ବିଧାନସଭା ନିର୍ବାଚନ: ତାମିଲନାଡୁରେ ୬୯.୧୯, ପୁଡୁଚେରୀରେ ୮୧.୯୪ ଓ କେରଳ ୭୧ ପ୍ରତିଶତ ମତଦାନ

ଚେନ୍ନାଇ/ଥିରୁଅନନ୍ତପୁରମ: ଦେଶର ୩ଟି ରାଜ୍ୟ ତାମିଲନାଡୁ, ପୁଡୁଚେରୀ ଓ କେରଳ ଆଜି ଅନ୍ତିମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି।ତାମିଲନାଡୁରେ ୬୯.୧୯ ପ୍ରତିଶତ, ପୁଡୁଚେରୀରେ ୮୧.୯୪ ଓ କେରଳରେ ୭୧ ପ୍ରତିଶତ ବିଧାନସଭା ନିର୍ବାଚନରେ ମତଦାନ ହୋଇଛି। ଆଜି ସକାଳ ୭ଟାରୁ ମତଦାନ ଚାଲଥିଲା। ୨୩୪ ଆସନ ବିଶିଷ୍ଟ ତାମିଲନାଡୁ ବିଧାନସଭାର ୨୩୨ଟି ଆସନ ପାଇଁ ଭୋଟ୍ ଗ୍ରହଣ ଚାଲିଥିଲା। ଭୋଟରଙ୍କୁ ଲାଞ୍ଚ ଦିଆଯିବା ଅଭିଯୋଗରେ ନିର୍ବାଚନ କମିଶନ ଅରଭାକୁରିଚି ଓ ଥାଞ୍ଜଭୁର ବିଧାନସଭା ଆସନରେ ନିର୍ବାଚନକୁ ଘୁଞ୍ଚାଇ ଦେଇଛନ୍ତି। ଏହି ଦୁଇଟି ଆସନରେ […]

assembly-election

assembly-election

Rakesh Mallick
  • Published: Monday, 16 May 2016
  • Updated: 16 May 2016, 05:56 PM IST

Sports

Latest News

ଚେନ୍ନାଇ/ଥିରୁଅନନ୍ତପୁରମ: ଦେଶର ୩ଟି ରାଜ୍ୟ ତାମିଲନାଡୁ, ପୁଡୁଚେରୀ ଓ କେରଳ ଆଜି ଅନ୍ତିମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି।ତାମିଲନାଡୁରେ ୬୯.୧୯ ପ୍ରତିଶତ, ପୁଡୁଚେରୀରେ ୮୧.୯୪ ଓ କେରଳରେ ୭୧ ପ୍ରତିଶତ ବିଧାନସଭା ନିର୍ବାଚନରେ ମତଦାନ ହୋଇଛି। ଆଜି ସକାଳ ୭ଟାରୁ ମତଦାନ ଚାଲଥିଲା। ୨୩୪ ଆସନ ବିଶିଷ୍ଟ ତାମିଲନାଡୁ ବିଧାନସଭାର ୨୩୨ଟି ଆସନ ପାଇଁ ଭୋଟ୍ ଗ୍ରହଣ ଚାଲିଥିଲା।

ଭୋଟରଙ୍କୁ ଲାଞ୍ଚ ଦିଆଯିବା ଅଭିଯୋଗରେ ନିର୍ବାଚନ କମିଶନ ଅରଭାକୁରିଚି ଓ ଥାଞ୍ଜଭୁର ବିଧାନସଭା ଆସନରେ ନିର୍ବାଚନକୁ ଘୁଞ୍ଚାଇ ଦେଇଛନ୍ତି। ଏହି ଦୁଇଟି ଆସନରେ ମେ’ ୨୩ ତାରିଖରେ ଭୋଟ୍ ଗ୍ରହଣ କରାଯିବ। ମେ’୨୫ରେ ଫଳାଫଳ ଘୋଷଣା କରାଯିବ। ବାକି ୨୩୨ଟି ଆସନର ଭୋଟ୍ ଗଣତି ମେ’ ୧୯ରେ ହେବ। ସେହିଦିନ ଫଳାଫଳ ମଧ୍ୟ ପ୍ରକାଶ କରାଯିବ। ତାମିଲନାଡୁରେ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଏଆଇଏଡିଏମ୍‌କେ ସହ ଡିଏମ୍‌କେ ଓ କଂଗ୍ରେସ୍ ମେଣ୍ଟ ଏବଂ ବିଜେପିର କଡ଼ା ମୁକାବିଲା ହେଉଛି। ୫.୭୯ କୋଟିରୁ ଅଧିକ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରୁଛନ୍ତି।

କେରଳରେ ୧୪୦ଟି ଆସନ ପାଇଁ ଭୋଟ୍ ଗ୍ରହଣ ଚାଲିଛି। ଏଠାରେ ମୋଟ ୧୨୦୩ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ୨.୬୧ କୋଟି ଭୋଟର୍। କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ୍ ଓ ସିପିଆଇ(ଏମ୍) ନେତୃତ୍ୱାଧୀନ ଏଲ୍‌ଡିଏଫ୍ ମଧ୍ୟରେ ସିଧାସଳଖ ଲଢ଼େଇ ହେଉଛି। ଏଲ୍‌ଡିଏଫ୍ ପୁଣି କ୍ଷମତାକୁ ଫେରିବାକୁ ଉଦ୍ୟମ କରୁଛି। ଅନ୍ୟପକ୍ଷରେ ବିଜେପି ପାଇଁ ଏହି ନିର୍ବାଚନ ସମ୍ମାନର ପ୍ରଶ୍ନ। ଦଳ କେରଳ ବିଧାନସଭାରେ ପ୍ରଥମ ଥର ପାଇଁ ଆସନ ହାତେଇବାକୁ ଚେଷ୍ଟା କରିଛି।   ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଯାଇ ନିର୍ବାଚନ ପ୍ରଚାର କରିଥିଲେ ଏବଂ କେରଳ ମୁଖ୍ୟମନ୍ତ୍ରୀ ଓମାନ ଚାଣ୍ଡୀଙ୍କ ଉପରେ ଜବରଦସ୍ତ ଆକ୍ରମଣ କରିଥିଲେ।

୩୦ ଆସନ ବିଶିଷ୍ଟ ପୁଡୁଚେରୀ ବିଧାନସଭା ପାଇଁ ୩୦୦ ଜଣ ପ୍ରାର୍ଥୀ ହୋଇଛନ୍ତି। ୯.୪୩ ଲକ୍ଷ ଭୋଟର ଏମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି।

ମେ’୧୯ରେ ତିନୋଟି ଯାକ ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶିତ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story