ଜମ୍ମୁରେ ପରିବାର ଲୋକଙ୍କୁ ବନ୍ଧକ ରଖିଲେ ଆତଙ୍କବାଦୀ

ଶ୍ରୀନଗର: ଗତକାଲି ଜାତିସଂଘରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଭାରତ ବିରୋଧରେ ଯୁଦ୍ଧ କରିବା ଭଳି ଅଭିଭାଷଣ ରଖିଥିଲେ। ଏହାପରେ ଆଜି ସକାଳୁ ଏଯାବତ୍ ୩ ଥର ଆତଙ୍କବାଦୀ ଆକ୍ରମଣର ସୂଚନା ମିଳିସାରିଛି। ଦୁଇଟି ସ୍ଥାନରେ ଗୁଳିବିନିମୟ ଜାରି ରହିଥିବାବେଳେ ଅନ୍ୟ ଏକ ସ୍ଥାନରେ ସେନାର ଗାଡ଼ି ଉପରକୁ ଆତଙ୍କବାଦୀ ଗ୍ରେନେଡରେ ଆକ୍ରମଣ କରିଥିଲେ। ଆତଙ୍କବାଦୀମାନେ ରାମବନ ଜିଲ୍ଲାରେ ବଟୋଟେରେ ଏକ ଘର ଭିତରେ ପଶି ପରିବାର ଲୋକଙ୍କୁ ବନ୍ଧକ ରଖିଛନ୍ତି। ପରିବାରର ଛଅ ସଦସ୍ୟଙ୍କ ମଧ୍ୟରୁ ପାଞ୍ଚ ଜଣଙ୍କୁ […]

jk army

jk army

Subhransu Sekhar
  • Published: Saturday, 28 September 2019
  • Updated: 28 September 2019, 03:43 PM IST

Sports

Latest News

ଶ୍ରୀନଗର: ଗତକାଲି ଜାତିସଂଘରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଭାରତ ବିରୋଧରେ ଯୁଦ୍ଧ କରିବା ଭଳି ଅଭିଭାଷଣ ରଖିଥିଲେ। ଏହାପରେ ଆଜି ସକାଳୁ ଏଯାବତ୍ ୩ ଥର ଆତଙ୍କବାଦୀ ଆକ୍ରମଣର ସୂଚନା ମିଳିସାରିଛି। ଦୁଇଟି ସ୍ଥାନରେ ଗୁଳିବିନିମୟ ଜାରି ରହିଥିବାବେଳେ ଅନ୍ୟ ଏକ ସ୍ଥାନରେ ସେନାର ଗାଡ଼ି ଉପରକୁ ଆତଙ୍କବାଦୀ ଗ୍ରେନେଡରେ ଆକ୍ରମଣ କରିଥିଲେ।

ଆତଙ୍କବାଦୀମାନେ ରାମବନ ଜିଲ୍ଲାରେ ବଟୋଟେରେ ଏକ ଘର ଭିତରେ ପଶି ପରିବାର ଲୋକଙ୍କୁ ବନ୍ଧକ ରଖିଛନ୍ତି। ପରିବାରର ଛଅ ସଦସ୍ୟଙ୍କ ମଧ୍ୟରୁ ପାଞ୍ଚ ଜଣଙ୍କୁ ଆତଙ୍କବାଦୀ ଛାଡ଼ି ଦେଇଛନ୍ତି। ଘରର ମୁରବିଙ୍କୁ ଏବେ ବନ୍ଧକ ରଖିଛନ୍ତି ଆତଙ୍କବାଦୀ। ଉଭୟ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି। ଆତଙ୍କବାଦୀ ମାନେ ବନ୍ଧୁକ ଧରି ସାଧାରଣ ଲୋକଙ୍କ ଭଳି ଆସି ଘର ଭିତରେ ପ୍ରବେଶ କରିଥିଲେ। ଜଣେ ସ୍ଥାନୀୟ ଲୋକ ଏ ବାବଦରେ ସୂଚନା ଦେଇଛନ୍ତି।

ସେନା ଅଧିକାରୀଙ୍କ ସୂଚନା ଅନୁସାରେ ଆତଙ୍କବାଦୀମାନେ ପ୍ରଥମେ ଶ୍ରୀନଗର-ଜମ୍ମୁ ରାଜପଥରେ ଏକ ବସକୁ ଅଟକାଇବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ଆତଙ୍କବାଦୀମାନଙ୍କୁ ଚାରପଟୁ ଘେରିଯାଇଥିଲେ ଆତଙ୍କବାଦୀ। ଏହାପରେ ଏକ ଘର ଭିତରେ ପଶିଯାଇ ଥିଲେ ଆତଙ୍କବାଦୀ।

ଏହି ଗୁଳି ବିନିମୟରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ମୃତ ଆତଙ୍କବାଦୀ ପାଖରୁ ଅସ୍ତ୍ରଶସ୍ତ୍ର ସହ ଅନେକ ଜିନିଷ ଜବତ କରିଛି ସେନା। ଜମ୍ମୁ କଶ୍ମୀର ପୁଲିସ ଏବଂ ସେନା ପକ୍ଷରୁ ଏବେ ଚାରିପଟୁ ଘେରାବନ୍ଦୀ କରାଯାଇ ସର୍ଚ୍ଚ ଅପରେଶନ ଚାଲିଛି। ଏବେ ସେହି ସ୍ଥାନରେ ବର୍ଷା ହେଉଥିବାରୁ ସର୍ଚ୍ଚ ଅପରେଶନରେ ବ୍ୟାଘାତ ସୃଷ୍ଟି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos