ଦିଲ୍ଲୀ ଯାଉଥିବା ବେଳେ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ୍

ନୂଆଦିଲ୍ଲୀ: ସେଓ ଟ୍ରକରେ ଲୁଚି ଦିଲ୍ଲୀ ଆସୁଥିବାବେଳେ ଜଣେ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ୍ ହୋଇଛି। ହରିଆଣାର ଅମ୍ୱାଲା କେଣ୍ଚ ନିକଟରେ ହରିଆନା ପୁଲିସ୍ ଘେରାବନ୍ଦୀ କରି ଗିରଫ କରିଛି। ଏହାପରେ ସନ୍ଦିଗ୍ଧ ଆତଙ୍କବାଦୀକୁ ଜମ୍ମୁ କଶ୍ମୀର ପୁଲିସକୁ ହସ୍ତାନ୍ତର କରିଛି ହରିଆନା ପୁଲିସ୍। ଗିରଫ ହୋଇଥିବା ଆତଙ୍କବାଦୀ ଜୈଶ-ଏ-ମହମ୍ମଦର ବୋଲି ଆଶଙ୍କା କରାଯାଉଛି। ଏବେ ମାମଲାର ତଦନ୍ତ ଚାଲିଛି। ଦିଲ୍ଲୀରେ ଜଣେ ଆତଙ୍କବାଦୀ ପ୍ରବେଶ କରିବ ବୋଲି ଗୁଇନ୍ଦା ସଂସ୍ଥା ସୂଚନା ପାଇଥିଲା। ଏହାପରେ ଉଭୟ କେନ୍ଦ୍ର […]

terrorist(1)

terrorist(1)

Subhransu Sekhar
  • Published: Saturday, 28 September 2019
  • Updated: 28 September 2019, 04:14 PM IST

Sports

Latest News

ନୂଆଦିଲ୍ଲୀ: ସେଓ ଟ୍ରକରେ ଲୁଚି ଦିଲ୍ଲୀ ଆସୁଥିବାବେଳେ ଜଣେ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ୍ ହୋଇଛି। ହରିଆଣାର ଅମ୍ୱାଲା କେଣ୍ଚ ନିକଟରେ ହରିଆନା ପୁଲିସ୍ ଘେରାବନ୍ଦୀ କରି ଗିରଫ କରିଛି। ଏହାପରେ ସନ୍ଦିଗ୍ଧ ଆତଙ୍କବାଦୀକୁ ଜମ୍ମୁ କଶ୍ମୀର ପୁଲିସକୁ ହସ୍ତାନ୍ତର କରିଛି ହରିଆନା ପୁଲିସ୍।

ଗିରଫ ହୋଇଥିବା ଆତଙ୍କବାଦୀ ଜୈଶ-ଏ-ମହମ୍ମଦର ବୋଲି ଆଶଙ୍କା କରାଯାଉଛି। ଏବେ ମାମଲାର ତଦନ୍ତ ଚାଲିଛି। ଦିଲ୍ଲୀରେ ଜଣେ ଆତଙ୍କବାଦୀ ପ୍ରବେଶ କରିବ ବୋଲି ଗୁଇନ୍ଦା ସଂସ୍ଥା ସୂଚନା ପାଇଥିଲା। ଏହାପରେ ଉଭୟ କେନ୍ଦ୍ର ଗୁଇନ୍ଦା ଏବଂ ଜମ୍ମୁ କଶ୍ମୀର ପୁଲିସ ତଦନ୍ତ ଚଳାଇଥିଲେ।

ସୂଚନାଯୋଗ୍ୟ, ଜମ୍ମୁ କଶ୍ମୀରରେ ସେଓ ମଣ୍ଡି ରହିଛି। ଏହି ମଣ୍ଡିରୁ ପ୍ରତ୍ୟେକ ଦିନ ଟ୍ରକରେ ଦିଲ୍ଲୀ ସମେତ ଅନେକ ରାଜ୍ୟକୁ ଫଳ ବ୍ୟବସାୟୀଙ୍କ ପାଖକୁ ଯାଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos