ନୂଆଦିଲ୍ଲୀ: ଚନ୍ଦ୍ରାୟାନ ୨ ମହାକାଶ ଯାନ ସେପ୍ଚେମ୍ୱର ୭ ତାରିଖରେ ଚନ୍ଦ୍ରରେ ଅବତରଣ କରିବ। ଏହି ସମୟରେ ବାଙ୍ଗାଲୋରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ପ୍ରତି ରାଜ୍ୟର ଦୁଇଜଣ ଲେଖାଏ ବିଦ୍ୟାର୍ଥୀ ଏହି ବିରଳ ଦୃଶ୍ୟ ଦେଖିବେ। ସେମାନଙ୍କ ମଧ୍ୟରେ ରହିବେ ଦିଲ୍ଲୀର ଜଣେ ୧୦ମ ଶ୍ରେଣୀ ଛାତ୍ରୀ।
ଉତ୍ତର ପ୍ରଦେଶ ଲକ୍ଷ୍ନୌର ୧୦ମ ଶ୍ରେଣୀର ଛାତ୍ର ରଶି ବର୍ମା ଦିଲ୍ଲୀ ପବ୍ଲିକ୍ ସ୍କୁଲର ଛାତ୍ରୀ। ପ୍ରଧାନମନ୍ତ୍ରୀଙ୍କ ସହିତ ଚନ୍ଦ୍ରୟାନ-୨ ଅବତରଣ ଦେଖିବା ପାଇଁ ଆଗ୍ରହୀ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଅନଲାଇନ୍ କୁଇଜ୍ ପରୀକ୍ଷା ହୋଇଥିଲା। ଏହି ପରୀକ୍ଷାରେ ପ୍ରତି ରାଜ୍ୟରୁ ଦୁଇ ଜଣ ଚୟନ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଉତ୍ତର ପ୍ରଦେଶରୁ ରଶି ବର୍ମା ପ୍ରଧାନମନ୍ତ୍ରୀଙ୍କ ସହିତ ବସି ଚନ୍ଦ୍ରାୟାନ-୨ ଅବତରଣ ଦେଖିପାରିବେ।
ପ୍ରଧାନମନ୍ତ୍ରୀଙ୍କ ସହିତ ଚନ୍ଦ୍ରାୟାନ-୨ ଅବତରଣ ଦେଖିବା ପାଇଁ ସୁଯୋଗ ପାଇଥିବାରୁ ରଶି ଖୁସି ପ୍ରକାଶ କରିଛନ୍ତି। ଆଗାମୀ ଦିନରେ ସେ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେବାକୁ ଇଚ୍ଛା ରଖିଥିବା କଥା ପ୍ରଧାନମନ୍ତ୍ରୀଙ୍କୁ କହିବେ ବୋଲି ରଶି ବର୍ମା କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ସମଲିଙ୍ଗୀ ବିବାହ: ବଡ଼ ନିଷ୍ପତ୍ତି ନେଲେ ସୁପ୍ରିମକୋର୍ଟ
ପୁନଃ ସମୀକ୍ଷା କରିବାକୁ ହୋଇଥିବା ଏକାଧିକ ଆବେଦନକୁ ମଧ୍ୟ ଆଜି ସର୍ବୋଚ୍ଚ ଅଦାଲତ ଅଗ୍ରାହ୍ୟ କରିଦେଇଛନ୍ତି। ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦେବାକୁ ୨୦୨୩ରେ ସର୍ବୋଚ୍ଚ ନ୍ୟାୟଳୟ ସଫା ସଫା ମନା କରିଦେଇଥିଲେ।
National
‘ଆମର ଅଧା କାହାଣୀ’ ଲେଖି ଝୁଲି ପଡ଼ିଲେ ଯୁବକ
୬ ମାସ ତଳେ କୋର୍ଟରେ ବାହା ହୋଇଥିଲେ। ତଥାପି ଝିଅ ଘର ଲୋକ ଶାନ୍ତିରେ ବଞ୍ଚିବାକୁ ଦେଲେନି। ସମୟକ୍ରମେ ଝିଅ ମଧ୍ୟ ବଦଳିଗଲା। ଶେଷରେ କୌଣସି ଉପାୟ ନ ପାଇ ଜଣେ ୨୫ ବର୍ଷୀୟ ଯୁବକ ଜୀବନ ହାରି ଦେଇଛନ୍ତି।
National
ଭୁଶୁଡ଼ିଲା ପ୍ଲାଣ୍ଟର ସିଲୋ: ୪ ଶ୍ରମିକ ମୃତ, ଚାପି ହୋଇ ରହିଛନ୍ତି ଅନେକ
ସିଲୋ ହେଉଛି ଲୁହାରେ ତିଆରି ହୋଇଥିବା ବିରାଟକାୟ ସିଲଣ୍ଡର ଆକୃତିର ଷ୍ଟ୍ରକଚର। ଇଟା ଭାଟିରେ ଲାଗୁଥିବା ଚିମିନି ଭଳି ଏହା ଦେଖିବାକୁ।
Crime
ଅଫିସ ପାର୍କିଂରେ ମହିଳା ସହକର୍ମୀଙ୍କୁ ବୀଭତ୍ସ ହତ୍ୟା: ସମସ୍ତେ ଦେଖିଲେ, କିନ୍ତୁ କିଛି କଲେନି
ଯୁବକ ଜଣଙ୍କ ପାର୍କିଂ ଲଟରେ ମହିଳାଙ୍କୁ ଆକ୍ରମଣ କରୁଥିବା ବେଳେ ସମସ୍ତେ ଏହାକୁ ଦେଖିଥିଲେ। କିନ୍ତୁ କେହି ବି ଯୁବକଙ୍କୁ ଅଟକାଇବାକୁ ଚେଷ୍ଟା ନ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
National
ଆପ୍ର ୫୮ରୁ ୩୨ ଓ ବିଜେପିର ୭ରୁ ୪ ବିଧାୟକଙ୍କ ନାଁରେ ରହିଛି ଗୁରୁତର ମାମଲା
ଦଳ ଦୃଷ୍ଟିରୁ ଦେଖିଲେ ଆପର ୫୮ ଜଣ ବିଧାୟକଙ୍କ ପାଖରେ ହାରାହାରି ୧୩.୩୯ କୋଟି ଟଙ୍କାର ସମ୍ପତ୍ତି ରହିଥିବାବେଳେ ବିଜେପିର ୭ ଜଣ ବିଧାୟକଙ୍କ ପାଖରେ ହାରାହାରି ୭ କୋଟି ୪୫ ଲକ୍ଷ ଟଙ୍କାର ସମ୍ପତ୍ତି ରହିଛି।