ନୂଆଦିଲ୍ଲୀ: ଏଣିକି ଟ୍ରେନ୍ ଛାଡ଼ିବାର ଅଧଘଣ୍ଟା ପୂର୍ବରୁ କରିହେବ ଟିକେଟ୍ ବୁକିଂ। ଆସନ୍ତା ୧୦ ତାରିଖରୁ ଲାଗୁ ହେବାକୁ ଯାଉଛି ଏହି ନିୟମ । ଏ ନେଇ ଭାରତୀୟ ରେଲେଓ୍ୱ ପକ୍ଷରୁ ସୂଚନା ଦିଆଯାଇଛି ।
ଟ୍ରେନ୍ ଛାଡ଼ିବାର ଅଧ ଘଣ୍ଟା ପୂର୍ବରୁ ଭାରତୀୟ ରେଲେଓ୍ୱ ପକ୍ଷରୁ ଦ୍ୱିତୀୟ ରିଜର୍ଭେସନ ଚାର୍ଟ ଜାରି କରାଯିବ। ସେହିପରି ପ୍ରଥମ ଚାର୍ଟ ୪ ଘଣ୍ଟା ପୂର୍ବରୁ ଆସିଯିବ। ଯାହା ଫଳରେ ତୁରନ୍ତ କୌଣସି ଜାଗାକୁ ଯିବାକୁ ଚାହୁଁଥିବା ଯାତ୍ରୀମାନେ ଏହାର ଫାଇଦା ପାଇପାରିବେ ।
ରେଲୱେର କହିବା ମୁତାବକ, ପ୍ରଥମ ଚାର୍ଟ ଜାରି ହେବା ପରେ ଅନେକ ସିଟ୍ ଖାଲିପଡୁଥିଲା । ସିଟ୍ ଖାଲି ପଡ଼ିବା ସତ୍ତ୍ୱେ ଅନେକ ଯାତ୍ରୀ ଜେନେରାଲ୍ ଶ୍ରେଣୀରେ ଯାତ୍ରା କରୁଥିଲେ । ମାତ୍ର ଏବେ ତାହା ହେବ ନାହିଁ । ପ୍ରଥମ ଚାର୍ଟ ପରେ ଯେଉଁ ସିଟ୍ ଖାଲି ରହିବ ତାହାର ବୁକିଂ ଅନ୍ଲାଇନ୍ ଅଥବା କାଉଣ୍ଟରରେ କରାଯିବ। ଏଥିଲାଗି ପ୍ରଥମେ ଆସିଲେ ପ୍ରଥମେ ପାଇବା ନିୟମ ଲାଗୁ ହେବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ମହାୟୁତିରେ ଫାଟ! ଦିଲ୍ଲୀରେ ଏକା ଲଢ଼ିବ ଏନ୍ସିପି
ଆସନ୍ତା ଫେବ୍ରୁଆରୀ ୫ ତାରିଖରେ ଦିଲ୍ଲୀର ୭୦ଟି ବିଧାନସଭା ଆସନ ପାଇଁ ନିର୍ବାଚନ ହେବ।
National
ଶାହଙ୍କୁ ଟାର୍ଗେଟ୍, କେଜ୍ରିଓ୍ୱାଲ କହିଲେ- ବିଜେପି ସତ୍ତାକୁ ଆସିଲେ ଲୋପ ପାଇଯିବ ବସ୍ତି
ଆସନ୍ତା ଫେବ୍ରୁଆରୀ ୫ ତାରିଖରେ ଦିଲ୍ଲୀର ୭୦ଟି ବିଧାନସଭା ଆସନ ପାଇଁ ଭୋଟିଂ ହେବ। ୮ ତାରିଖରେ ଭୋଟ୍ ଗଣତି ହେବ।
National
ଏନ୍କାଉଣ୍ଟର, ଟଳିଲେ ୩ ନକ୍ସଲ
ଏହି ଏନକାଉଣ୍ଟରରେ DVCM ସ୍ତରର ନକ୍ସଲମାନଙ୍କୁ ହତ୍ୟା କରାଯାଇଥିବା ଖବର ରହିଛି।
National
କାଲିଠୁ ମହାକୁମ୍ଭ ମେଳା, ଜମିଲାଣି ସାଧୁ ସନ୍ଥଙ୍କ ଭିଡ଼
ଦେଶର ସମସ୍ତ ପ୍ରମୁଖ ଆଖଡ଼ାରୁ ସାଧୁ ସନ୍ଥ ପହଞ୍ଚି ସାରିଲେଣି। ଆସନ୍ତାକାଲି ପୌଷ ପୂର୍ଣ୍ଣିମା ଓ ମକର ସଂକ୍ରାନ୍ତି। ଏହି ଦୁଇ ଦିନ ହେବ ସାହି ସ୍ନାନ।