ଆମେରିକାର ନୂଆ ଟାର୍ଗେଟ୍‌ ସୋମାଲିଆ, ଅଲ୍‌ ଶବାବ୍‌ର ବଶିର ମହମ୍ମଦ ସଫା

ମୋଗାଡିଶୁ: ଆପଗାନସ୍ତାନରେ ଇସଲାମିକ ଆତଙ୍କବାଦୀ ସଂଗଠନ ତାଲିବାନ ସହ ଶାନ୍ତି ଚୁକ୍ତି କରିବା ପରେ ଆମେରିକା ଏବେ ସୋମାଲିଆକୁ ଟାର୍ଗେଟ୍‌ କରିଛି। ଏଠାରେ ପ୍ରଭାବ ବିସ୍ତାର କରୁଥିବା ଅଲ୍‌ ଶବାବ୍‌କୁ ଜବାବ ଦେବାକୁ ଯାଇ ଆମେରିକାର ଏୟାର ଷ୍ଟ୍ରାଇକ୍‌ରେ ଏହାର ଜଣେ ସିନିଅର କମାଣ୍ଡର ବଶିର ମହମ୍ମଦ କୋର୍ଗାବ୍‌ ପ୍ରାଣ ହରାଇଛି। ଏହି ଆତଙ୍କୀ ବାବଦରେ ସୂଚନା ଦେଲେ ୫ ମିଲିଅନ୍‌ ଡଲାର ପୁରସ୍କାର ଦିଆଯିବ ବୋଲି ପୂର୍ବରୁ ଆମେରିକା ଘୋଷଣା କରିଥିଲା। ତେବେ ଆମେରିକା ଏହି […]

al-shabab

al-shabab

Subrat Kumar Nayak
  • Published: Sunday, 08 March 2020
  • Updated: 08 March 2020, 06:34 PM IST

Sports

Latest News

ମୋଗାଡିଶୁ: ଆପଗାନସ୍ତାନରେ ଇସଲାମିକ ଆତଙ୍କବାଦୀ ସଂଗଠନ ତାଲିବାନ ସହ ଶାନ୍ତି ଚୁକ୍ତି କରିବା ପରେ ଆମେରିକା ଏବେ ସୋମାଲିଆକୁ ଟାର୍ଗେଟ୍‌ କରିଛି। ଏଠାରେ ପ୍ରଭାବ ବିସ୍ତାର କରୁଥିବା ଅଲ୍‌ ଶବାବ୍‌କୁ ଜବାବ ଦେବାକୁ ଯାଇ ଆମେରିକାର ଏୟାର ଷ୍ଟ୍ରାଇକ୍‌ରେ ଏହାର ଜଣେ ସିନିଅର କମାଣ୍ଡର ବଶିର ମହମ୍ମଦ କୋର୍ଗାବ୍‌ ପ୍ରାଣ ହରାଇଛି। ଏହି ଆତଙ୍କୀ ବାବଦରେ ସୂଚନା ଦେଲେ ୫ ମିଲିଅନ୍‌ ଡଲାର ପୁରସ୍କାର ଦିଆଯିବ ବୋଲି ପୂର୍ବରୁ ଆମେରିକା ଘୋଷଣା କରିଥିଲା। ତେବେ ଆମେରିକା ଏହି ଏୟାରଷ୍ଟ୍ରାଇକ୍‌ ବାବଦରେ ଏଯାଏ କିଛି ମତ ରଖିନି। ବଶିରର ପରିବାର ଲୋକେ ଏହି ସୂଚନା ଦେଇଛନ୍ତି।

ବଶିରର କାମ ଥିଲା ସେନା ଶିବିର ଉପରେ ଆକ୍ରମଣ କରିବା। ସେ କେନିଆରେ କିଛି ଅପରେସନ୍‌ରେ ମଧ୍ୟ ଜଡ଼ିତ ଥିଲା। ସୋମାଲି ଷ୍ଟେଟ୍‌ ରେଡିଓ କହିବା ଅନୁଯାୟୀ, ବଶିରର ମୃତ୍ୟୁ ଗତ ମାସ ୨୨ ତାରିଖରେ ହୋଇଛି। ଦକ୍ଷିଣ ସୋମାଲୀୟ ସହର ସକାଓଠାରେ ସୋମାଲିଆ ସେନା ଏବଂ ଆମେରିକାର ମିଳିତ ଅପରେସନ୍‌ରେ ତା’ର ମୃତ୍ୟୁ ହୋଇଛି।

ଗତ ସପ୍ତାହରେ ହିଁ ଖବର ଆସିଥିଲା, ବଶିର ଅଲ୍‌ ଶବାବ୍‌ରୁ ଅଲଗା ହୋଇଯାଇଛି। କିଛି ଅସହମତି କାରଣରୁ ସେ ଅଲଗା ହୋଇଟାଇଥିବା କୁହାଯାଉଥିଲା। ସୂଚନେଯୋଗ୍ୟ ଯେ, ଅଲ୍‌ ଶବାବ୍‌ ଅଲ୍‌ କାଏଦା ସହ ଜଡ଼ିତ ଏକ ସଙ୍ଗଠନ। ଏହା ଦକ୍ଷିଣ ଓ ମଧ୍ୟ ସୋମାଲିଆରେ ଦବ୍‌ଦବା ପ୍ରଦର୍ଶନ କରିଥାଏ। ଏହି ଆତଙ୍କୀ ସଙ୍ଗଠନ କେନିଆରେ ମଧ୍ୟ ବୋମା ବିସ୍ଫୋରଣ କରାଉଥିବା ଅଭିଯୋଗ ଆସିଛି। ଗତ ମାସରେ କେନିଆ ଏବଂ ଆମେରିକା ମିଳିତ ଭାବେ ବ୍ୟବହାର କରୁଥିବା ଏକ ବେସ୍‌ ଉପରେ ଏହି ସଙ୍ଗଠନ ଆକ୍ରମଣ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos