୧୦ ଥର ଲୋକସଭା ନିର୍ବାଚନ ଜିତିଥିବା ସୋମନାଥଙ୍କୁ ହରାଇଥିଲେ ମମତା

ନୂଆଦିଲ୍ଲୀ: ପୂର୍ବତନ ଲୋକସଭା ବାଚସ୍ପତି ତଥା ବରିଷ୍ଠ ସିପିଏମ୍‌ ନେତା ସୋମନାଥ ଚାଟାର୍ଜୀଙ୍କର ଆଜି ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କ ୮୯ବର୍ଷ ହୋଇଥିଲା। ଗତ କିଛିଦିନ ହେବ କିଡ୍‌ନୀ ଜନିତ ସମସ୍ୟାରେ ପୀଡ଼ିତ ଥିଲେ। ଲମ୍ବା ରାଜନୈତିକ କ୍ୟାରିଅରରେ ସୋମନାଥ ୧୦ ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ। ଏକମାତ୍ର ପରାଜୟ ତାଙ୍କୁ ମମତା ବାନାର୍ଜୀଙ୍କ ଠାରୁ ମିଳିଥିଲା। ଆସନ୍ତୁ ଜାଣିବା ତାଙ୍କ ରାଜନୈତିକ କ୍ୟାରିଅର୍ ବିଷୟରେ। ୧୦ ଥର ରହିଥିଲେ ସାଂସଦ ସୋମନାଥ ୧୦ ଥର ଲୋକସଭାର ସାଂସଦ ରହିଥିଲେ। ବିଭିନ୍ନ ସମୟରେ ସେ ପଶ୍ଚିମବଙ୍ଗର […]

somnath-chatterjee

somnath-chatterjee

Ordigital Desk
  • Published: Monday, 13 August 2018
  • Updated: 13 August 2018, 12:03 PM IST

Sports

Latest News

ନୂଆଦିଲ୍ଲୀ: ପୂର୍ବତନ ଲୋକସଭା ବାଚସ୍ପତି ତଥା ବରିଷ୍ଠ ସିପିଏମ୍‌ ନେତା ସୋମନାଥ ଚାଟାର୍ଜୀଙ୍କର ଆଜି ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କ ୮୯ବର୍ଷ ହୋଇଥିଲା। ଗତ କିଛିଦିନ ହେବ କିଡ୍‌ନୀ ଜନିତ ସମସ୍ୟାରେ ପୀଡ଼ିତ ଥିଲେ।

ଲମ୍ବା ରାଜନୈତିକ କ୍ୟାରିଅରରେ ସୋମନାଥ ୧୦ ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ। ଏକମାତ୍ର ପରାଜୟ ତାଙ୍କୁ ମମତା ବାନାର୍ଜୀଙ୍କ ଠାରୁ ମିଳିଥିଲା। ଆସନ୍ତୁ ଜାଣିବା ତାଙ୍କ ରାଜନୈତିକ କ୍ୟାରିଅର୍ ବିଷୟରେ।

୧୦ ଥର ରହିଥିଲେ ସାଂସଦ

ସୋମନାଥ ୧୦ ଥର ଲୋକସଭାର ସାଂସଦ ରହିଥିଲେ। ବିଭିନ୍ନ ସମୟରେ ସେ ପଶ୍ଚିମବଙ୍ଗର ବର୍ଦ୍ଧମାନ, ଯାଦବପୁର ଏବଂ ବୋଲପୁର ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ।

୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ୟୁପିଏ-୧ ସରକାର ଥିବା ବେଳେ ସେ ଲୋକସଭାର ଅଧ୍ୟକ୍ଷ ରହିଥିଲେ।

୧୯୮୪ ସାଧାରଣ ନିର୍ବାଚନରେ ଯାଦବପୁରରେ ମମତା ବାନାର୍ଜୀଙ୍କଠାରୁ ସେ ହାରି ଯାଇଥିଲେ।

୧୯୯୬ରେ ତାଙ୍କୁ 'ସର୍ବଶ୍ରେଷ୍ଠ ସାଂସଦ' ଭାବେ ପୁରସ୍କୃତ କରାଯାଇଥିଲା।

ସେ CPI(M) କେନ୍ଦ୍ରୀୟ ସମିତିର ସଦସ୍ୟ ଥିଲେ। ତାଙ୍କୁ ପ୍ରକାଶ କରାତଙ୍କ ବିରୋଧୀ ବୋଲି କୁହାଯାଉଥିଲା।

ଦଳରୁ ବାହାର କରିଦିଆଗଲା

୨୦୦୮ରେ ଭାରତ-ଆମେରିକା ମଧ୍ୟରେ ପରମାଣୁ ବୁଝାମଣାକୁ ବିରୋଧ କରି ସିପିଏମ୍‌ ତତ୍କାଳୀନ ମନମୋହନ ସରକାରଙ୍କଠୁ ସମର୍ଥନ ଫେରାଇ ନେଇଥିଲା। ଏହି ସମୟରେ ସୋମନାଥ ଚାଟାର୍ଜୀ ଲୋକସଭା ଅଧ୍ୟକ୍ଷ ଥିଲେ। ଦଳ ତାଙ୍କୁ ବାଚସ୍ପତି ପଦ ଛାଡ଼ିବାକୁ କହିଥିଲା, କିନ୍ତୁ ସେ ରାଜି ହୋଇ ନଥିଲେ। ଏହାପରେ ସିପିଏମ୍‌ ତାଙ୍କୁ ପାର୍ଟିରୁ ବହିଷ୍କାର କରିଦେଇଥିଲା।

ପରିବାର

ସୋମନାଥ ଚାଟାର୍ଜୀଙ୍କ ଜନ୍ମ ୨୫ଜୁଲାଇ ୧୯୨୯ରେ ଆସାମର ତେଜପୁରରେ ହୋଇଥିଲା। ବାପା ନିର୍ମଲ ଚନ୍ଦ୍ର ଚାଟାର୍ଜୀ ଏବଂ ମାଆଙ୍କ ନାଁ ଥିଲା ବୀଣାପାଣି ଦେବୀ। ତାଙ୍କ ବାପା ଜଣେ ଓକିଲ ଥିଲେ। ସେ ଜଣେ ରାଷ୍ଟ୍ରବାଦୀ ହିନ୍ଦୁ ଜାଗୃତିର ସମର୍ଥକ ମଧ୍ୟ ଥିଲେ। ତାଙ୍କ ବାପା ଅଖିଳ ଭାରତୀୟ ହିନ୍ଦୁ ମହାସଭାର ପ୍ରତିଷ୍ଠାତାଙ୍କ ମଧ୍ୟରୁ ଜଣେ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story