ଆଫଗାନ୍‌ ସେନା ସହ ଲଢ଼େଇ ଜାରି ରଖିବ ତାଲିବାନ୍‌

କାବୁଲ:ଗତ କିଛି ଦିନ ତଳେ ଆମେରିକା ସହ ଶାନ୍ତି ଚୁକ୍ତି ପରେ ଆତଙ୍କବାଦୀ ସଂଗଠନ ତାଲିବାନ ପକ୍ଷରୁ ପ୍ରତିକ୍ରିୟା ରଖାଯାଇଛି। ସୋମବାର ଏହି ଆତଙ୍କବାଦୀ ସଂଗଠନ ପକ୍ଷରୁ କୁହାଯାଇଛି, ସେମାନେ ଆଫଗାନିସ୍ତାନ ସୁରକ୍ଷା ବାହିନୀ ବିରୁଦ୍ଧରେ ଅପରେସନ୍‌ ଜାରି ରଖିବେ। ଅସ୍ତ୍ରବିରତି ପାଇଁ ବିଦ୍ରୋହୀ ତାଲିବାନ ଏବଂ ୱାଶିଂଟନ୍ ମଧ୍ୟରେ ଶାନ୍ତି ଚୁକ୍ତି ସ୍ୱାକ୍ଷରିତ ହେବା ପରେ ପରେ ହିଁ ତାଲିବାନ ଏଭଳି ମତ ରଖିଛି। ଏହି ପ୍ରସଙ୍ଗରେ ହିଁ ତାଲିବାନର ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ୍ କହିଛି, […]

Afgan

Afgan

Subrat Kumar Nayak
  • Published: Monday, 02 March 2020
  • Updated: 02 March 2020, 07:56 PM IST

Sports

Latest News

କାବୁଲ:ଗତ କିଛି ଦିନ ତଳେ ଆମେରିକା ସହ ଶାନ୍ତି ଚୁକ୍ତି ପରେ ଆତଙ୍କବାଦୀ ସଂଗଠନ ତାଲିବାନ ପକ୍ଷରୁ ପ୍ରତିକ୍ରିୟା ରଖାଯାଇଛି। ସୋମବାର ଏହି ଆତଙ୍କବାଦୀ ସଂଗଠନ ପକ୍ଷରୁ କୁହାଯାଇଛି, ସେମାନେ ଆଫଗାନିସ୍ତାନ ସୁରକ୍ଷା ବାହିନୀ ବିରୁଦ୍ଧରେ ଅପରେସନ୍‌ ଜାରି ରଖିବେ। ଅସ୍ତ୍ରବିରତି ପାଇଁ ବିଦ୍ରୋହୀ ତାଲିବାନ ଏବଂ ୱାଶିଂଟନ୍ ମଧ୍ୟରେ ଶାନ୍ତି ଚୁକ୍ତି ସ୍ୱାକ୍ଷରିତ ହେବା ପରେ ପରେ ହିଁ ତାଲିବାନ ଏଭଳି ମତ ରଖିଛି।

ଏହି ପ୍ରସଙ୍ଗରେ ହିଁ ତାଲିବାନର ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ୍ କହିଛି, “ହିଂସା ବର୍ତ୍ତମାନ ଶେଷ ହୋଇଛି। ଆମର ଅପରେସନ୍‌ ସ୍ୱାଭାବିକ ଭାବରେ ଜାରି ରହିବ।”

ସେ ଆହୁରି ମଧ୍ୟ କହିଛି, “ଆମେରିକା-ତାଲିବାନ ଚୁକ୍ତିନାମା ଅନୁଯାୟୀ ଆମର ମୁଜାହିଦ୍ଦିନ ବିଦେଶୀ ଆମେରିକା ଯବାନଙ୍କ ଉପରେ ଆକ୍ରମଣ କରିବେ ନାହିଁ। କିନ୍ତୁ ସ୍ଥାନୀୟ ଆଫଗାନିସ୍ତାନ ସେନା ବିରୋଧରେ ଅପରେସନ୍‌ ଜାରି ରହିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos