ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରିବା ଅଭିଯୋଗରେ ୩ ଗିରଫ

ନୂଆଦିଲ୍ଲୀ: ହରିଆଣାର ହିସାରରେ ଥିବା ମିଲିଟାରୀ କ୍ୟାମ୍ପର ଡାଟା ଚୋରି କରୁଥିବା ଅଭିଯୋଗରେ ୩ ଜଣଙ୍କୁ ପୁଲିସ ଗିରଫ କରିଛି। ଏହି ୩ ଅଭିଯୁକ୍ତ ପାକିସ୍ତାନ ପାଇଁ କାମ କରୁଥିଲେ ବୋଲି ଜଣାପଡ଼ିଛି। ଆର୍ମି କ୍ୟାମ୍ପରେ ଥିବା ଅଭିଯୁକ୍ତ ଯବାନ ମାନେ ମୋବାଇଲ୍ ଫୋନରେ କଥା ହେବା ବେଳେ ମିଲିଟାରୀ କ୍ୟାମ୍ପ ବାବଦରେ ସୂଚନା ଦେଉଥିଲେ। ଏହାପରେ ଡାଟା ଚୋରୀ କରାଯାଉଥିବା ସନ୍ଦେହ ପ୍ରକାଶ କରି ହିସାର ପୁଲିସକୁ ଖବର ଦେଇଥିଲା ମିଲିଟାରୀ କ୍ୟାମ୍ପ୍। ଅଗଷ୍ଟ ୧ରେ […]

spying data(1)

spying data(1)

Subhransu Sekhar
  • Published: Saturday, 03 August 2019
  • Updated: 03 August 2019, 03:12 PM IST

ନୂଆଦିଲ୍ଲୀ: ହରିଆଣାର ହିସାରରେ ଥିବା ମିଲିଟାରୀ କ୍ୟାମ୍ପର ଡାଟା ଚୋରି କରୁଥିବା ଅଭିଯୋଗରେ ୩ ଜଣଙ୍କୁ ପୁଲିସ ଗିରଫ କରିଛି। ଏହି ୩ ଅଭିଯୁକ୍ତ ପାକିସ୍ତାନ ପାଇଁ କାମ କରୁଥିଲେ ବୋଲି ଜଣାପଡ଼ିଛି। ଆର୍ମି କ୍ୟାମ୍ପରେ ଥିବା ଅଭିଯୁକ୍ତ ଯବାନ ମାନେ ମୋବାଇଲ୍ ଫୋନରେ କଥା ହେବା ବେଳେ ମିଲିଟାରୀ କ୍ୟାମ୍ପ ବାବଦରେ ସୂଚନା ଦେଉଥିଲେ। ଏହାପରେ ଡାଟା ଚୋରୀ କରାଯାଉଥିବା ସନ୍ଦେହ ପ୍ରକାଶ କରି ହିସାର ପୁଲିସକୁ ଖବର ଦେଇଥିଲା ମିଲିଟାରୀ କ୍ୟାମ୍ପ୍।

ଅଗଷ୍ଟ ୧ରେ ପୁଲିସ ଏମାନଙ୍କୁ ଗିରଫ କରିଛି। ହିସାର କ୍ୟାଣ୍ଟନମେଣ୍ଟରେ ଏକ ସିଭିଲ କନଷ୍ଟ୍ରକସନ ପ୍ରକଳ୍ପ କାମରେ ଏହି ତିନି ଗିରଫ ଅଭିଯୁକ୍ତ କାମ କରୁଥିଲେ। ହ୍ୱାଟସ୍ ଆପରେ ଭିଡିଓ କଲ୍ କରି ଜଣେ ପାକିସ୍ତାନୀ ଏଜେଣ୍ଟକୁ ମିଲିଟାରୀ କ୍ୟାମ୍ପ ବାବଦରେ ସୂଚନା ଦେଉଥିବା ବେଳେ ମିଲିଟାରୀ ଗୁଇନ୍ଦା ସନ୍ଦେହ ପ୍ରକାଶ କରି ଅଟକ ରଖିଥିଲା।

ଗିରଫ ୩ ଅଭିଯୁକ୍ତ ହେଲେ ଉତ୍ତର ପ୍ରଦେଶ ମୁଜାଫରନଗରର ୨୮ ବର୍ଷୀୟ ଯୁବକ ମହତାବ, ୩୪ ବର୍ଷୀୟ ରକିବ୍ ଏବଂ ସାମଲିର ୨୫ ବର୍ଷୀୟ ଯୁବକ ଖାଲିଦ୍। ହିସାର ପୁଲିସ ଏବେ ୩ ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ପଚରାଉଚରା କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos