI(1)

BANSURI(1)

Subhransu Sekhar
  • Published: Saturday, 28 September 2019
  • Updated: 28 September 2019, 03:46 PM IST

Sports

Latest News

ନୂଆଦିଲ୍ଲୀ: ପୂର୍ବତନ ବୈଦେଶିକ ମନ୍ତ୍ରୀ ସ୍ୱର୍ଗତ ସୁଷମା ସ୍ୱରାଜଙ୍କ ଅନ୍ତିମ ଇଚ୍ଛା ପୂରଣ କରିଛନ୍ତି ତାଙ୍କ ଝିଅ ବାଂଶୁରୀ ସ୍ୱରାଜ। ସୁଷମା ଅଗଷ୍ଟ ୬ରେ ଅସୁସ୍ଥ ହୋଇ ଏମ୍ସରେ ଭର୍ତ୍ତି ହେବା ପୂର୍ବରୁ ଆଇସିଜେ କୋର୍ଟର ଓକିଲ ହରିଶ ସାଲଭେଙ୍କ ସହ ଫୋନରେ କଥା ହୋଇଥିଲେ। ସେ କୁଳଭୂଷଣ ଯାଦବଙ୍କ ମାମଲା ଆଇସିଜେରେ ଲଢ଼ିଥିବାରୁ ଦେଖାହେଲେ ପାରିଶ୍ରମିକ ବାବଦକୁ ୧ ଟଙ୍କା ଦେବେ ବୋଲି କହିଥିଲେ। ଏହାପରେ ତାଙ୍କର ପରଲୋକ ହୋଇଯାଇଥିଲା।

ଶୁକ୍ରବାର ସୁଷମା ସ୍ୱରାଜଙ୍କ ଶେଷ ଇଚ୍ଛା ପୂରଣ କରିଛନ୍ତି ତାଙ୍କ ଝିଅ ବାଂଶୁରୀ। ଏ ନେଇ ମିଜୋରାମର ପୂର୍ବତନ ରାଜ୍ୟପାଳ ତଥା ସୁଷମାଙ୍କ ସ୍ୱାମୀ ସ୍ୱରାଜ କୌଶଲ ଟୁଇଟ୍ କରି ସୂଚନା ଦେଇଛନ୍ତି।

ପାକିସ୍ତାନ ଜେଲରେ ବନ୍ଦୀଥିବା ପୂର୍ବତନ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କ ମାମଲା ଅନ୍ତର୍ଜାତୀୟ କୋର୍ଟରେ ଲଢ଼ୁଛନ୍ତି ହରିଶ ସାଲଭେ। ଏଥିପାଇଁ ସେ ୧ ଟଙ୍କା ନିଜର ପ୍ରାପ୍ୟ ନିଅନ୍ତି। କୁଳଭୂଷଣଙ୍କୁ ପାକିସ୍ତାନ ଫାଶୀ ଦଣ୍ଡାଦେଶ ଦେଇଥିଲେ ମଧ୍ୟ ଆଇସିଜେ କୋର୍ଟ ଏହି ଦଣ୍ଡାଦେଶକୁ ଖାରଜ କରିଦେଇଥିଲା। ଏହାପଛରେ ଆଇନଜୀବୀ ହରିଶ ସାଲଭେଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos